Latest Odisha News

BREAKING NEWS

ପୁଣି ଆରମ୍ଭ ହେଲା ପାନବରଜ ମାପଚୁପ, ଗ୍ରାମବାସୀଙ୍କ ମିଶ୍ରିତ ପ୍ରତିକ୍ରିୟା

ପାରାଦୀପ: କିଛିଦିନ ପୂର୍ବରୁ ଢିଙ୍କିଆ ଗ୍ରାମରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ଦୁଇଦିନ ପାଇଁ ପାନବରଜ ଭାଙ୍ଗିବା କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଆଜି ପୁଣି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ…

ପଞ୍ଚାୟତ ନିର୍ବାଚନ: ୪୪ ଲକ୍ଷ ଟଙ୍କାରେ ନିଲାମ ହେଲା ସରପଞ୍ଚ ପଦବୀ

ବଲାଙ୍ଗିର: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ, ମତଦାନ ଓ ଭୋଟ ଗଣନା ଭଳି ଶବ୍ଦକୁ ନେଇ ଚର୍ଚ୍ଚା ଭିତରେ ସରପଞ୍ଚ ପଦ ନିଲାମର ଖବର ଆଶ୍ଚର୍ଯ୍ୟ କରିଛି । ବଲାଙ୍ଗୀର ପୁଇଁତଳା ବ୍ଲକର ଏକ ପଞ୍ଚାୟତକୁ ୪୪ ଲକ୍ଷ ଟଙ୍କା ଦେଇ ଜଣେ ପ୍ରାର୍ଥୀ ସରପଞ୍ଚ ପଦବୀର ନିଲାମୀ ଜିତିଥିବା ଅଭିଯୋଗ…

ସୁମିତଙ୍କ ପରିବାରକୁ ଝଟ୍‍କା: ଖାରଜ ହେଲା ପିଟିସନ୍‍

ବ୍ରହ୍ମପୁର: ବ୍ରହ୍ମପୁର ବ୍ରହ୍ମାନଗର ଡାକ୍ତର ସୁମିତ ଓ ପତ୍ନୀ ତପସ୍ପିନୀ ବିବାଦ ମାମଲା । ସୁମିତଙ୍କ ମା’ ଓ ଜେଜେ ମା’ଙ୍କ ପକ୍ଷରୁ ରୁଜୁ ମାମଲା ଏସଡିଜେଏମ କୋର୍ଟରେ ଖାରଜ । ନିଜର ସୁରକ୍ଷା ଦାବି କରି ମାମଲା ରୁଜୁ କରିଥିଲେ ମା’ ଓ ଜେଜେମା । ତପସ୍ୱିନୀ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ…

ବିଜେପିରେ ସାମିଲ ହେଲେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ ନେତା

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଆଜି ଏକ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରୀ ପଞ୍ଚାୟତର ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ତଥା ବର୍ତମାନର ସମିତି ସଭ୍ୟ ଭୂବନାନନ୍ଦ ସାମଲ ଆଜି ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ…

ବାଙ୍କିଶୋଳରେ କାର୍ଯ୍ୟକ୍ଷମ ହେଲା କୋଭିଡ଼ ହସ୍ପିଟାଲ୍

ବାରିପଦା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ଦେଶରେ ବିପଦରେ ବଢିବାରେ ଲାଗିଛି । ଏ ନେଇ ସାରା ବିଶ୍ୱରେ ବାଜିସାରିଛି ସତର୍କ ଘଣ୍ଟି । ଓମିକ୍ରନକୁ ନେଇ ଚିନ୍ତାରେ ପଡିଛି ଓଡିଶାର ସ୍ୱାସ୍ଥ୍ୟ ବିଭାଗ । ବିଶେଷଜ୍ଞଙ୍କ ଆକଳନ କହୁଛି ଫେବ୍ରୁଆରୀରେ ବଢିବ ସଂକ୍ରମଣ ସଂଖ୍ୟା । ଏହାକୁ…

ମାସ୍କ ଭିତରେ ଥିବା ଆବର୍ଜନା, ଚପଲ ଶୈଳୀରେ ସୁସ୍ୱାଦ କେକ

ଭୁବନେଶ୍ୱର: କେକକୁ ସୁସଜ୍ଜିତ ଏବଂ ଆକର୍ଷକ ଢ଼ଙ୍ଗରେ ଖାଇବାକୁ ସମସ୍ତେ ଚାହାନ୍ତି । ତେବେ ଏହାକୁ ଭିନ୍ନ ଭାବେ ଆକୃଷ୍ଟ କରିବା ପାଇଁ କେତେକ ହୋଟେଲରେ ଅପରିସ୍କାର ଏବଂ ଅବିଶ୍ୱସନୀୟ ଢ଼ଙ୍ଗରେ ପରୋଷା ଯାଇଥାଏ । ଇଟାଲୀରେ ଏକ ରେଷ୍ଟୁରାଂଟରେ ଏ ଭଳି ନୂତନ ଶୈଳୀରେ କେକ ଦେଖିବାକୁ ମିଳିଥିଲା ।…

ଚାଳିଶ ଟଙ୍କାରେ ପେଟଭର୍ତ୍ତି ଫ୍ରୁଟ୍ ସାଲାଡ୍

ଭୁବନେଶ୍ୱର: ଭଳିକିଭଳି ଫଳ । ଦେଶୀବିଦେଶୀ ସବୁକିଛି ପାଇବେ ମାତ୍ର ୪୦ ଟଙ୍କାରେ । ବେଶ କିଛିଦିନ ଧରି ଏହି ଫ୍ରୁଟ୍ ସାଲାଡ ଚର୍ଚ୍ଚାରେ ରହିଛି । ଦୋକାନର ନାଁ ରହିଛି ମା ଦୁର୍ଗା ସ୍ନାକ୍ସ, ମାତ୍ର ୪୦ ଟଙ୍କାରେ ମିଳୁଛି ଭରପୁର ଫ୍ରୁଟ୍ ସଲାଡ । ଦୋକାନୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ପରମାଣିକ ।…

ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ବର : ଆଗାମୀ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ପାଇଁ କମିଟି ଗଠନ କରିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା କମିଟି ଗଠନ କରିଛନ୍ତି । ଏହି କମିଟି ନିର୍ବାଚନର ପରିଚାଳନା କରିବା ସହ…

ରାଜ୍ୟରୁ ଆଜି କରୋନାରୁ ସୁସ୍ଥ ହେଲେ ୫୯୬୫ ଜଣ

ଭୁବନେଶ୍ୱର: ରାଜ୍ୟରୁ କରୋନା ସଂକ୍ରମଣରୁ ଆଜି ୫୯୬୫ ଜଣ ସୁସ୍ଥ ହୋଇଛନ୍ତି । ସର୍ବଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୨୩ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର…

ବେଆଇନ ଭ୍ରୁଣ ଚିହ୍ନଟ ଅଭିଯୋଗ, କଟକ କାଠଗୋଲା ସାହି ପାଥୋଲାବରେ ପୋଲିସର ଚଢାଉ

କଟକ: ପାଥୋଲାବରେ ଏବଂ ଡାଇଗ୍ନୋଷ୍ଟିକ ସେଣ୍ଟରରେ ପୋଲିସର ରେଡ୍ । କଟକ ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ପାଥୋଲାବ ସେଣ୍ଟରରେ ପୋଲିସ ରେଡ କରିଛି । ବେଆଇନ ଭାବେ ଭ୍ରୁଣ ଚିହ୍ନଟ କରୁଥିବା ଅଭିଯୋଗରେ ଏହି ଚଢାଉ ହୋଇଛି । କଟକ ପୋଲିସ ଓ ଜୋନ ଏସପିଙ୍କ ନେତ୍ୱତ୍ୱରେ ରେଡ କରାଯାଇ ଦୁଇ…