Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୬ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ୬ ଆତଙ୍କୀ ନିହତ ହୋଇଛନ୍ତି । ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ହୋଇଛି । ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୪ ଜଣଙ୍କର ପରିଚୟ ମିଳି ପାରିଥିବା…

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଶେଷ କରି ୮ଟି ଜିଲ୍ଲା ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ଆକଳନ କରିଛି ଆଞ୍ଚଳିକ…

କାଳିଚରଣ ମହାରାଜ ଗିରଫ, ମହାତ୍ମାଗାନ୍ଧିଙ୍କ ବିରୋଧରେ ଦେଇଥିଲେ ବିବାଦୀୟ ଟିପ୍ପଣୀ

ରାୟପୁର: ମହଙ୍ଗା ପଡ଼ିଲା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବିରୋଧରେ ବିବାଦୀ ଟିପ୍ପଣୀ ଦେବା । ଗିରଫ ହୋଇଛନ୍ତି ସନ୍ଥ କାଳିଚରଣ ମହାରାଜ । ତାଙ୍କୁ ଖୁଜୁରାହୋରୁ ରାୟପୁର ପୋଲିସ ଗିରଫ କରିଛି । କାଳିଚରଣ ମହାରାଜଙ୍କ ନାଁରେ ରାୟପୁରର ୨ଟି ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କୁ ଗିରଫ…

ଓମିକ୍ରନ୍ ଭୟ: ମୁମ୍ବାଇରେ ଆଜିଠୁ ୭ ତାରିଖ ଯାଏ ୧୪୪ ଧାରା

ମୁମ୍ବାଇ: ମହାରାଷ୍ଟ୍ରରେ ମାଡ଼ି ଚାଲିଛି ଓମିକ୍ରନ୍ । ସଂକ୍ରମଣ ପୁଣି ଥରେ ଉପରମୁହାଁ । ମୁମ୍ବାଇରେ ଦୈନିକ କେସ୍ ବଢୁଛି । ଆଗକୁ ନୂଆବର୍ଷ ଥିବାରୁ ଲୋକଙ୍କ ଭିଡ଼ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଆଜିଠାରୁ ଆସନ୍ତା ୭ ତାରିଖ ପର୍ୟ୍ୟନ୍ତ ୧୪୪ ଧାରା ଜାରି ହୋଇଛି ।…

ମର୍ମନ୍ତୁଦ ଦୁର୍ଘଟଣା: ଡ୍ରାଇଭର ମୃତ, ବର ଓ କନ୍ୟା ସହ ୮ଗୁରୁତର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ବିଜୁ ଏକ୍ସପ୍ରେସ ୱେର ଆମପାଣି ନିକଟରେ ଦୁର୍ଘଟଣା ହୋଇଛି । ବୋଲେରୋ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇଥିଲା । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ବର, କନ୍ୟାଙ୍କ ସମେତ ୮ଜଣ ଗୁରୁତର ହୋଇଥିଲେ । ସୂଚନା ଅନୁଯାୟୀ, ଛତିଶଗଡ଼ର ଡ଼ୁମେରପଦର ଗାଁରୁ ଗତକାଲି ବର…

ଅଧା ଜିତା ହୋଇଥିବା ଏକ ଲଢ଼େଇ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ବିଳମ୍ବରେ ହେଲେ ବି ବିବାଦୀୟ କୃଷି ଆଇନ୍ ତିନୋଟିକୁ ପ୍ରତ୍ୟାହାର କରି ପ୍ରଧାନମନ୍ତ୍ରୀ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି । ଅବଶ୍ୟ ଏଥିପାଇଁ ଚାଷୀମାନଙ୍କୁ ଦୀର୍ଘ ବର୍ଷେରୁ ଉର୍ଦ୍ଧ୍ୱ କାଳ ଖରା, ବର୍ଷା, ଶୀତରେ ବସି ଆନ୍ଦୋଳନ…

ଧାରାବାହିକ ଉପନ୍ୟାସ : ଦେବୀ (୨୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ୨୯  କେତେ ସୁନ୍ଦର ଥିଲା ସେ ସବୁ ଦିନ। କେତେ ମନୋରମ ତାର ସମୁଦ୍ର କୂଳିଆ ଗାଆଁ। ଆଦ୍ୟ ଯୌବନର ସେ ସବୁ ମଧୁକ୍ଷରା ମୁହୂର୍ତ୍ତ କୁଆଡେ ହଜିଗଲା। ସମୟ ଆଣି କେଉଁଠି ଥୋଇଲା ତାକୁ ! ପୂର୍ଣ୍ଣ ସକାଳ ହେବାକୁ ଆଉ କିଛି ସମୟ ବାକିଥିଲା।…

ପୋଲିସ ସ୍ତରରେ ଅଦଳ ବଦଳ, ବଦଳିଲେ ମାଲକାନଗିରି ଏସ୍‌ପି

ଭୁବନେଶ୍ବର : ବରିଷ୍ଠ ପୋଲିସ ଅଫିସର ସ୍ତରରେ ଅଦଳବଦଳ । ବଦଳିଛନ୍ତି ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନା । ୨୦୧୭ ବ୍ୟାଚ୍ ଆଇପିଏସ୍ ପ୍ରହଲ୍ଲାଦ ଏସ୍‌. ମୀନାଙ୍କୁ ଏଆଇଜି (ହେଡକ୍ବାର୍ଟର) ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ୨୦୧୮ ବ୍ୟାଚ୍ ଆଇପିଏସ୍ ତଥା ତାଳଚେର ଏସଡିପିଓ ନୀତେଶ…

ବିଜୟ ପାଇଁ ଭାରତକୁ ଦରକାର ଆଉ ୬ ୱିକେଟ

ସେଂଚୁରିଆନ: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ଦ୍ୱାର ଦେଶରେ ଭାରତ ପଂହଚିଛି । ଗୁରୁବାର ଅନ୍ତିମ ଦିବସରେ ଭାରତକୁ ୬ ୱିକେଟ ଆବଶ୍ୟକ ହେଉଥିବା ବେଳେ ଦକ୍ଷିଣ ଆଫ୍ରିକା ୨୧୧ ରନ ଦରକାର କରୁଛି । ଭାରତ ପ୍ରଦତ ୩୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି…

ଜାନୁଆରୀ ପହିଲାରେ ପିଏମ୍-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାନୁଆରୀ ପହିଲାରେ ପିଏମ୍-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ତୃଣମୂଳସ୍ତରରେ ଚାଷୀଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ…