Latest Odisha News

BREAKING NEWS

ଗର୍ଭବତୀଙ୍କ ସ୍ୱାମୀଙ୍କୁ ଡାକ୍ତର ଦୁର୍ବ୍ୟବହାର କରିଥିବା ଅଭିଯୋଗ

ରାୟଗଡା : ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କୁ ଡାକ୍ତର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛିା ମହିଳାଙ୍କ ସ୍ୱାମୀ ଲିଙ୍ଗରାଜ ବାଗ ଏପରି ଅଭିଯୋଗ ଆଣିଛନ୍ତି । ମିଳିଥିବା ସୂଚନା ଅନୁସାରେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ କୁଟ୍ରାଗଡ ଗ୍ରାମରେ…

ଆସୁଛି ବାବୁସାନ୍‌ଙ୍କ ‘ଦମନ’, ପୋଷ୍ଟରର ପ୍ରଥମ ଲୁକ୍ ରିଲିଜ

ଭୁବନେଶ୍ୱର: ୨୦୨୧ ସରିଆସୁଥିବା ବେଳେ ଖ୍ରୀଷ୍ଟମାସରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ସୁପରଷ୍ଟାର ବାବୁସାନ୍ । ଖୁବଶୀଘ୍ର ସିନେ ପରଦାକୁ ଆସୁଥିବା ତାଙ୍କର ଏକ ଚଳଚିତ୍ର ପୋଷ୍ଟରର ପ୍ରଥମ ଲୁକ୍ ରିଲିଜ । ଫିଲ୍ମର ନାଁ ହେଉଛି ଦମନ । ଭିନ୍ନ ଓ ନୂତନ ଧରଣର କାହାଣୀ ଥିବା ଓଡିଆ…

ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନି ଗିରଫ

ଚଣ୍ଡିଗଡ଼ : ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ଗିରଫ ହୋଇଛି ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନି । ଖଲିସ୍ତାନୀ ଆତଙ୍କବାଦ ଯୋଜନାରେ ସମ୍ପୃକ୍ତ ଯଶବିନ୍ଦରକୁ ଜର୍ମାନୀରୁ ଗିରଫ କରାଯାଇଛି । ସେ ପଞ୍ଜାବ, ମୁମ୍ବାଇ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ଆତଙ୍କୀ ହମଲା କରିବାକୁ ଯୋଜନା କରିଥିବା…

୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ଲଗାଗଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭାରତକୁ ସାମରିକ ଏବଂ ଯନ୍ତ୍ରପାତି ଉତ୍ପାଦନର କେନ୍ଦ୍ର କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼

ଭୁୁବନେଶ୍ୱର: ଆସନ୍ତା ୧୬ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ ଏନେଇ ବୁଧବାର ସୂଚନା ଦେଇଛି ଯେ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ମୟୁରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ…

ଶେଷ ହେଲା ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ, ସପ୍ତାହ ମଧ୍ୟରେ ଚାର୍ଜସିଟ ଦାଖଲ କରିବ ଏସଆଇଟି

ଉତ୍ତରପ୍ରଦେଶ : ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ଘଟଣାର ଶେଷ ହୋଇଛି ତଦନ୍ତ ପ୍ରକ୍ରିୟା । ଏକ ସପ୍ତାହ ମଧ୍ୟରେ ଚାର୍ଜସିଟ ଦାଖଲ କରିବ ଏସଆଇଟି । ଗତ ଅକ୍ଟୋବର ୩ ତାରିଖରେ ଘଟିଥିବା ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ…

୧୨୦ ଦେଶକୁ ବ୍ୟାପିଲାଣି ଓମିକ୍ରନ୍‌

ନୂଆଦିଲ୍ଲୀ: ମାରାତ୍ମକ ଓମିକ୍ରନ୍ ଭୂତାଣୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୦ ଦେଶକୁ ବ୍ୟାପିସାରିଲାଣି। ଓମିକ୍ରନ୍ ସଂକ୍ରମଣର ମାତ୍ରା ମଧ୍ୟରେ ବ୍ରିଟେନରେ ମଙ୍ଗଳବାର ଦିନ ୧୩୦,୦୦୦ କରୋନା ମାମଲା ରିପୋର୍ଟ ହୋଇଛି। ଭାରତରେ, ଦିଲ୍ଲୀରେ ୨୩୮ ଏବଂ ମହାରାଷ୍ଟ୍ରରେ ୧୬୭ ଟି ମୋଟ ଓମିକ୍ରନ୍ ସଂକ୍ରମଣ…

ଭାରତର ୨୦୨୨ କ୍ରିକେଟ କାର୍ଯ୍ୟସୂଚୀ

ପୁରୀ: ୨୦୨୨ ପାଇଁ ଭାରତର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଘୋଷିତ । ଭାରତ ପାଇଁ ଏଥର ଟି୨୦ ବିଶ୍ୱକପ ଜିତିବା ସୁଯୋଗ ମଧ୍ୟ ରହିଛି । ଜାନୁୟାରୀ: ଡିସେମ୍ବର ୨୬ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ଜାନୁୟାରୀ ବାକି ଥିବା ୨ ଟେଷ୍ଟ ଏବଂ ଦିନିକିଆ ସିରିଜ…

ଦିନିକିଆ ନୂଆପଡା ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ

ନୂଆପଡା : ଦିନିକିଆ ନୂଆପଡା ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ସହ ଶୁଭ ଉଦଘାଟନ କରିଛନ୍ତି ।ଆଜି ପ୍ରଥମେ ଶ୍ରୀମତି ସାହୁ ନୂଆପଡା ଜିଲ୍ଲା ଖଡିଆଳ…

ଆଉ ୫ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ; ପଶ୍ଚିମବଙ୍ଗ

କୋଲକାତା: ପଶ୍ଚିମବଙ୍ଗରେ ଅତି କମରେ ପାଞ୍ଚ ଜଣ ବ୍ୟକ୍ତି ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ପାଞ୍ଚଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି…