Latest Odisha News

BREAKING NEWS

ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଉତୋଳନ କରି…

ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ

ଭୁବନେଶ୍ୱର: ଜାନୁଆରୀ ୩ତାରିଖରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ । ପୂର୍ବ ଗାଇଡ଼ଲାଇନ ଅନୁଯାୟୀ, ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ ।…

୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପାଇଁ କୌଣସି ଡାକ୍ତରୀ ପ୍ରମାଣପତ୍ରର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ବୁଷ୍ଟର ଡୋଜ୍‌ ନେବାବେଳେ କୌଣସି ସାର୍ଟିଫିକେଟ୍ ଦେଖାଇବାର ଆବଶ୍ୟକତା ନାହିଁ। ଏହା ପୂର୍ବରୁ କୁହାଯାଇଥିଲା ଯେ ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପାଇଁ ଡାକ୍ତରୀ ପ୍ରମାଣପତ୍ର ପ୍ରସ୍ତୁତ…

ପୁଣି ଘୁଞ୍ଚିଲା ଫିଲ୍ମ ‘ଜର୍ସି’ର ରିଲିଜ ଡେଟ୍‌

ମୁମ୍ବାଇ: ଶାହିଦ କପୁର ଏବଂ ମୃଣାଲ ଠାକୁର ତାଙ୍କ ଅଭିନୀତ ଫିଲ୍ମ 'ଜର୍ସି'ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଅନେକ ଦିନର ଅପେକ୍ଷା ପରେ ଫିଲ୍ମଟି ଡିସେମ୍ବର ୩୧ରେ ରିଲିଜ ହେବାର ଥିଲା। କିନ୍ତୁ ଦେଶରେ ବଢୁଥିବା କୋଭିଡ ଏବଂ ଓମିକ୍ରନ୍ ମାମଲା ହେତୁ ଜର୍ସିର ରିଲିଜ୍ ତାରିଖ ପୁଣି ଥରେ…

[ଭିଡ଼ିଓ] ନାବାଳିକା ଆତ୍ମହତ୍ୟା କାରଣ ଅସ୍ପଷ୍ଟ, ପୁଲିସର ଛାନଭିନ୍ ଜାରି

ରାୟଗଡ଼ା : ରାୟଗଡ଼ା ଶୁଣ୍ଢି ସାହିରେ ଅଘଟଣ ଘଟିଛି । ବେକରେ ରଶି ଲଗାଇ ଦୁଇ ଜଣ ଆତ୍ମହତ୍ୟା କରିଥିବା ଖବର ସାମନାକୁ ଆସିଛି। ରାହୁଲ କୌଶଲ ନାମକ ଜଣେ ବ୍ୟକ୍ତିଙ୍କ ସହ ସେହି ଅଞ୍ଚଳର ଜଣେ ନାବାଳିକା ମିଶି ଆତ୍ମହତ୍ୟା କରିଛନ୍ତି । ୧୫ବର୍ଷୀୟ ଏହି ନାବାଳିକା ଜଣକ ଟ୍ୟୁସନ ପଢିବାକୁ ବାହାରିଥିବା…

ବରଫ ଚାଦରରେ ସଜାଇ ହୋଇଛି ପର୍ଯ୍ୟଟନସ୍ଥଳି ଔଲି , ଜମୁଛି ପର୍ଯ୍ୟଟକଙ୍କ ଭିଡ

ଉତ୍ତରାଖଣ୍ଡ :ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଔଲି । ଏଠାରେ ଏବେ ତୁଷାରପାତ ଜାରି ରହିଛି । ହେଲେ ଏହି ବରଫ ପାତ ଦେଖିବା ପାଇଁ ବାହାର ରାଜ୍ୟ ସହ ଆଖପାଖ ଅଞ୍ଚଳର ଟୁରିଷ୍ଟ ମାନଙ୍କ ପ୍ରବଳ ଭିଡ ଲାଗିଛି । ପିକନିକ୍ ସିଜିନ ଚାଲିଥିବା ବେଳେ ନୂଆବର୍ଷ ପାଇଁ ପର୍ଯ୍ୟଟକଙ୍କ…

ଛେଳି ଜନ୍ମ କଲା ମଣିଷ ଆକୃତିର ଛେଳି ଛୁଆ

ଆସାମ: ଆମ ଆଖପାଖରେ ଅନେକ ସମୟରେ ଏହିପରି କିଛି ଘଟଣା ଘଟେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏହି ମଧ୍ୟରେ ଆସାମର କଚାର ଜିଲ୍ଲାରୁ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା କିଛି ଚତ୍ମକାରଠାରୁ କମ୍ ନୁହେଁ । ଆପଣ କେବେ ଶୁଣିଛନ୍ତି ପଶୁ ମଣିଷ ଛୁଆକୁ ଜନ୍ମ ଦେବା କଥା! ହଁ ଆଜ୍ଞା ଆମେ…

ଭିଜିଲାନ୍ସ ଜାଲରେ ରେଭେନ୍ୟୁ ଇନ୍ସପେକ୍ଟର୍‌

ଜଗତସିଂହପୁର: ଲାଂଚ ଦାବି କରି ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା ଜାପା ରାଜସ୍ୱ ନିରୀକ୍ଷକ ସମୀର କୁମାର ମଲ୍ଲିକ । ଏରସେମା ତହସିଲରେ ମ୍ୟୁଟେସନ ମାମଲାର ସମାଧାନ ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କଠାରୁ ସମୀର କୁମାର ମଲ୍ଲିକ ଲାଂଚ ମାଗିଥିବା ଅଭିଯୋଗ ହୋଇଛି । ରିପୋର୍ଟ…

ଏମକେସିଜି ମେଡିକାଲର ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ, ରୋଗୀସେବା ବାଧାପ୍ରାପ୍ତ

ବ୍ରହ୍ମପୁର : ଏମକେସିଜି ମେଡିକାଲର ପିଜି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପିଜି ଓ ନିଟ୍ କାଉନସେଲିଂରେ ଅହେତୁକ ବିଳମ୍ବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ମାନେ । ୨୦୨୧ ବର୍ଷ ପାଇଁ କାଉନସେଲିଂ ବିଳମ୍ବ ହେଉଛି । କାଉନସେଲିଂ ଶିଘ୍ର କରାଯାଉ ବୋଲି ଦାବି କରିଛନ୍ତି ।…

ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର: ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହୋଇଥିବା ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିଥିଲା । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଲୋକମାନେ ବହୁ ହଇରାଣ ହୋଇଥିଲେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ,…