Latest Odisha News

BREAKING NEWS

କଠୋର ‌ହେବ ଇସିଙ୍କ ନିୟମ; ଉଲ୍ଲଘଂନ କଲେ ବ୍ୟାନ୍‌ ହୋଇପାରେ ନିର୍ବାଚନୀ ପ୍ରଚାର

ନୂଆଦିଲ୍ଲୀ: ଚଳିତ ବର୍ଷ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି କରିବାକୁ ପ୍ରସ୍ତୁତ ହେଉଛି। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ,…

୨୬ ରାଜ୍ୟରେ ପଶିଲାଣି ଓମିକ୍ରନ୍, ମହାରାଷ୍ଟ୍ର ଓ ଦିଲ୍ଲୀରୁ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ୍ । ୨୬ ରାଜ୍ୟରେ ପଶିଲାଣି । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬ଶହ ୩୦ । ମହାରାଷ୍ଟ୍ର ଓ ଦିଲ୍ଲୀରେ ପାଖାପାଖି ଅଧା ନୂଆ ଭାରିଆଣ୍ଟ କେସ୍ ରହିଛି । ମହାରାଷ୍ଟ୍ରରୁ…

[ଭିଡ଼ିଓ]ନବରଙ୍ଗପୁରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ନବରଙ୍ଗପୁର ସହରରେ ଚିହ୍ନଟ ହେଲେ ପ୍ରଥମ ଓମିକ୍ରନ ଆକ୍ରାନ୍ତ । ମ୍ୟୁନିସିପାଲଟି ଅଞ୍ଚଳର ୧୩ନମ୍ବର ୱାର୍ଡ଼ରୁ ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଥିବା…

ପୁଣି ସ୍ୱାମୀ ରାଜଙ୍କୁ ନେଇ ଟ୍ରୋଲ ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଉଭୟ ମହାରାଷ୍ଟ୍ରର ଶିରିଡି ସାଇ ବାବାଙ୍କ ମନ୍ଦିର ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଦମ୍ପତି ସାଇ ବାବାଙ୍କ…

ଦିଲ୍ଲୀ ଲାଜପତ ରାୟ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଜଳିଗଲା ଦିଲ୍ଲୀ ଚାନ୍ଦନୀଚୌକରେ ଥିବା ଲାଜପତ ରାୟ ମାର୍କେଟ । ସକାଳୁ ସକାଳୁ ଅଗ୍ନିକାଣ୍ଡ ହୋଇଥିଲା । ନିଆଁରେ ଛାରଖାର ହୋଇଯାଇଛି ବହୁ ଦୋକାନ ଘର । ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ପ୍ରଥମେ ଗୋଟିଏ ଦୋକାନରୁ ନିଆଁ ବାହାରିଥିଲା । ପରେ ଚାରିଆଡ଼େ ମାଡ଼ି…

ରାଜ କୁମାରଙ୍କ ନାଁରେ ୩ କୋଟି ଠକେଇ ଯୋଜନା; ଠକାମିରୁ ସତର୍କ ରହିବାକୁ ଚେତାବନୀ ଦେଲେ ରାଜ

ନୂଆଦିଲ୍ଲୀ: ଏକ ନକଲି ଇମେଲ ବିଷୟରେ ବଲିଉଡ ଅଭିନେତା ରାଜକୁମାର ରାଓ ଚେତାବନୀ ଦେଇଛନ୍ତି। ୩ କୋଟି ଟଙ୍କା ଆଦାୟ ପାଇଁ ଅଭିନେତାଙ୍କ ନାମ ବ୍ୟବହାର କରି ଏହି ମେଲ ପଠାଯାଇଛି। ଲୋକଙ୍କୁ ଏ ବିଷୟରେ ସଚେତନ କରାଇ ରାଜକୁମାର ସୋସିଆଲ୍‌ ମିଡିଆରେ ଏହି ମେଲର ସ୍କ୍ରିନସଟ ସେୟାର କରିଛନ୍ତି। ଯାହା…

ସୁରତ ମିଲରେ ଗ୍ୟାସ ଲିକ୍, ୬ଜଣଙ୍କ ମୃତ୍ୟୁ ଓ ୨୦ ଆହତ

ସୁରଟ: ଗୁଜୁରାଟ ସୁରତରୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି । ସୁରତର ଏକ କମ୍ପାନୀରେ ଗ୍ୟାସ ଲିକ୍ ହେବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିରେ ୨୦ଜଣରୁ ଅଧିକ ଆହତ ଅବସ୍ଥାରେ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣା ସହରର ସଚିନ୍ ଜିଆଇଡ଼ିସି ଅଞ୍ଚଳରେ ଘଟିଛି ବୋଲି ସୂଚନା…

ଦେଶରେ ଲକ୍ଷେ ମୁହାଁ ଦୈନିକ କରୋନା ସଂକ୍ରମଣ, ମହାରାଷ୍ଟ୍ର ଓ ବଙ୍ଗରେ ମାଡୁଛି

ନୂଆଦିଲ୍ଲୀ: ଦେଶରେ ଲକ୍ଷେ ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ଗତକାଲି ୫୮ ହଜାର ପଜିଟିଭ୍ ଚିହ୍ନଟ ହୋଇଥିଲେ । ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ପାର କରିଛି । ଦିନକରେ ସାରା ଦେଶରୁ ୯୦ ହଜାର ୯୨୮ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଗତକାଲି ଅପେକ୍ଷା ସଂକ୍ରମଣରେ ୫୬.୫…

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାଓ୍ୱାର । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ସେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି । ନିକଟ…

ରାଜ୍ୟରେ ଶୀତର ଲହରୀ ଜାରି, ଆସନ୍ତା ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ସୋନପୁର , ବୌଦ୍ଧ, ନୟାଗଡ଼, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ରହିବ…