Latest Odisha News

BREAKING NEWS

କଙ୍ଗନାଙ୍କ ସ୍ୱାଧୀନତା ଭିକ୍ଷା ବୟାନକୁ ଗୁରୁତ୍ୱ ଦେବା ଦରକାର ନାହିଁ : ନିତୀଶ କୁମାର

ବିହାର : ଦେଶକୁ ମିଳିଥିବା ସ୍ୱାଧୀନତା ଭିକ୍ଷା ଜନକ ବୋଲି କହିବା ପରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି । କଙ୍ଗନାଙ୍କ ଏପରି ବୟାନକୁ ନେଇ ସୋମବାର ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଏହି କଥା କୁ ବିଲକୁଲ ଗୁରୁତ୍ୱ ଦେବା…

ଟି୨୦ ବିଶ୍ୱକପ : ସର୍ବଶ୍ରେଷ୍ଠ ଟିମରେ ସ୍ଥାନ ପାଇଲେନି କୌଣସି ଭାରତୀୟ, ବାବର ଅଧିନାୟକ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ପ୍ରଦର୍ଶନ ବିଚାରକୁ ନେଇ ଆଇସିସି ଶ୍ରେଷ୍ଠ ଏକାଦଶ ଘୋଷଣା କରିଛି । ଏଥିରେ ଭାରତର କୌଣସି ଖେଳାଳି ସ୍ଥାନ ପାଇ ନ ଥିବା ବେଳେ ପାକିସ୍ତାନର ବାବର ଆଜମଙ୍କୁ ଅଧିନାୟକ କରାଯାଇଛି । ବାବର ୬ ମ୍ୟାଚରେ ୬୦.୬୦ ଆଭରେଜରେ ୩୦୩ ରନ କରିଥିଲେ । ଭାରତ ସୁପର ୧୨ ଆଗକୁ…

ମମିତା ମେହେର ହତ୍ୟାକାଣ୍ଡ ଘଟଣା : କୋର୍ଟରେ ହାଜର ହେଲା ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେ

ବଲାଙ୍ଗୀର : ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେ ଚଣ୍ଡୀ କୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି…

ମହିଳା ଜୁନିୟର ହକି ବିଶ୍ୱକପ: ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁ ଥିବା ଏଫଆଇଏଚ ମହିଳା ଜୁନିୟର ହକି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଲାଲରେମସିଆମି ନେତୃତ୍ୱରେ ଘୋଷିତ ଏହି ଦଳରେ ୨ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଆଜମିନା କୁଜୁର ଓ ଜୀବନ କିଶୋରୀ ଟପ୍ପୋ । ଦକ୍ଷିଣ ଆଫ୍ରିକାର…

ଘୁଞ୍ଚିଲା ‘ଗଙ୍ଗୁବାଇ କାଠିଆୱାଡି’ର ରିଲିଜ୍ ଡେଟ୍‌

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଗଙ୍ଗୁବାଇ କାଠିଆୱାଡି' ଏବଂ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ 'ଆରଆରଆର' ବକ୍ସ ଅଫିସରେ ସଂଘର୍ଷ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଗଙ୍ଗୁବାଇ କାଠିଆୱାଡି ଫିଲ୍ମର ରିଲିଜ୍ ତାରିଖକୁ ବଢାଇ ଦିଆଯାଇଛି। ବାସ୍ତବରେ ଅଜୟ…

ପୁରୀରେ ୟୁଜର୍ସ ଫି ଆଦାୟ ପ୍ରତିବାଦରେ ବିଜେପିର ବିକ୍ଷୋଭ

ପୁରୀ : ପୁରୀରେ ଜନସାଧାରଣଙ୍କ ଠାରୁ ଯୁଜର୍ସ ଫି ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟକୁ ବିରୋଧ । ପୌର ପ୍ରଶାସନ ପକ୍ଷରୁ ୟୁଜର୍ସ ଫି ଆଦାୟ ପ୍ରତିବାଦରେ ବିକ୍ଷୋଭ ଓ ଧାରଣା ଦେଇଛି ବିଜେପି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିଜେପି କର୍ମୀ…

କଏଦୀଙ୍କୁ ସ୍ୱାବଲମ୍ବୀ କରିବାକୁ ଯାଜପୁର ଜେଲ କର୍ତ୍ତୃପକ୍ଷଙ୍କ ନିଆରା ପ୍ରୟାସ

ଯାଜପୁର: ଆଗକୁ ଆସୁଛି କାର୍ତ୍ତିକ ପୂର୍ଣ୍ଣିମା। ଜେଲ ପକ୍ଷରୁ ପ୍ରସ୍ତୁତ ହୋଇ ବିକ୍ରି ହେଉଛି ଭଳିକି ଭଳି ଡ଼ଙ୍ଗା। ଯାଜପୁର ଜେଲରେ ଥିବା କଏଦୀମାନଙ୍କୁ ନେଇ ଆରମ୍ଭ ହୋଇଛି ଏହି ନୂଆ ପ୍ରୟାସ। ଜେଲରେ ଥିବା କଏଦୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ଜେଲ…

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ

ପୁରୀ : ଗଣଶିକ୍ଷା ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ। ପୁରୀ ଗୋପ ମେଡିକାଲ କଲେଜ ଯିବା ସମୟରେ ବିଜେପି  ତରଫରୁ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି। ଆଜି ମନ୍ତ୍ରୀ ଗୋପ ମେଡିକାଲ ଚକ୍ଷୁ ବିଭାଗ କେନ୍ଦ୍ର ଉଦଘାଟନ…

କାଇରୋରେ ବିଷାକ୍ତ ବିଛାଙ୍କ ଆକ୍ରମଣ: ୩ ମୃତ, ୫୦୦ରୁ ଅଧିକ ଅସୁସ୍ଥ

କାଇରୋ: ମିଶରରେ ପ୍ରବଳ ଝଡ ତୋଫାନ ଲାଗି ରହିଛି । ଏଥିରୁ ବର୍ତିବା ପାଇଁ ଲୋକେ ସଂଘର୍ଷ କରୁଥିବା ବେଳେ ସମଗ୍ର ସହରରେ ବିଛା ଆକ୍ରମଣ ବୃଦ୍ଧି ପାଇଛି । ଏହି ବିଷାକ୍ତ ବିଛା କାମୁଡିବା ଯୋଗୁ ୩ଜଣ ମୃତ୍ୟୁବରଣ କରିଥିବା ବେଳେ ୫୦୦ରୁର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡିଛନ୍ତି । ଲୋକମାନଙ୍କ ଘରେ ଏହା ପସି…

ପୁରୀ ମୂଷାନଦୀର ସଂପ୍ରସାରଣ ପର୍ଯ୍ୟାୟ-୧ ପ୍ରକଳ୍ପ ପାଇଁ ଜନଶୁଣାଣି

ପୁରୀ : ପୁରୀ ସହରର ପ୍ରବେଶପଥ ମୂଷାନଦୀର ସଂପ୍ରସାରଣ ପର୍ଯ୍ୟାୟ-୧ ପ୍ରକଳ୍ପ ପାଇଁ ହୋଇଛି ପ୍ରଥମ ଜନଶୁଣାଣି । ପ୍ରକଳ୍ପ ପାଇଁ ମୋଟ ୪୬ ଏକର ୬୦ ଡିସିମିଲି ଜମିର ଆବଶ୍ୟକତା ଥିବା ବେଳେ, ୧୨ ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇସାରିଛି । ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା…