Latest Odisha News

BREAKING NEWS

UNSC ସ୍ଥାୟୀ ସଦସ୍ୟପଦ: ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ

ଆମେରିକା: ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଓ ସମ୍ପ୍ରସାରଣକୁ ନେଇ ରୁଷିଆ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଜାତିସଂଘ ସାଧାରଣ ସଭାରେ ବକ୍ତବ୍ୟ ରଖି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ଭାରତ ଓ ବ୍ରାଜିଲକୁ UNSCର ସ୍ଥାୟୀ ସଦସ୍ୟପଦ ମିଳିବା ନେଇ ଦୃଢ଼ ସମର୍ଥନ ଜଣାଇଛନ୍ତି।…

ଜୀବନ ନେଉଛି DJର ବିକଟାଳ ଶବ୍ଦ; ଜଣେ ମୃତ, ୯ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ଜଟଣୀରେ ଏକ ଗଣେଶ ମୂର୍ତ୍ତି ବିସର୍ଜନ ଉତ୍ସବ ଦୁଃଖଦରେ ପରିଣତ ହୋଇଛି । DJର ବିକଟାଳ ଶବ୍ଦରେ ଏକ କୋଠାର ଏକ ସ୍ଲାବ୍ ଖସି ପଡ଼ିଥିଲା।ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ୯ ଜଣ ଆହତ ହୋଇଥିଲେ। ତେବେ ଡିଜେ ସଂଗୀତ ଏବଂ ଏହା ଦ୍ୱାରା ସୃଷ୍ଟି…

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା ଜଳସ୍ତର, ବଢୁଛି ବନ୍ୟା ଆଶଙ୍କା

ଭୁବନେଶ୍ୱର: ଝାଡ଼ଖଣ୍ଡର ଗାଲୁଡିହ ବନ୍ଧର ଗେଟ୍ ଖୋଲାଯିବା ପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହା ଫଳରେ ଚଳିତ ଋତୁରେ ନଦୀରେ ଚତୁର୍ଥ ଥର ପାଇଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ଏବଂ ଉତ୍ତର ବାଲେଶ୍ୱରର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ରିପୋର୍ଟ ଅନୁଯାୟୀ,…

ରବିବାର ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣିରଖନ୍ତୁ…

ନୂଆଦିଲ୍ଲୀ: ଆଜି ରବିବାର। ତଥାପି ସାରା ଦେଶରେ ଖୋଲା ରହିବ ବ୍ୟାଙ୍କ। ସାପ୍ତାହିକ ଛୁଟି ଯୋଗୁଁ ସାଧାରଣତଃ ରବିବାର ବ୍ୟାଙ୍କଗୁଡ଼ିକ ବନ୍ଦ ଥିବାବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବ୍ୟାଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି ସରକାର ଆଜି ବ୍ୟାଙ୍କଗୁଡ଼ିକୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ…

ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ଧର୍ମଘଟ ବେଳେ ମାଗଣାରେ ଏଟିଏମ୍‌ରୁ ଉଠାଇ ପାରିବେ ଟଙ୍କା, ଲାଗିବନି…

ଭୁବନେଶ୍ୱର: ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା ୩ ଦିନିଆ ଧର୍ମଘଟ ପୂର୍ବରୁ ସାଧାରଣ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ବନ୍ଦ ରହିବାକୁ ଥିବା ବେଳେ, ଏହି ସମୟ ମଧ୍ୟରେ…

ଶସ୍ତା ଇନ୍ଧନ ଓ କମ୍ ପ୍ରଦୂଷଣ: ଖୁବଶୀଘ୍ର ରାସ୍ତାକୁ ଓହ୍ଲାଇବ ଶହେ ପ୍ରତିଶତ ଇଥାନଲ୍ ଚାଳିତ ଗାଡ଼ି

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଭାରତୀୟ ଅଟୋମୋବାଇଲ୍ ବଜାର ପାଇଁ ଏକ ବଡ଼ ତଥା ଐତିହାସିକ ଘୋଷଣା କରିଛନ୍ତି । ଆଗାମୀ ଅକ୍ଟୋବର ମାସରେ ଦେଶରେ ପ୍ରଥମ ଥର ପାଇଁ ୧୦୦ ପ୍ରତିଶତ ଇଥାନଲ୍ ଦ୍ୱାରା ପରିଚାଳିତ ଏକ କାର୍ ଲଞ୍ଚ୍ ହେବାକୁ ଯାଉଛି ବୋଲି ସେ ପ୍ରକାଶ…

ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ଟ୍ରେନ୍‌ରେ ଲାଗିବ…

ଭୁବନେଶ୍ୱର: ପାର୍ବଣ ଋତୁ ଆସିଲେଣି, ଆଉ ଏଥିସହିତ ଆରମ୍ଭ ହୋଇଗଲାଣି ଘରକୁ ଫେରିବାର ପ୍ରସ୍ତୁତି । ଦଶହରା, ଦୀପାବଳି ଓ ଛଠ୍ ପୂଜା ଭଳି ବଡ଼ ପର୍ବ ପାଖେଇ ଆସୁଥିବାରୁ ଏବେଠାରୁ ଟ୍ରେନ୍‌ଗୁଡ଼ିକରେ ଲମ୍ବା ୱେଟିଂ ଲିଷ୍ଟ ଦେଖିବାକୁ ମିଳିଲାଣି । ଟିକେଟ୍ ନପାଇ ଯାତ୍ରୀମାନେ ନାହିଁ ନଥିବା ହଇରାଣ…

ଦେଶରେ ପ୍ରଥମ ଥର ଓଡ଼ିଶାରେ ଉନ୍ମୋଚିତ ହେଲା ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ୧୭ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୪ଟି ବିଭାଗର ସମୁଦାୟ ୧,୧୦୧ ଜଣ ନବନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବା ଅବସରରେ କହିଛନ୍ତି। ଏହି ଅବସରରେ…

Hospital in Western Odisha:ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରିବ ବେଦାନ୍ତ

ଭୁବନେଶ୍ୱର:ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ହେବ। ଏହା ସହ ଢେଙ୍କାନାଳରେ ୩ ମିଲିୟନ୍ ଟନ୍ କ୍ଷମତାର ସ୍ମେଲଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ବେଦାନ୍ତ ଯୋଜନା କରିଛି । ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ…