Latest Odisha News

BREAKING NEWS

ଗୋଟିଏ ରାତିରେ ଦୁଇଟି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ବାଲିଗୁଡ଼ା: ମନ୍ଦିରକୁ ବି ଛାଡୁ ନାହାନ୍ତି ଲୁଟେରା । ଦେବଦେବୀଙ୍କ ଅଳଙ୍କାର ଲୁଟ୍ କରୁଛନ୍ତି । ଗୋଟିଏ ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦୁଇଟି ମନ୍ଦିରରୁ ଲୁଟ୍ ହୋଇଛି । ସୁନା ଗହଣା ଓ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଲୁଟେରା । ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍…

ଆସନ୍ତା ୧ରୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ, ନିଜେ କରିପାରିବେ ପଞ୍ଜିକରଣ

ନୂଆଦିଲ୍ଲୀ: କରୋନା ଟିକାକରଣ ଲାଗି ଆରମ୍ଭ ହୋଇଥିବା CoWIN ଆପରେ ମାର୍ଚ୍ଚ ୧ ତାରିଖରୁ ଆପମ ନିଜେ ନାଁ ପଞ୍ଜିକରଣ କରିପାରିବେ । ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା କୋଭିଡ୍ ଟିକାକରଣ ଏମ୍ପାୱର୍ଡ କମିଟିର ଅଧ୍ୟକ୍ଷ ରାମ ସେବକ ଶର୍ମା ଏନେଇ ସୂଚନା ଦେଇଛନ୍ତି…

ଆଜି ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀଜୀଉ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଏହି୍ ବେଶରେ ଆଜି ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର । ଦ୍ୱିପହର ଧୂପ ସରିବା ପରେ ଏହି ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଏହା ପରେ ସାହାଣ ମେଲା ଦର୍ଶନ ହେବ । ଗଜଉଦ୍ଧାରଣ…

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ଅନଲାଇନରେ ହେବ ସାଇ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଓ ସାଇ ଇଣ୍ଟନ୍ୟାସନାଲ ଆବାସିକ ସ୍କୁଲ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ମାର୍ଚ୍ଚ ୬ ଓ ଏପ୍ରିଲ ୨ ତାରିଖରେ ଏହି ଅନଲାଇନ ପରୀକ୍ଷା ହେବ । ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ପାଇଁ ଷଷ୍ଠରୁ ନବମ, ଓ ଏକାଦଶ…

ମାର୍ଚ୍ଚ ୩୧ ଯାଏ କୋଭିଡ୍ ଗାଇଡଲାଇନ ବୃଦ୍ଧି ନେଇ କେନ୍ଦ୍ର ଗୃହ ସଚିବଙ୍କ ଚିଠି

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର କଟକଣା କଡ଼ାକଡ଼ି କରିଛନ୍ତି । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କରୋନା ଗାଇଡଲାଇନ୍ ମାର୍ଚ୍ଚ ୩୧ ଯାଏ ବଢ଼ାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍…

କଟକରେ ଉଦଘାଟିତ ହେବ ଆର୍‌ଆର୍ ସେଣ୍ଟର ଅଫ୍ ଆର୍ଟ

କଟକ : ଆସନ୍ତାକାଲି  ସତୀନଗରରେ ଉଦଘାଟିତ ହେବ ଆର୍‌ଆର୍ ସେଣ୍ଟର ଅଫ୍ ଆର୍ଟ । ଏହି ଅବସରରେ ଏକ ଚିତ୍ରକଳା ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ,…

ସାରୁଅରେ ଭୟାବହ ଅଗ୍ନିକାଣ୍ଡ; ଗୋଟିଏ ପରିବାର ସର୍ବସ୍ୱନ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସାରୁଅ ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ଆଁରେ ସବୁ କିଛି ଜଳିଯାଇ ଗୋଟିଏ ପରିବାର ସର୍ବସ୍ୱନ୍ତ। ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଅଞ୍ଚଳର ସାରୁଆ ଗାଁରେ ମଙ୍ଗୁଳି ସାହୁଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା ।…

ଆଗକୁ ନିର୍ବାଚନ, ଜଗନ୍ନାଥଙ୍କ ବାଡଗ୍ରାହୀଙ୍କୁ ନେଇ ପୂଜାର୍ଚ୍ଚନା କଲେ ଦିଦି

କୋଲକାତା: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ବିରାଟ ପୂଜାର୍ଚ୍ଚନା । ତାଙ୍କ କାଳିଘାଟସ୍ଥିତ ବାସଭବନରେ ଏହି ପୂଜା କରିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି । ମମତାଙ୍କୁ ପୁତୁରା ତଥା ତୃଣମୂଳ କଂଗ୍ରେସ…

ଆରମ୍ଭରୁ ଏତେ ତାତି; ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର: ଲଗାତାର କିଛି ଦିନ ଧରି ରାଜଧାନୀ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କଲାଣି। ଖରାର ପ୍ରଖରତା ଅତିଷ୍ଠ କରୁଥିବା ବେଳେ ଏବେଠୁ ଝାଞ୍ଜି ପବନ ବହିବା ଆରମ୍ଭ ହୋଇଗଲାଣି। ବେଶ୍ କିଛି ଦିନ ହେଲା ରାଜଧାନୀର ସର୍ବାଧିକ ତାପମାତ୍ରା ବଢ଼ି ଚାଲିଛି ଓ ସର୍ବନିମ୍ନ…

କଡାକଡି ହେଲାଣି କଟକଣା; କୋଭିଡ ନିୟମ ଉଲଙ୍ଘନ କରି ସିଲ ହେଲା ୫ ଟି ଦୋକାନ

ବାରିପଦା: ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର କଡାକଡି ନିୟମ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । କିଛିଦିନ ଧରି କଟକଣା ସାମାନ୍ୟ କୋହଳ ହୋଇ ଯାଇଥିବା ବେଳେ ପୁଣିଥରେ ଏହାକୁ ନେଇ ଧରପଗଡ଼ ଆରମ୍ଭ ହୋଇ ଯାଇଛି। ସୂଚନାନୁସାରେ, କୋଭିଡ…