ସଂପ୍ରସାରଣ କ୍ଷେତ୍ରରେ ନାଲ୍କୋ ୩୦ ହଜାର କୋଟି ଟଙ୍କା ନିବେଶ କରିବ: କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ସଂପ୍ରସାରଣ ଓ ବିବିଧାୟନ ଯୋଜନାରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ।
ଭୁବନେଶ୍ୱରଠାରେ ନାଲ୍କୋର ୪୧ତମ…