Latest Odisha News

BREAKING NEWS

ବଜ୍ରାଘାତରେ ୨ ମୃତ, ଜଣେ ଗୁରୁତର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ । ଆଜି ସଂଧ୍ୟାରେ ବଜ୍ରାଘତରେ ଜିଲ୍ଲାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକ ହେଲେ ବେତନଟୀ ଥାନା ପୁରୀଖୁଣ୍ଟା ଗାଁର ସୁଲୋଚନା ମହାନ୍ତ । ସେ ବିଲରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ…

ପୁଣି ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଧମକ ପୂର୍ଣ୍ଣ ପୋଷ୍ଟର

ମାଲକାନଗିରି : ପୁଣି ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର । ପିଏଲଜିଏରେ ସାମିଲ ହେବାକୁ ଜନସାଧାରଣଙ୍କୁ ପୋଷ୍ଟର ଜରିଆରେ ଆହ୍ବାନ ଦିଆଯାଇଛି । ଏହାସହ ପୋଲିସକୁ ସହଯୋଗ କରୁଥିବା ଲୋକଙ୍କୁ ପ୍ରଜକୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଲେଖାଯାଇଛି । କୁଡୁମୁଲୁଗୁମ୍ମା…

ଦୁଇଟି ପୁସ୍ତକ ‘ଆଜିର ଦିନଟି ମୋର’ ଓ ‘ଉର୍ବଶୀର ଗାଁ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦୁଇଟି ପୁସ୍ତକ ‘ଆଜିର ଦିନଟି ମୋର’ ଏବଂ ‘ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଏହି ଦୁଇ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ…

ରାଜ୍ୟରେ ବନ୍ଦ ହେବ ସରକାରୀ ଓ ଵେସରକାରୀ କୋଭିଡ୍‌ କେୟାର ସେଣ୍ଟର

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତି ଧିରେ ଧିରେ ସୁଧୁରୁଥିବା ବେଳେ କଟକଣା କୋହଳ କଲେଣି ସରକାର । ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟରେ ବନ୍ଦ ହେବ ସରକାରୀ ଓ ବେସରକାରୀ କୋଭିଡ୍‌ କେୟାର ସେଣ୍ଟର । ତେବେ ସମ୍ଭାବ୍ୟ ତୄତୀୟ ଲହରକୁ ଦୄଷ୍ଟିରେ ରଖି…

ଆଫଗାନିସ୍ତାନ ଏବଂ ଆମେରିକା ସୈନ୍ୟର ୭୦୦ ଟ୍ରକ କବଜା କଲାଣି ତାଲିବାନ !

କାବୁଲ: ଆଫଗାନିସ୍ତାନରେ ତାଲିବାନ ତାର ସ୍ଥିତି ମଜଭୁତ କରିବାରେ ଲାଗିଛି । ଆମେରିକା ପର୍ଯ୍ୟାୟ କ୍ରମେ ସେନା ପ୍ରତ୍ୟାହାର କରୁଥିବାରୁ ଏହା ସେମାନଙ୍କୁ ଫାଇଦାରେ ରଖିଛି । ରିପୋର୍ଟ ମୁତାବକ ଆଫଗାନିସ୍ତାନ ଏବଂ ଆମେରିକା ସୈନ୍ୟଙ୍କ ପାଖାପାଖି ୭୦୦ ଟ୍ରକ ଓ ଅନ୍ୟ ସାମରିକ ଯାନ ତାଲିବାନମାନେ…

କୋପା ଆମେରିକା ଫୁଟବଲ ଫାଇନାଲରେ ବ୍ରାଜିଲ

ରିଓ ଡେ ଜାନେରିଓ: କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟର ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ବ୍ରାଜିଲ ୧-୦ ଗୋଲରେ ପେରୁକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ନେମାର ଜୁନିୟରଙ୍କ ଏକ ଚମତ୍କାର ପାସକୁ ଲୁକାସ ପକେଟା ୩୫ତମ ମିନିଟରେ ଗୋଲରେ ପରିଣତ କରିଥିଲେ । ପ୍ରଥମାର୍ଦ୍ଧ ଶେଷ…

ଇଂଲଣ୍ଡ କ୍ରିକେଟ ଦଳର ୩ ଖେଳାଳି ସମେତ ୭ ଷ୍ଟାଫ କରୋନା ସଂକ୍ରମିତ, ବିପଦ ଘନେଇଲା ଭାରତ ବିପକ୍ଷ ସିରିଜ ଉପରେ

ଲଣ୍ଡନ: ପାକିସ୍ତାନ ବିପକ୍ଷ କ୍ରିକେଟ ସିରିଜ ଅବସରରେ ଇଂଲଣ୍ଡର ୩ ଖେଳାଳିଙ୍କ ସମେତ ୭ ଷ୍ଟାଫ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସଂକ୍ରମିତ ଖେଳାଳି ଏବଂ ଷ୍ଟାଫଙ୍କୁ ଆଇସୋଲେଶନରେ ରଖାଯାଇଛି । ପାକିସ୍ତାନ ବିପକ୍ଷ ସିରିଜ ପରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ…

୧୩ ଅଗଷ୍ଟରେ ରିଲିଜ ହେବ ଅଜୟଙ୍କ ଭୂଜ:ପ୍ରାଇଡ ଅଫ ଇଣ୍ଡିଆ

ମୁମ୍ବାଇ: ଅଜୟ ଦେବଗାନଙ୍କ ବହୁ ପ୍ରତୀକ୍ଷୀତ ଭୂଜ: ପ୍ରାଇଡ ଅଫ ଇଣ୍ଡିଆ ଫିଲ୍ମର ରିଲିଜ ତାରିଖ ମଙ୍ଗଳବାର ଘୋଷଣା କରାଯାଇଛି । ଓଟିଟି ପ୍ଲାଟଫର୍ମରେ ଏହା ୧୩ ଅଗଷ୍ଟରେ ରିଲିଜ ହେବ । ଡିଜନୀ ପ୍ଲସ ହଟଷ୍ଟାରରେ ଦର୍ଶକମାନେ ଭାରତ-ପାକ୍ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମକୁ ଉପଭୋଗ କରିପାରିବେ ।…

ଟିକା ନେଲା ପରେ ବି ରାଜ୍ୟରେ ୧୬,୯୬୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଟିକା ନେଲା ପରେ ବି ୧୬,୯୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ ଟିକା ନେଇଥିବା ମୋଟ ୧୬,୯୬୦ (୦.୧୩) ପ୍ରତିଶତ ଲୋକ ଓଡିଶାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ରାଜ୍ୟର ୧ କୋଟିରୁ ଅଧିକ…

ଗିରଫ ନକରାଗଲେ ପୋଲିସ ଆଗରେ ହାଜର ହେବି; ଟ୍ୱିଟର ଇଣ୍ଡିଆ ଏମ୍‌ଡି

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରୀ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟଙ୍କୁ କହିଛନ୍ତି ଯେ ଯଦି ସେ ଗିରଫ ନକରନ୍ତି ତେବେ ସେ ଉତ୍ତରପ୍ରଦେଶ ପୋଲିସ ଆଗରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି। ମନୀଷ ମହେଶ୍ୱରୀଙ୍କ ପରାମର୍ଶଦାତା ସି.ଭି…