Latest Odisha News

BREAKING NEWS

ବିବାଦୀୟ ଟୁଇଟ ନେଇ ସ୍ୱରା ଭାସ୍କର, ଟ୍ୱିଟର ଇଣ୍ଡିଆ ମୂଖ୍ୟଙ୍କ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ:ଗାଜିଆବାଦରେ ଏକ ମାରପିଟ ଘଟଣାକୁ ବିବାଦୀୟ କରି ସାମ୍ପ୍ରଦାୟିକ ରୂପ ଦେଉଥିବା ଅଭିଯୋଗରେ ଅଭିନେତ୍ରୀ ସ୍ୱରା ଭାସ୍କର ଏବଂ ଟ୍ୱିଟର ଇଣ୍ଡିଆ ମୂଖ୍ୟ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ତିଳକମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି । ଏହି ଦୁଇ ଜଣଙ୍କ ବ୍ୟତୀତ ସାମ୍ବାଦିକ ଆରଫା…

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆରୋଗ୍ୟ କାମନା କରୁଛି ଓଡ଼ିଶା

ଭୁବନେଶ୍ୱର: ଓଲିଉଡ୍ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ଆଇସିୟୁରେ ସେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ଶରୀରରେ ଅକ୍ସିଜେନ୍ ସ୍ତର ହ୍ରାସ ପାଉଥିବାରୁ…

ମାଆର କରୁଣ ଡାକରେ ମୃତ ଘୋଷିତ ପୁଅ ବଂଚି ଉଠିଲା !

ବାହାଦୂରଗଡ: ହରିୟାଣାର ବାହାଦୂରଗଡରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ପ୍ରମାଣ କରିଛି ମାଆର ସ୍ନେହ ଡାକରେ ଚମତ୍କାରିତା ଥାଏ । ଏହାକୁ ଯମ ବି ଅଣଦେଖା କରିପାରିବ ନାହିଁ । ବାହାଦୂରଗଡର ହିତେଶ ଏବଂ ତାଙ୍କ ପତ୍ନୀ ଜାହ୍ନବୀଙ୍କ ପୁଅକୁ ଟାଇଫାଇଡ ହୋଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ…

ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍: ସ୍ୱାଭାବିକ ହେଉଛି ଜୀବନ ଜୀବିକା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ । କମ୍ ସଂକ୍ରମଣ ହାର ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କାଟାଗୋରୀ-‘ଏ’ରେ ଥିବା ୧୭ ଜିଲ୍ଲାରେ ଆଂଶିକ କଟକଣା ରହିଛି । ସେହିପରି ସଂକ୍ରମଣ ହାର ଅଧିକ ଥିବା ଉପକୂଳର ୧୩ ଜିଲ୍ଲାରେ ଆଂଶିକ କୋହଳ ହୋଇଛି । ଆଜିଠାରୁ ଜୁଲାଇ ୧ ତାରିଖ ଯାଏ ଆଂଶିକ…

କାର ଉପରେ ଆଖିବୁଜା ଗୁଳି ଓ ବୋମାମାଡ଼: ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ: କାମାକ୍ଷାନଗରରେ ଫୁଟିଲା ଗୁଳି । କାର ଉପରେ ଘନ ଘନ ଗୁଳିମାଡ଼ ହୋଇଛି । ତାସହ ଦୁର୍ବୃତ୍ତ କରିଛନ୍ତି ବୋମାମାଡ଼ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ନିକଟରେ ଗତକାଲି ରାତିରେ ବୋମା ଓ ଗୁଳିମାଡ଼ ହୋଇଛି । କାର…

ଦେଶରୁ ୬୨ ହଜାର କରୋନା ପଜିଟିଭ୍, ୭୧ ଦିନରେ ସର୍ବନିମ୍ନ ସ୍ତରକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏବେ ୭୦ ହଜାର ତଳରେ ରହିଛି । ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍ । ଗତ ୨୪ ଘଣ୍ଟାରେ ଦେଶରୁ ୬୨ହଜାର ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ କରୋନା ନେଇଛି ଆଉ ୨ହଜାର ୩୩୦ ଜୀବନ । ଦେଶରେ…

ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ବର୍ଷା, ଆଜି ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆଜିପାଇଁ ୬ ଜିଲ୍ଲା ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼କୁ…

ରାଜ୍ୟରେ ୧୨ ଦିନ ପରେ ୪୦ ତଳକୁ ଖସିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୨ ଦିନ ପରେ ୪୦ ତଳକୁ ଖସିଲା ଦୈନିକ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୩୯ ଜୀବନ ନେଇଛି କରୋନା । ୧୪ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗତ ୪ ତାରିଖରେ ରାଜ୍ୟରୁ ୩୯ ଜଣ ପ୍ରାଣ ହରାଇଥିଲେ । ତାପରଠରୁ ପ୍ରତିଦିନ ୪୦ରୁ ଅଧିକ…

ଆଜି ଓଡ଼ିଶାରୁ ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୮ ଜିଲ୍ଲାରେ ଶହେରୁ କମ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୪ ହଜାରରୁ କମ୍ ସଂକ୍ରମିତ । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୩ହଜାର ୬୩୧ ନୂଆ ଆକ୍ରାନ୍ତ । କ୍ୱରେଣ୍ଟାଇନରୁ ୨ହଜାର ୬୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୬୨ । ଖୋର୍ଦ୍ଧାରୁ ସର୍ବାଧିକ…

ଓଳଟିଲା କାଙ୍କଡ଼ ବୋଝେଇ ଟ୍ରକ, ଯିଏ ଯେତେ ପାରିଲେ ବୋହି ନେଲେ

ଭୁବନେଶ୍ୱର: ଓଲଟିଲା କାଙ୍କଡ଼ ବୋଝେଇ ଟ୍ରକ୍ । ଭୁବନେଶ୍ୱର ପଳାଶୁଣୀ ଓଭରବ୍ରିଜ ନିକଟରେ ଏକ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ସେଥିଲେ ଥିବା କାଙ୍କଡ ବୋଝେଇ ବସ୍ତା ସବୁ ଏଣେତେଣେ ପଡ଼ିଲା । ଏହାର ଫାଇଦା ନେଇ ରାସ୍ତାରେ ଯାଉଥିବା ଲୋକମାନେ ଘରକୁ ବୋହି ନେଲେ କାଙ୍କଡ଼ । କିଏ ବ୍ୟାଗରେ…