Latest Odisha News

BREAKING NEWS

ପର୍ଯ୍ୟଟକ ଧ୍ୟାନ ଦିଅନ୍ତୁ: ମୋବାଇଲ୍ ଆପରେ ଚିଲିକା ପାଇଁ ଡଙ୍ଗା ବୁକିଂ

ପୁରୀ: ଚିଲିକା ବୁଲି ଆସିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଭଲ ଖବର । ଏଣିକି ଚିଲିକା ବୁଲିବା ପାଇଁ ଆସିଲେ ଆଉ ଡଙ୍ଗା ବୁକିଂ ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ । ଅନଲାଇନରେ ଫଟାଫଟ ବୁକିଂ କରିପାରିବେ ଡଙ୍ଗା । ଖୁବଶୀଘ୍ର ଏଥିପାଇଁ ଏକ ମୋବାଇଲ୍ ଆପ୍ ସୁବିଧା କରାଯିବ । ଆସନ୍ତା…

ଭଲ ଖବର: ୬ ଲକ୍ଷ ତଳକୁ ଖସିଲା ଦେଶରେ କରୋନା ଆକ୍ଟିଭ୍ କେସ୍, ଜାଣନ୍ତୁ ଆଜିର ରିପୋର୍ଟ

ନୂଆଦିଲ୍ଲୀ: ହାରୁଛି ମହାମାରୀ, ଜିତୁଛି ଭାରତ । ସାରା ଦେଶରେ ଏବେ ଦୈନିକ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥ ହେଉଛନ୍ତି ଅଧିକ । ଆକ୍ଟିଭ୍ କେସ୍ ଖସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୮ ହଜାର ୬୪୮ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୮୮ ହଜାର ୮୫୧…

ଜମ୍ମୁ କଶ୍ମୀରରେ ତିନି ଜଣ ବିଜେପି କର୍ମୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ କଶ୍ମୀର: ଇଦ ପୂର୍ବରୁ ଦକ୍ଷିଣ କାଶ୍ନୀରରେ ରକ୍ତର ହୋଲି ଖେଳିଲେ ଆତଙ୍କବାଦୀ ।  କୁଲଗାମର ଗୋଟିଏ ଗାଁରେ ବିଜେପିର ତିନି ଜଣ କର୍ମକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ବିଜେପି ଯୁବ ମୋର୍ଚ୍ଚର ଜିଲ୍ଲା ସାଧାରଣ ସମ୍ପାଦକ ଓ ତାଙ୍କର ଦୁଇ ଜଣ ସହଯୋଗୀ ।…

କରୋନା ସଂକ୍ରମଣ ବୃଦ୍ଧି ହେତୁ ସ୍ପେନରେ ଛଅ ମାସ ପାଇଁ ଲାଗୁ ହେଲା ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି

ନୂଆଦିଲ୍ଲୀ: ଶୀତ ଆରମ୍ଭ ହେବା ମାତ୍ରେ ସ୍ପେନରେ ମାରାତ୍ମକ କରୋନା ଭାଇରସ୍‌ର ପ୍ରକୋପ ପୁଣି ଥରେ ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ଛଅ ମାସ ପାଇଁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମଧ୍ୟ କରୋନା ସ୍ପେନରେ ହଇଚଇ ସୃଷ୍ଟି କରିଥିଲା ​।…

ଶ୍ରୀମନ୍ଦିରରେ ରାଧା-ଦାମୋଦର ବେଶ; ଜାଣନ୍ତୁ କାହିଁକି ହୁଏ ପାଳନ

ପୁରୀ: ପ୍ରତି ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପଅନୁଷ୍ଠିତ ହୋଇଥାଏ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ଏହି ବେଶର ନାମ ଏପରି ନାମକରଣ କରାଯାଇଥିବା…

ବ୍ରହ୍ମପୁରରେ IPL ବେଟିଂ: ଦୁଇ ଜଣ ଗିରଫ, ଲକ୍ଷାଧିକ ଟଙ୍କା ଜବତ

ବ୍ରହ୍ମପୁର: ଆଇପିଏଲ୍ ବେଟିଂ ଚାଲିଥିଲା । ଖବର ପାଇଁ ଚଢ଼ାଉ କରିଥିଲା ବ୍ରହ୍ମପୁର ପୋଲିସ । ଏହି ଗ୍ୟାଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା ଜବତ ହୋଇଛି । ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବିଭିନ୍ନ…

ସ୍ୱଳ୍ପ‌ ଆୟକାରୀ ଦେଶମାନଙ୍କ ପାଇଁ ସ୍ୱତନ୍ତ୍ର ବୀମା ଯୋଜନା ପ୍ରସ୍ତୁତ କରୁଛି ‘ହୁ’  

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କମ୍‌ ଆୟକାରୀ ଦେଶରୁ ଆସିଥିବା ସେହି ଲୋକଙ୍କ ପାଇଁ କ୍ଷତିପୂରଣ ପାଣ୍ଠି ସ୍ଥାପନ କରିବାକୁ ଯାଉଛି। ବିଶେ‌େ କରି କୋଭିଡ -୧୯ ର ପାର୍ଶ୍ୱ ପ୍ରତିକ୍ରିୟାରେ ପୀଡିତ ଲୋକଙ୍କ ପାଇଁ ଏଭଳି ଯୋଜନାର ବିଚାର କରୁଛି 'ହୁ'। ସୂଚନାଯୋଗ୍ୟ କରୋନା ଟିକା…

ରାଉରକେଲାରେ ସ୍କର୍ପିଓ ଜାଳି ଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ରାଉରକେଲା: ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ରାଉରକେଲା ନିକଟରେ ରାସ୍ତା ଉପରେ ଜଳିଗଲା ଗାଡ଼ି । ଆଜି ସକାଳୁ ସକାଳୁ ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡରେ ଏହି ଘଟଣା ଘଟିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଗାଡ଼ିଟି ପୋଡ଼ି ଯାଇଥିଲା ।…

କରୋନା ଛଡାଇ ନେଇଛି ପୂଜା ମଉଜ; ବିନା ଭକ୍ତରେ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ: ଚଳିତ ଥର କରୋନା ଉଜାଡ଼ି ଦେଉଛି ପୂଜା ମଉଜ। ପ୍ରଥମେ ଦୁର୍ଗାପୂଜା ଆଉ ଏବେ ମାଆ ଗଜଲକ୍ଷ୍ମୀ ପୂଜା। ବିନା ଭକ୍ତରେ ଆରମ୍ଭ ହୋଇଛି ମାଆ ଗଜ ଲକ୍ଷ୍ମୀଙ୍କ ପୂଜା । ନା ଅଛି ଉତ୍ସାହ ନା ଅଛି ଯାକଜମକ। କେବଳ ବିଧି ରକ୍ଷା ନିମନ୍ତେ ମଣ୍ଡପରେ ପାଳନ ହେଉଛି ମାଆଙ୍କ ପୂଜା ପୂଜା ମଣ୍ଡପ ।…

ମହୁମାଛି ଆକ୍ରମଣରେ ୪ ଜଣ ଗୁରୁତର

ବାଙ୍ଗିରିପୋଷି: ବିନ୍ଧିଦେଲେ ମହୁମାଛି । ଆକ୍ରମଣରେ ୪ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଘଟିଛି ମୟୂରବଞ୍ଜ ଜିଲ୍ଲା ଦୁଆରଶୁଣି ଘାଟିରେ । ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣ ହୋଇଛି । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣଙ୍କୁ ଉଦ୍ଧାର…