Latest Odisha News

BREAKING NEWS

ଭାରତରୁ ଯାତ୍ରୀବାହୀ ବିମାନ ସେବାକୁ ସମାୟିକ ବନ୍ଦ ରଖିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ଗୋଟିଏ ପରେ ଗୋଟିଏ ଦେଶ ଭାରତରୁ ବିମାନସେବାକୁ ବନ୍ଦ କରୁଛନ୍ତି । ଆଜି ଅଷ୍ଟ୍ରେଲିଆ ସରକାର ଭାରତରୁ ବିମାନସେବାକୁ ସାମୟିକ ବାତିଲ କରିଛନ୍ତି । ମେ ୧୫ ତାରିଖ ଯାଏ ଭାରତରୁ ସିଧାସଳଖ କୌଣସି ଯାତ୍ରୀବାହୀ ବିମାନ ଉଡ଼ାଣ କରିପାରିବ ନାହିଁ ।…

ଭାରତକୁ ୮ଟି ଅକ୍ସିଜେନ ଜେନେରେଟର ପଠାଇବ ଫ୍ରାନ୍ସ

ନୂଆଦିଲ୍ଲୀ: ଫ୍ରାନ୍ସ ସୋମବାର ଭାରତ ପାଇଁ କୋଭିଡ-୧୯ ମାମଲାରେ ଦ୍ରୁତ ଗତିରେ ଅମ୍ଳଜାନର ଅଭାବ ହେତୁ ଦେଶରେ ଅମ୍ଳଜାନ ଉତ୍ପାଦନ କାରଖାନା, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଇବା ନେଇ ଘୋଷଣା କରିଛି। ଫ୍ରାନ୍ସର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତର କୋଭିଡ-୧୯…

ରାଜ୍ୟରେ ୧୮-୪୪ ବର୍ଷ ବୟସ୍କଙ୍କୁ ଟିକାକରଣରେ ହୋଇପାରେ ବିଳମ୍ବ

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ କରାଯିବ । ତେବେ ରାଜ୍ୟରେ ଏହି ବୟସ ବର୍ଗର ଲୋକଙ୍କୁ ଟିକାକପଣରେ ବିଳମ୍ବ ହୋଇପାରେ । ଟିକା ଆସିବାରେ ବିଳମ୍ବ ହୋଇପାରେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ…

ବିଦେଶ ଯିବା ପାଇଁ ଏହି ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା କରାଯାଏ

ଜଳନ୍ଧର: ପଂଜାବରେ ଏକ ନିଆରା ଗୁରୁଦ୍ୱାର ରହିଛି । ଏହାର ନାମ ଶହୀଦ ବାବା ନିହାଲ ସିଂ ଗୁରଦ୍ୱାର । ଏଠାରେ ଭକ୍ତଙ୍କ ମାନସିକତା ପୂରଣ କରିବା ପାଇଁ ଯେଉଁ ପଦ୍ଧତି ଅବଲମ୍ବନ କରାଯାଇଥାଏ ତାହା ଶୁଣିଲେ ଆପଣମାନେ ନିଶ୍ଚିତ ଭାବେ ଚକିତ ହୋଇଯିବେ । ବିଦେଶ ଯିବା ପଂଜାବୀ ଯୁବପିଢ଼ୀର ଏକ ସ୍ୱପ୍ନ…

ଅଭିନେତ୍ରୀ ହିନା ଖାନଙ୍କୁ କରୋନା, ସପ୍ତାହେ ତଳେ ଆଖି ବୁଜିଥିଲେ ବାପା

ମୁମ୍ବାଇ: ଅଭିନେତ୍ରୀ ହିନା ଖାନଙ୍କ ପରିବାର ଏବେ କଠିନ ସମୟ ଦେଇ ଗତି କରୁଛି । ସପ୍ତାହେ ଭିତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏବେ ହିନା କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ହିନା । ସେ ଲେଖିଛନ୍ତି, ବର୍ତ୍ତମାନ ତାଙ୍କର ଓ ପରିବାର ପାଇଁ କଠିନ…

ଆଜି ଓଡ଼ିଶାରୁ ହାଇଦ୍ରାବାଦ ପହଞ୍ଚିଛି ୫ଟି ଅକ୍ସିଜେନ ଟ୍ୟାଙ୍କର

ହାଇଦ୍ରାବାଦ: ଆଜି ଓଡ଼ିଶାରୁ ୫ଟି ଅକ୍ସିଜେନ ଟ୍ୟାଙ୍କର ତେଲେଙ୍ଗାନା ପହଞ୍ଚିଛି। ତେଲେଙ୍ଗାନା ସୋମବାର ଦିନ ଓଡିଶାରୁ ୫ଟି ଅକ୍ସିଜେନ ଟ୍ୟାଙ୍କର୍ ପାଇ ତୁରନ୍ତ ସେଗୁଡିକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି। ଶୁକ୍ରବାର ଦିନ…

ବିଜୟ ଉତ୍ସବ ଉପରେ ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆସନ୍ତା ୨ ତାରିଖରେ ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ତାପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । କରୋନା ସଂକ୍ରମଣ ବଢୁଥିବାରୁ ମେ ୨ ତାରିଖ କିମ୍ବା ତାପରେ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷ ବିଜୟ ଉତ୍ସବ…

କରୋନା ମୁକାବିଲା; ଭାରତକୁ ସାହାଯ୍ୟର ପ୍ରତିଶ୍ରୁତି ଦେଲା ଆପଲ୍‌

ନୂଆଦିଲ୍ଲୀ: ଦିନକୁ ଦିନ କୋଭିଡ-୧୯ ସଙ୍କଟ ବଢୁଥିବାରୁ ଆପଲ ସିଇଓ ଟିମ କୁକ ଭାରତକୁ ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି। କୁକ୍ କହିଛନ୍ତି ଯେ କୁକ୍‌ ଆପଲ୍‌ ଭାରତକୁ ସହାୟତା କରିବ ଏବଂ ଆବଶ୍ୟକ ରିଲିଫ୍ ଯୋଗାଇଦେବ। ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବଂ ମାଇକ୍ରୋସଫ୍ଟର ସିଇଓ ସତ୍ୟ…

ଓଡ଼ିଶାରେ ୫୦ହଜାର ପାର୍ କଲା କରୋନା ଆକ୍ଟିଭ୍ କେସ୍, ୧୪ ଜିଲ୍ଲାରେ କେବଳ ୮୦%

ଭୁବନେଶ୍ୱର: ରାଜ୍ୟରେ ଆଜି ୫୦ ହଜାର ପାର କରିଛି କରୋନା ଆକ୍ଟିଭ୍ କେସ । ଆଜି ଆଉ ୬ହଜାର ୭୩ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସକ୍ରିୟ ମାମଲା ୫୦ହଜାର ୯୫୮କୁ ବୃଦ୍ଧି ପାଇଛି । ରେଡ୍ ଜୋନରେ ରହିଛି ୧୪ଟି ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ, ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼,…

ଦିନକରେ ଦେଶରେ ୩ ଲକ୍ଷ ୨୩ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ, ୨୭୭୧ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୩ ଲକ୍ଷ ୨୩ ହଜାର ୧୪୪ ଜଣ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…