Latest Odisha News

BREAKING NEWS

୨୩୦୦ରୁ ଅଧିକ ପୋଲିସ କର୍ମଚାରୀ କରୋନା ପଜିଟିଭ

ଡେରାଡୁନ୍‌: ସୂଚନା ଅନୁଯାୟୀ ଉତ୍ତରାଖଣ୍ଡ ପୋଲିସର ପ୍ରାୟ ୨୩୦୦ରୁ ଅଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୩ ପ୍ରତିଶତ ପୋଲିସ କର୍ମଚାରୀ କରୋନା ଟିକା ମଧ୍ୟ ନେଇଛନ୍ତି। ରାଜ୍ୟରେ ୨,୩୮୨ ଜଣ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ପାଞ୍ଚ…

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ରାଜଦ୍ରୋହ ମାମଲା ଖାରଜ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କୁ ବଡ଼ ଆଶ୍ୱସ୍ତି । ତାଙ୍କ ବିରୋଧରେ ହିମାଚଳ ପ୍ରଦେଶରେ ହୋଇଥିବା ରାଜଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ୟୁ. ୟୁ. ଲଳିତ ଓ ଜଷ୍ଟିସ ବିନୀତ ଶରଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ବିନୋଦ ଦୁଆଙ୍କ ବିରୋଧରେ…

ଖୁବଶୀଘ୍ର ଆଉ ଗୋଟିଏ ମେନ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍, ୩୦ କୋଟି ଡୋଜ୍ ପାଇଁ ଡିଲ୍

ନୂଆଦିଲ୍ଲୀ: କରୋନା ଟିକାକରଣ ଭିତରେ ଆଉ ଗୋଟିଏ ଖୁସି ଖବର ସାମନାକୁ ଆସିଛି । ଖୁବଶୀଘ୍ର ଦେଶ ପାଇବ ଆଉ ଗୋଟିଏ ମେଡ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍ । ୩୦ କୋଟି ଡୋଜ୍ କରୋନା ଟିକା ପାଇଁ ହ୍ରାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା କମ୍ପାନୀ ବାୟୋଲୋଜିକାଲ୍-ଇ ସହିତ ଡିଲ୍ କରିଥନ୍ତି କେନ୍ଦ୍ର ସରକାର ।…

ସୌରଭ ଗାଙ୍ଗୁଲିଙ୍କ ୨୫ ବର୍ଷ ପୁରୁଣା ରେକର୍ଡ ସହ ସମକକ୍ଷ ହେଲେ ନ୍ୟୁଜିଲାଣ୍ଡର କନୱେ

ଲର୍ଡ୍ସ:ନ୍ୟୁଜିଲାଣ୍ଡର ଓପନର ଡେୱେନ କନୱେ ପଦାର୍ପଣ ଟେଷ୍ଟ ମ୍ୟାଚରେ ଇତିହାସ ରଚିଛନ୍ତି । ଲର୍ଡ୍ସରେ ତୃତୀୟ ବିଦେଶୀ ବ୍ୟାଟ୍ସମ୍ୟାନ ଭାବେ ସେ ଏହି କୀତିମାନ ସ୍ଥାପନ କରିଛନ୍ତି । ୧୯୮୩ରେ ହ୍ୟାରୀ ଗ୍ରାହାମ ଏବଂ ୧୯୯୬ରେ ଭାରତର ସୌରଭ ଗାଙ୍ଗୁଲି ଏଠାରେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ…

ସ୍ତ୍ରୀକୁ ପଥରରେ ଛେଚି ମାରିବା ପରେ ଜୀବନ ହାରିଦେଲା ସ୍ୱାମୀ

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ାଛେଲୁ କୁମ୍ଭାରସାହିରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ଘଟିଛି ଏହି ଘଟଣା । ମୃତକ ହେଲେ ଗାଁର ପ୍ରଶାନ୍ତ ମୁଦୁଲି…

ଫ୍ରେଂଚ ଓପନ ଟେନିସ: ୨ ଜଣ ପୁରୁଷ ଡବଲ୍ସ ଖେଳାଳି କରୋନା ସଂକ୍ରମିତ, ଦର୍ଶକଙ୍କୁ ବାହାର କରାଗଲା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଗୁରୁବାର ପୁରୁଷ ଡବଲ୍ସ ବିଭାଗର ୨ଜଣ ଖେଳାଳି କରୋନା ସଂକ୍ରମିତ ଥିବା ଜଣାପଡିଛି । ସେମାନଙ୍କୁ ଡ୍ରରୁ ବାହାର କରିବା ସହ, ଷ୍ଟାଡିୟମରେ ଉପସ୍ଥିତି ଥିବା ଦର୍ଶକଙ୍କୁ ଘରକୁ ଯିବାକୁ କୁହା ଯାଇଥିଲଶ । ଫ୍ରେଂଚ ଟେନିସ ଫେଡେରେଶନ ସମସ୍ତ ପ୍ରକାର…

୨୪ ଘଣ୍ଟାରେ ଦେଶରୁ ୧ଲକ୍ଷ ୩୪ ହଜାର ପଜିଟିଭ୍, ୨୮୮୭ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ମୃତ୍ୟୁସଂଖ୍ୟା ବି ୩ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୪ହଜାର ୧୫୪ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି ଆଉ ୨ହଜାର ୮୮୭ ଜୀବନ । ଦେଶରେ କରୋନାରେ ସଂକ୍ରମିତ ହେଲେଣି ମୋଟ୍ ୨କୋଟି…

ତ୍ରାଲରେ ବିଜେପି ନେତା ରାକେଶ ପଣ୍ଡିତଙ୍କୁ ଗୁଳି କରି ହତ୍ୟା

ତ୍ରାଲ:କଶ୍ମୀରର ତ୍ରାଲ ଅଂଚଳରେ ଆତଙ୍କବାଦୀମାନେ ବିଜେପିର ନଗରପାଳିକା ଅଧ୍ୟକ୍ଷ ରାକେଶ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି କଶ୍ମୀର ପଣ୍ଡିତଙ୍କ ଜଣଙ୍କ ଦୀର୍ଘ ଦିନ ଧରି ଉଗ୍ରବାଦୀଙ୍କ ନୀତି ବିରୋଧରେ ଲଢ଼ି ଆସୁଥିଲେ । ରାକେଶଙ୍କ ସୁରକ୍ଷା ପାଇଁ ୨ଜଣ ପିଏସଓ ଦିଆ ଯାଇଥିଲେ ମଧ୍ୟ…

ପଳାତକ ମେହୁଲ ଚୋକସୀକୁ ଡୋମିନିକାର ମାଜିଷ୍ଟ୍ରେଟ୍ କୋର୍ଟରୁ ମିଳିଲାନି ବେଲ୍

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ମେହୁଲ ଚୋକସୀକୁ ଝଟକା ଲାଗିଛି । ଡୋମିନିକା ମାଜିଷ୍ଟ୍ରେଟ୍ କୋର୍ଟ ତାକୁ ବେଲ୍ ଦେବାକୁ ମନା କରି ଦେଇଛନ୍ତି । ନିକଟରେ ଆଣ୍ଟିଗୁଆରୁ ନିଖୋଜ ହୋଇଥିବା ଚୋକସୀ ଡୋମିନିକାରୁ ଧରାପଡ଼ିଥିଲା । ବେଆଇନ୍ ଭାବରେ ପ୍ରବେଶ ଅଭିଯୋଗରେ…

ଇସ୍ରାଏଲରେ ୮ ରାଜନୈତିକ ଦଳ ମଧ୍ୟରେ ବୁଝାମଣା, ପ୍ରଧାନମନ୍ତ୍ରୀ ପଦରୁ ହଟିବେ ନେତ୍ୟାନେହୁ

ନୂଆଦିଲ୍ଲୀ: ଇସ୍ରାଏଲରେ ଦୀର୍ଘ ୧୨ ବର୍ଷ ପରେ ବେଞ୍ଜାମିନ ନେତ୍ୟାନେହୁ ପ୍ରଧାନମନ୍ତ୍ରୀ ପଦରୁ ହଟିବା ନିଶ୍ଚିତ ହୋଇଯାଇଛି । ମାର୍ଚ୍ଚରେ ହୋଇଥିବା ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ନ ଥିଲେ । ବଡ ପାର୍ଟି ଭାବେ ନେତ୍ୟାନେହୁ ଦଳକୁ ସରକାର ଗଠନ କରିବା ପାଇଁ ପ୍ରସ୍ତାବ…