Latest Odisha News

BREAKING NEWS

ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ: ବିଜେପି-ବିଜେଡ଼ି ମଧ୍ୟରେ ନୂଆ ସମ୍ପର୍କ !

ଭୁବନେଶ୍ୱର: ଆସନ୍ତା ରାଜ୍ୟସଭା ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ଦୁଇ ଦଳ ମଧ୍ୟରେ ଏକ ନୂଆ ରାଜନୈତିକ ସମୀକରଣର ସୂଚନା ଦେଉଛି । କିଛି ସପ୍ତାହ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ଛକାପଞ୍ଝା ମଧ୍ୟରେ ଏହି…

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୩୫ତମ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ବସ୍ତୁ ଓ ସେବା କର (ଜିଏସଟି) ପରିଷଦର ୩୫ତମ ବୈଠକ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ନୂତନ ସରକାର ଶପଥ ଗ୍ରହଣ କରିବା ପରେ ଏହା ହେଉଛି ପରିଷଦର ପ୍ରଥମ ବୈଠକ । ଏହି ବୈଠକରେ କେନ୍ଦ୍ର ଅର୍ଥ ଏବଂ…

ସହିଦଙ୍କ କଫିନରେ ଦଳୀୟ ପତାକା ଘଟଣା: ୩ ଜଣଙ୍କୁ ନିଲମ୍ବନ କଲା ବିଜେଡ଼ି

ଭୁବନେଶ୍ୱର: ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ କଫିନ ଉପରେ ଦଳୀୟ ପତାକା ଘୋଡ଼ାଇବା ଘଟଣାର ତଦନ୍ତ ଆଦେଶ ଦେବା ସହିତ ଏଥିରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ନିଲମ୍ବନ କରିଛି । ଏହି ଘଟଣାରେ କଟକ ଜିଲ୍ଲାର ସମ୍ପୃକ୍ତ ଥିବା ଦଳର ତିନିଜଣ ସଦସ୍ୟ ବିନୋଦ କୁମାର ମାଝୀ, ସନ୍ତୋଷ କୁମାର ସାହୁ ଏବଂ…

ରାଜ୍ୟସଭା ଉପ-ନିର୍ବାଚନ ଲାଗି ବିଜେଡ଼ିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ଲାଗି ଖାଲି ପଡ଼ିଥିବା ୩ଟି ଆସନ ଲାଗି ବିଜେଡ଼ି ପକ୍ଷରୁ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି । ରାଜ୍ୟସଭା ଉପ-ନିର୍ବାଚନ ଲାଗି ବିଜେଡ଼ି ପକ୍ଷରୁ ଦଳର ଆଇଟି ସେଲ୍ ଅଧ୍ୟକ୍ଷ ଡ଼ଃ ଅମର ପଟ୍ଟନାୟକ ଏବଂ  ଦଳୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା…

ଓଡିଶାର ଲିଚୁ ନିରାପଦ, କ’ଣ କହୁଛି ନମୁନା ପରୀକ୍ଷା

ଭୁବନେଶ୍ୱର: ଓଡିଶା ବଜାରରେ ବିକ୍ରି ହେଉଥିବା ଲିଚୁ ବିଷାକ୍ତ ନୁହେଁ, ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଖାଇବା ଯୋଗ୍ୟ । ଏହାର ନମୁନା ପରୀକ୍ଷା କରି ଏଥିରେ କୌଣସି ପ୍ରକାରର ବିଷାକ୍ତ କେମିକାଲ୍ ନଥିବା ଭୁବନେଶ୍ୱରସ୍ଥିତ ଷ୍ଟେଟ ପବ୍ଲିକ ହେଲଥ ଲାବୋରେଟୋରୀ ରିପୋର୍ଟ ଦେଇଛି । କ’ଣ କହୁଛି…

ସହିଦ ଓଡ଼ିଆ ଯବାନଙ୍କ କଫିନରେ ବିଜେଡ଼ି ପତାକା: ଚର୍ଚ୍ଚା ଜୋର୍ ଧରିଲା

ଭୁବନେଶ୍ୱର: ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ କଫିନ ଉପରେ ଶାସକ ବିଜେଡ଼ି ପତାକା ଘୋଡ଼ାଇଥିବାକୁ ନେଇ ବିରୋଧୀ ବିଜେପି ଶୁକ୍ରବାର ଦିନ ଏହି ଘଟଣାକୁ ଦୃଢ ନିନ୍ଦା କରିଛି । ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ସୈନିକ ସେଲର ପୂର୍ବତନ ଆବାହକ ବି କେ ବସ୍ତିଆ ଏହା ଅତ୍ୟନ୍ତ…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଘଡଘଡି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସଦ୍ୟତମ ରିପୋର୍ଟ ଅନୁଯାୟୀ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନର ଆଶଙ୍କା ରହିଛି ।…

ପ୍ରକାଶ ପାଇଲା +୨ କଳା ଓ ବାଣିଜ୍ୟ ରେଜଲ୍ଟ,ପାସ୍ ହାର କମିଲା

ଭୁବନେଶ୍ୱର : ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଶୁକ୍ରବାର ଦିନ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ଜାଣନ୍ତୁ କ’ଣ ରହିଛି ଆମ୍ବର ଉପକାରିତା..

ଭୁବନେଶ୍ୱର: ଫଳର ରାଜା ଆମ୍ବ । ପିଲା ଠାରୁ ବୁଢା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଭୋଜନ ସହ ହେଉ ବା ଖାଲିରେ ହେଉ । ଖାଲି ପାଟିକୁ ସୁଆଦିଆ ନୁହେଁ,ଶରୀରର ଅନେକ ସମସ୍ୟା ମଧ୍ୟ ଏହା ଦୂର କରିଥାଏ । ଭିଟାମିନ, ମିନେରାଲ୍ସ ଏବଂ ପ୍ରୋଟିନରେ ଭରପୁର ଥିବା ଆମ୍ବର ସଠିକ ସେବନ ଦ୍ୱାରା ଛୋଟ ଛୋଟ…

ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର : ବହୁ ଦିନର ପ୍ରତିକ୍ଷା ପରେ ପରିଶେଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଦିନ ଓଡିଶା ଉପକୂଳ ଛୁଇଁଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ବରିଷ୍ଠ ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, “ମୌସୁମୀ ପ୍ରଭାବରେ…