ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ପାକିସ୍ତାନ ୪୩ ରନରେ ଭାରତକୁ ହରାଇ ଦେଇଛି । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୧ ରନ କରିଥିଲା । ଶାହଜେବ ଖାଁ ୧୫୯ ରନର ଇନିଂସ ଖେଳିଥିଲେ । ଜବାବରେ ଭାରତ ୪୭.୧ ଓଭରରେ ୨୩୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ଥିବା ବେଳେ ସେ ମାତ୍ର ୧ ରନ କରି ଆଉଟ ହୋଇଥିଲେ । ଆଇପିଏଲ ମେଗା ନିଲାମରେ ୧୩ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନଙ୍କୁ ରାଜସ୍ଥାନ ରୟାଲ୍ସ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ଦଳରେ ନେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ ।
ନିଖିଳ କୁମାରଙ୍କ ୬୭ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ଅଲି ରାଜା ପାକିସ୍ତାନ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ୧୯ ବର୍ଷରୁ କମ ଏସିଆ କପର ଏହା ୧୧ତମ ସଂସ୍କରଣ । ଭାରତ ସବୁଠାରୁ ସଫଳ ଦଳ ଭାବେ ୮ଥର ଏହି ଟ୍ରଫି ହାସଲ କରିଛି । ଭାରତୀୟ ଟିମ ଆଗାମୀ ମ୍ୟାଚଗୁଡିକରେ ଭଲ ପ୍ରଦର୍ଶନ କରି ଟାଇଟଲ ହାସଲ କରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।
Comments are closed.