ମୁମ୍ବାଇ: ନଭେମ୍ବର ୨୯ରେ ଅଶ୍ଳୀଳ କଣ୍ଟେଣ୍ଟ ମାମଲାରେ ଇଡି ରାଜ କୁନ୍ଦ୍ରାଙ୍କ ଘରେ ଚଢାଉ କରିଥିଲା। ଇଡି ରେଡର ଗୋଟିଏ ଦିନ ପରେ ରାଜ କୁନ୍ଦ୍ରା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ନାମ ଏସବୁ ମଧ୍ଯକୁ ଟାଣିବା ଉଚିତ ନୁହେଁ।
ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି, “ମୁଁ ଗତ ଚାରି ବର୍ଷ ଧରି ତଦନ୍ତରେ ସହଯୋଗ କରିଆସୁଛି। ସତ୍ୟ କେବେ ଲୁଚି ରହିବ ନାହିଁ। ପରିଶେଷରେ କେବଳ ନ୍ୟାୟ ହିଁ ମିଳିବ। ଅଯଥା ପ୍ରସଙ୍ଗରେ ମୋ ପତ୍ନୀଙ୍କ ନାମକୁ ବାରମ୍ବାର ଟାଣିବା ଆଦୌ ଗ୍ରହଣୀୟ ନୁହେଁ। ନିଜନିଜ ସୀମାକୁ ସମ୍ମାନ ଦିଅନ୍ତୁ।”
ତେବେ ୨୦୨୧ ମସିହାରେ ରାଜ କୁନ୍ଦ୍ରାଙ୍କ ନାମ ପର୍ଣ୍ଣୋଗ୍ରାଫି ମାମଲା ସହିତ ଜଡିତ ରହିଛି। ଏହି ମାମଲାରେ ତାଙ୍କୁ ଗିରଫ ମଧ୍ଯ କରାଯାଇଥିଲା। ଏହା ପରେ ସେ ପ୍ରାୟ ଦୁଇ ମାସ ଜେଲରେ ରହିଥିଲେ ଏବଂ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।
Comments are closed.