Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୦

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଗଜାନନ ରୂପକୁ ସ୍ନାନ ମଣ୍ଡପରେ ଦର୍ଶନ କଲେ ମଣିଷର ଜ୍ଞାନର ଉଦୟ ହୁଏ । କାରଣ ଶାସ୍ତ୍ର କହେ “ମହୋଦର ଇତି ଖ୍ୟାତୋ ଜ୍ଞାନ ବ୍ରହ୍ମ ପ୍ରକାଶକ । ” ଅର୍ଥାତ ସ୍ନାନ ବେଦିରେ ଗଜାନନ ରୂପରେ ପ୍ରକାଶିତ ଶ୍ରୀଜଗନ୍ନାଥ ଜ୍ଞାନ ବ୍ରହ୍ମର ପ୍ରତୀକ ଅଟନ୍ତି, ଯଥା “ବକ୍ରତୁଣ୍ଡ ଅବତାରଶ୍ଚ ଦେହିନାଂ ବ୍ରହ୍ମ ଧାରକ । “

ଏହି ସ୍ନାନ ଯାତ୍ରାର ମୂଳ ଉଦ୍ୟେଶ ବ୍ରହ୍ମ ଓ ବ୍ରହ୍ମlଣ୍ଡକୁ ଏକାଠି ମଣିଷକୁ ଅବଗତ କରାଇବା । ଏହି ପରମ ସତ୍ୟ ହିଁ ମନ୍ୟୁଷର ଦୁଃଖ ନିବାରଣ କରେ । ସେହିପରି ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ଆସିଥିବା ଗଣପତି ଭଟ୍ଟ, ଜଗନ୍ନାଥଙ୍କୁ ନିଜ ଆରାଧ୍ୟ ଗଣେଶଙ୍କ ସ୍ଥିତିରେ ଉପଲବ୍ଧି କରି ନପାରି “ପ୍ରଭୁଙ୍କର ପରଂବ୍ରହ୍ମ “ସ୍ୱରୂପକୁ ହୃଦୟଙ୍ଗମ କରିପାରିଲେନି ।

ବିଷାଦ ଗ୍ରସ୍ତ ହୋଇ ଶ୍ରୀଜଗନ୍ନାଥଙ୍କୁ ଆରାଧନା କଲେ । ଭକ୍ତର ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ ପ୍ରଭୁ ମୁଦିରଥଙ୍କୁ ସ୍ୱପ୍ନା ଦେଶ କରି ଗଜାନନ ବେଶ କରିବାର ଆଦେଶ ଦେଇଥିଲେ, ଯାହାକି ଏହି ସ୍ନାନ ବେଦୀ ଉପରେ ଅନୁଷ୍ଠିତ ହେଲା ଓ ସମଗ୍ର ଭକ୍ତ ବୃନ୍ଦଙ୍କ ସହ ଗଣପତି ଭଟ୍ଟ ଦର୍ଶନ କରି ସ୍ତୁତି କଲେ “ବିନାୟକ ବିଘ୍ନରାଜ ବିଘ୍ନ ବିନାଶନ, ଦାରୁବ୍ରହ୍ମ ସ୍ୱରୂପ ହେ ଶ୍ରୀ ନୀଳକନ୍ଦର, ଭକ୍ତନାମୋର୍ଯ୍ୟଦାୟକ ଗଜବକ୍ରଧର, ନମୋ ନମୋ ଜଗନ୍ନାଥ ଗଜାନନଂ ବ୍ରହ୍ମ ।

ସ୍ନାନ ବେଦିରେ ବ୍ରହ୍ମ ଓ ବ୍ରହ୍ମlଣ୍ଡର ପରିଚୟ କରାଇ ପ୍ରଭୁ ଅଣସର ଗୃହକୁ ବିଜେ କରନ୍ତି । ଭିତର କାଠଠାରୁ କଳାହାଟ ଦ୍ୱାର ସମ୍ମୁଖସ୍ଥ ବଲ୍ଲଭପିଣ୍ଡି ପର୍ଯ୍ୟନ୍ତ ବାଉଁଶ ତାଟି ବେଢ଼ି ଏହି ଅଣସର ଗୃହ ନିର୍ମିତ ହୋଇ ଥାଏ । ଯେଉଁଠି ଆଗାମୀ ଅମାବାସ୍ୟା ପର୍ଯ୍ୟନ୍ତ ଶ୍ରୀ ବିଗ୍ରହ ମାନଙ୍କର ଅନବସର ସେବା ଚାଲେ । ଏହାର ବାହାରେ ପଟିଦିଅଁ (ବାସୁଦେବ, ଭୁବନେଶ୍ୱରୀ, ଓ ନାରାୟଣ )ପୂଜା ପାଇଥାନ୍ତି । ଶେଷରେ ନବଯୌବନ ଦର୍ଶନ କରାଇ ପ୍ରଭୁ ଶ୍ରୀଜଗନ୍ନାଥ ନିଜର ପ୍ରସିଦ୍ଧ ଯାତ୍ରା (ରଥଯାତ୍ରା )କରନ୍ତି । ଅନବସର ସେବାର ପୂର୍ଣ୍ଣ ବିବରଣୀ ଆରଥରକୁ ।

ଏବେ ପ୍ରଭୁଙ୍କର ଧ୍ୟାନ କରିବା “ପରଂବ୍ରହ୍ମ, ପରମଧାମ ପବିତ୍ରଂ ଚ ପରାତ୍ପରମ, ପୂର୍ଣ୍ଣାନନ୍ଦମୟପୂର୍ଣ୍ଣଂ ନିର୍ଗୁଣ ସଚ୍ଚିଦାତ୍ମକମ । “

ଜୟ ଜଗନ୍ନାଥ

Leave A Reply

Your email address will not be published.