Latest Odisha News

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଷ୍ଣୁପଦ ସେଠୀଙ୍କ କବିତା ସଙ୍କଳନ ଉନ୍ମୋଚିତ

ଭୁବନେଶ୍ୱର : ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଇଂରାଜୀ କବିତା ସଙ୍କଳନ “ବିୟଣ୍ଡ ହିଅର ଆଣ୍ଡ ଅଦର ପୋଏମ୍ସ ” ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉନ୍ମୋଚିତ ହୋଇ ଯାଇଛି । ନୂଆଦିଲ୍ଲୀର ହର ଆନନ୍ଦ ପବ୍ଲିକେଶନ ଦ୍ବାରା ପ୍ରକାଶିତ ଏହି କବିତା ସଙ୍କଳନରେ ସମୁଦାୟ ୬୧ ଟି କବିତା ସ୍ଥାନିତ ହୋଇଛି ।

ଏହି କବିତାଗୁଡ଼ିକ ଜୀବନ ଯାତ୍ରାର ବିବିଧ ରଙ୍ଗ; ଯଥା, ଜୀବନର ଅନୁଭୂତି, ମୃତ୍ୟୁର ଧାରଣା ଏବଂ ଦାର୍ଶନିକ ଚିନ୍ତାଧାରାର ପ୍ରତିଫଳନ ଅଟେ ।

ପ୍ରଖ୍ୟାତ ଲେଖକ ହରପ୍ରସାଦ ଦାସ ଏହି କବିତା ସଙ୍କଳନର ମୁଖବନ୍ଧ ଲେଖିଥିବା ବେଳେ ବିଶିଷ୍ଟ କଳାକାର ଗଜେନ୍ଦ୍ର ସାହୁ ଏହାର ପ୍ରଚ୍ଛଦ ଅଳଙ୍କରଣ କରିଛନ୍ତି।

Leave A Reply

Your email address will not be published.