Latest Odisha News

BREAKING NEWS

ବିବାହ ଭୋଜିରେ ସୁନାଗହଣା ଚୋରି କରୁଥିଲେ ୱେଟର, ବାନ୍ଧିଲା ପୋଲିସ

ରାଉରକେଲା: ୱେଟର ବେଶରେ ଲୁଟେରା । ବିବାହ ଭୋଜିରେ ୱେଟର ଭାବେ କାମ କରୁଥିଲେ, ହେଲେ ମନ ରହୁଥିଲା ଚୋରିରେ । ଏଭଳି ଏକ ଗ୍ୟାଙ୍ଗର ୩ ଜଣ ଚୋରଙ୍କୁ ଗିରଫ କରିଛି ରଘୁନାଥପାଲ୍ଲୀ ଥାନା ପୋଲିସ । ସେମାନଙ୍କ ଠାରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ମୋବାଇଲ୍, ସ୍ମାର୍ଟ ୱାଚ୍ ଜବତ କରାଯାଇଛି ।

ଗତ ୧୨ ତାରିଖରେ ମହାରାଜା ଅଗ୍ରସେନ ଭବନରେ ବିବାହ ଉତ୍ସବ ଚାଲିଥିବା ବେଳେ ସୁଯୋଗ ଦେଖି ଉପର ମହଲାରୁ ସୁନା ଗହଣା ସହ ନଗଦ ୨୫ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିଲେ । ଏନେଇ ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଚୋରିରେ ସମ୍ପୃକ୍ତ ୩ ଜଣ ୱେଟର ଏବଂ ଚୋରି ସାମଗ୍ରୀ କିଣିଥିବା ୨ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନାଗହଣା ଓ ସାମଗ୍ରୀ ଉଦ୍ଧାର କରିଛି । ଅଭିଯୁକ୍ତଙ୍କ ନାମରେ ସହରର ବିଭିନ୍ନ ଥାନାରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି । ଏ ବାବଦରେ ଅଧିକ ତଦନ୍ତ ଜାରି ରହିଥିବା କହିଛି ପୋଲିସ ।

Leave A Reply

Your email address will not be published.