Latest Odisha News

BREAKING NEWS

ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇ ଦେଲେ ପୁରୀ ସେବାୟତ

ପୁରୀ: ସତରେ ଆଜି ବି ମଣିଷ ପଣିଆ ବଞ୍ଚି ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀରେ। ଜଣେ ଭକ୍ତଙ୍କୁ ଏକ ଲକ୍ଷ ଟଙ୍କା ଫେରାଇ ଦେଲେ ଶ୍ରୀମନ୍ଦିର ସେବାୟତ। ଶ୍ରୀମନ୍ଦିର ଭିତରକାଠରୁ ଟଙ୍କାଭର୍ତ୍ତି ପର୍ସ ପାଇ ଜଣେ ସେବାୟତ ଫେରାଇଦେଇଛନ୍ତି । ଶ୍ରୀମନ୍ଦିର ସେବାୟତ ବୁଲୁ ପଣ୍ଡା ପର୍ସ ପାଇଥିଲେ। ସେଥିରେ ଟଙ୍କା ସହ ପାନକାର୍ଡ, ଆଧାରକାର୍ଡ ଥିଲା। ଏଭଳି ପର୍ସକୁ ଦେଖିଲେ କେହି ବି ଲୋଭାଶକ୍ତ ହୋଇଯିବ। ହେଲେ ବୁଲୁ ସେମିତି ନକରି ପର୍ସ ଫେରାଇ ଦେଇଛନ୍ତି।

ସକାଳେ ଯଜମାନ ମାନଙ୍କୁ ଦର୍ଶନ କରାଉଥିବା ବେଳେ ଶ୍ରୀମନ୍ଦିର ଭିତର କାଠ ନିକଟରେ ଆକର୍ଷଣୀୟ ପର୍ସ ପାଇଥିଲେ। ଏଥିରେ ପ୍ରାୟ ଲକ୍ଷେ ଟଙ୍କା ଥିଲା। ତେବେ ବୁଲୁ ପଣ୍ଡା ଏହି ବଡ ପରିମାଣର ଟଙ୍କାକୁ ଲୋଭରେ ନିଜ ପାଖରେ ନରଖି ଆଣି ସେ ଭକ୍ତ ଜଣଙ୍କୁ ଖୋଜା ଖୋଜି କରି ଫେରାଇଛନ୍ତି। ଆଉ ଧନ୍ୟବାଦର ପାତ୍ର ହୋଇଛନ୍ତି। ସେବାୟତ ମାନଙ୍କ ବିରୋଧରେ ସାଧାରଣତଃ ଯାତ୍ରୀମାନଙ୍କର ଅଭିଯୋଗ ରହି ଆସୁଥିଲେ ହେଁ ଏଇ ସେବାୟତ ଜଣଙ୍କ ଯାହା କରିଛନ୍ତି, ତାହା ସମସ୍ତଙ୍କ ମନକୁ ଛୁଇଁଛି। ଆଉ ସମଗ୍ର ସେବାୟତ ବୁଲୁଙ୍କ ପାଇଁ ଗର୍ବ କରିଛନ୍ତି।

ତେବେ ଟଙ୍କା ଭର୍ତ୍ତି ପର୍ସ ପାଇଥିବା ଭକ୍ତ ମଧ୍ୟ ବୁଲୁଙ୍କୁ କିଛି ଉପହାର ଦେବାକୁ ଚାହିଁଥିଲେ । ହେଲେ ବୁଲୁ ପଣ୍ଡା ତାହାକୁ ଗ୍ରହଣ କରିନଥିଲେ। ବୁଲୁ ଉପହାର ନନେଇ ମାନବିକତା ଦେଖାଇଥିଲେ। ତେବେ ପୁରୀରେ ସେବାୟତଙ୍କ ଏଭଳି କାମ ଦେଖିବା ପରେ ସମସ୍ତେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Leave A Reply

Your email address will not be published.