Latest Odisha News

BREAKING NEWS

ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ କାର୍ଯ୍ୟକାରୀ ରାଷ୍ଟ୍ରପତି!

ଘୋଷଣା କଲେ ଗୋଟବାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷେ ଦେଶଛାଡି ଯିବାପରେ ରାନିଲ ବିକ୍ରମସିଂଘେଙ୍କୁ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ତାଙ୍କ ଅନୁପସ୍ଥିତରେ ରାନିଲ ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି ଗୋଟବାୟ ।

ଶ୍ରୀଲଙ୍କାରୁ ପଳାୟନ କରିବା ପରେ ଗୋଟାବାୟ ଅନୁପସ୍ଥିତ ଥିବାରୁ ନିଜର  କାର୍ଯ୍ୟ ଏବଂ କର୍ତ୍ତବ୍ୟ କରିବାରେ ଅସମର୍ଥତା ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି କାର୍ଯ୍ୟାଳୟର ଦାୟିତ୍ବ, କର୍ତ୍ତବ୍ୟ ଏବଂ କାର୍ଯ୍ୟ କରିବା ପାଇଁ ରାନିଲ ବିକ୍ରମ ସିଂଘେଙ୍କୁ  ନିଯୁକ୍ତ କରିଛନ୍ତି।  ସମ୍ବିଧାନର ଧାରା 37 (1) କୁ ଉଲ୍ଲେଖ କରି ସେ ଏହି ଦାୟିତ୍ବ ଦେଇଥିବା କହିଛନ୍ତି ।

ଶ୍ରୀଲଙ୍କା ସମ୍ବିଧାନର ଅନୁଯାୟୀ, ଯଦି ରାଷ୍ଟ୍ରପତିଙ୍କ ମତରେ  “ଅସୁସ୍ଥତା ବା ଅନୁପସ୍ଥିତି କିମ୍ବା ଅନ୍ୟ  କାରଣରୁ” ସେ ନିଜର କର୍ତ୍ତବ୍ୟ ପାଳନ କରିବାରେ ସକ୍ଷମ ନୁହଁନ୍ତି, ଏହି ସମୟ ମଧ୍ୟରେ ସେ କାର୍ଯ୍ୟ କରିବାକୁ କାହାକୁ ଦାୟିତ୍ବ ଦେଇପାରିବେ ।

ସେପଟେ ବାଚସ୍ପତିଙ୍କ ଘର ଆଗରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ସେନା ପକ୍ଷରୁ ଟିଅର ଗ୍ୟାସ ଏବଂ ଲାଠି ଚାଳନା କରାଯାଇଛି ।  ଦେଶରେ ତୁରନ୍ତ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କା ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନିର୍ଦେଶକୁ ଶ୍ରୀଲଙ୍କାବାସୀ କେତେ ମାନୁଛନ୍ତି ତାହା ଜଣାପଡିନାହିଁ ।

 

Leave A Reply

Your email address will not be published.