Latest Odisha News

BREAKING NEWS

ଫକୀରମୋହନଙ୍କ ଅଣନାତୁଣୀଙ୍କୁ ଅନୁରୋଧ ପତ୍ର

ରାଉରକେଲା : କଲଚରାଲ ଏକାଡେମୀ , ରାଉରକେଲା ପକ୍ଷରୁ ଓଡ଼ିଆ ସାହିତ୍ୟର ମହାନ ସ୍ରଷ୍ଟା ଫକୀର ମୋହନ ସେନାପତିଙ୍କ ଅଣ ନାତୁଣୀ ମିନାକ୍ଷୀ ଦତ୍ତଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି।

ନିକଟରେ ଫକୀରମୋହନଙ୍କ ରଚିତ ରେବତୀ ଗଳ୍ପଟି ପୃଥିବୀର ୩୬ଟି ଭାଷାରେ ଅନୂଦିତ ହୋଇ ଓଡ଼ିଶା ତଥା ଓଡ଼ିଆ ଜାତି ପାଇଁ ପ୍ରସିଦ୍ଧି ଆଣିଛି। ସମ୍ପ୍ରତି ଫକୀରମୋହନଙ୍କ ସମଗ୍ର ପ୍ରକାଶିତ ଓ ଅପ୍ରକାଶିତ ରଚନା ଉପରେ ଗବେଷକ ମାନେ ଗବେଷଣା କରୁଛନ୍ତି। ତଥାପି ୫୦୦୦ ପୃଷ୍ଠାରୁ ଅଧିକ ପାଣ୍ଡୁଲିପି ଅପ୍ରକାଶିତ ହୋଇ ରହିଛି।

ଫକୀରମୋହନଙ୍କ ଅଣ ନାତୁଣୀ ମିନାକ୍ଷୀ ଦତ୍ତଙ୍କ ସ୍ୱୀକୃତି କ୍ରମେ ସେଇ ୫୦୦୦ ପୃଷ୍ଠାକୁ ଡିଜିଟାଲ କରାଯାଇଥିଲା । କିନ୍ତୁ ତାହା ଲୋକ ଲୋଚନକୁ ଆସିବା ପୂର୍ବରୁ ପୂର୍ବରୁ ଶ୍ରୀମତୀ ଦତ୍ତ, ପ୍ରକାଶ କରିବାକୁ ମନା କରିବା ସହ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି।

ବ୍ୟାସକବିଙ୍କ ସମଗ୍ର ସୃଷ୍ଟି ଓଡ଼ିଆ ଜାତିର ତଥା ଜାତୀୟ ସମ୍ପତ୍ତି ସଦୃଶ । ସେଇ ପରିପ୍ରେକ୍ଷୀରେ କଲଚରାଲ ଏକାଡେମୀ ପକ୍ଷରୁ ଶ୍ରୀମତୀ ଦତ୍ତଙ୍କୁ ଉକ୍ତ ସାରସ୍ୱତ କାର୍ଯ୍ୟକୁ ପୁରା କରିବା ପାଇଁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.