Latest Odisha News

BREAKING NEWS

ଝାଡ଼ାବାନ୍ତିରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ !

ବିଷମକଟକ:ରାୟଗଡ଼ା ଜିଲ୍ଲା ବିଷମକଟକର ଦୁର୍ଗୀସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଭୂମିକା ଗାଂଟାଙ୍କ ଝାଡ଼ାବାନ୍ତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନାରେ, ଲାଞ୍ଜିମପଦର ଗ୍ରାମର ପୂର୍ଣ୍ଣ ଗାଂଟାଙ୍କ ଝିଅ ଭୂମିକା ଗାଂଟା(୧୭)ଙ୍କୁ ଚଳିତ ମାସ ୫ତାରିଖରେ ଜ୍ୱର ହୋଇଥିଲା। ହଷ୍ଟେଲ ୱାଡର୍ନ ତାଙ୍କୁ ଦୁର୍ଗୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ଛାତ୍ରାବାସକୁ ଫେରାଇ ଆଣିଥିଲେ। ହେଲେ ଗତକାଲି (ଗୁରୁବାର) ରାତିରେ ଭୂମିକାଙ୍କୁ ଝାଡାବାନ୍ତି ହୋଇଥିଲା। ପୁଣିଥରେ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଭୂମିକାଙ୍କ ପିତାମାତାଙ୍କୁ ସୂଚିତ କରିଥିଲେ।

ପରିବାର ଲୋକେ ଭୂମିକାଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ସ୍ଥାନୀୟ ଖ୍ରୀଷ୍ଟିଆନ୍‌ ହସ୍ପପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ଆଜି ତାଙ୍କର ମୃତ୍ୟୂ ଘଟିଛି।

ଛାତ୍ରାବାସ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଭୂମିକାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

Comments are closed.