Latest Odisha News

BREAKING NEWS

କିଏ କହିଲେ ବୁମରାହଙ୍କ ବୋଲିଂ କବଳରୁ ଯଦି ବଂଚିବାକୁ ଚାହୁଁଛ ମୋ ପରି ଅବସର ନେଇ ଯାଅ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ଅପରାଜେୟ ଧାରା ବଜାୟ ରଖି ପାକିସ୍ତାନକୁ ୮ମ ଥର ପାଇଁ ପରାସ୍ତ କରିଛି । ଏହି ମ୍ୟାଚରେ ଯଶପ୍ରୀତ ବୁମରାହଙ୍କ ପ୍ରଦର୍ଶନ ବେଶ ପ୍ରଶଂସନୀୟ ଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଏକ ମଜାଦାର ବୟାନ ଦେଇଛନ୍ତି । ଯଶପ୍ରୀତ ବୁମରାହଙ୍କ ବିପକ୍ଷରେ କିପରି ଖେଳିବା ଉଚିତ ପ୍ରଶ୍ନର ଉତରରେ ସେ କହିଥିଲେ, ବ୍ୟାଟ୍ସମ୍ୟାନମାନେ ତାଙ୍କୁ ସାମ୍ନା କରିବା ବଦଳରେ ମୋ ପରି ଅବସର ନେଇଯାଆନ୍ତୁ । ବର୍ତମାନ ବୁମରାହ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରୁଛନ୍ତି । ଲାଇନ ଓ ଲେନ୍ଥରେ ବୋଲିଂ କରି ବିଶ୍ୱର ଯେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରନ୍ତି ।

ତାଙ୍କ ପାଖରେ ବୋଲିଂର ବିବିଧତା ରହିଛି । ଏବେ ସେ ଉଭୟ ବାମହାତୀ ଓ ଡାହଣହାତୀ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଉଛନ୍ତି । ଚଳିତ ବିଶ୍ୱକପରେ ବୁମରାହ ଭାରତର ମୂଖ୍ୟ ଅସ୍ତ୍ର ସାଜିବେ ଏଥିରେ ଦ୍ୱିମତ ହେବାରେ ନାହିଁ । ଅଭିଜ୍ଞ ସମ୍ପନ୍ନ ହେବା ପରେ ସେ ମ୍ୟାଚର ସ୍ଥିତି ଅନୁସାରେ ମଧ୍ୟ ବୋଲିଂ କରିଥାନ୍ତି । ଏବେ ମୁଁ କହୁଛି ତାଙ୍କୁ ସାମ୍ନା କରିବା ବଦଳରେ ଅବସର ନେଇଯିବା ବୁଦ୍ଧିମାନର କାମ ହେବ ।

Leave A Reply

Your email address will not be published.