Latest Odisha News

BREAKING NEWS

ଛାତ ଉପରେ ବଗିଚା (୨)

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)

ଉପଯୁକ୍ତ ଫସଲ ଚୟନ-
ଯଦିଓ ରୁଫଟପ୍ ଗାର୍ଡ଼େନିଙ୍ଗ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇଥାଏ ପରନ୍ତୁ ଫସଲ ଚୟନ ଏକ ପ୍ରମୁଖ ତଥା ଦରକାରୀ ସୋପାନ । ତେବେ କେଉଁ ସମୟରେ କେଉଁ ଫସଲ ଚାଷ କଲେ ଆମର ଉତ୍ପାଦନର ହାର ବୃଦ୍ଧି ପାଇବ ଓ କେଉଁ ପରିବେଶ ପାଇଁ କେଉଁ ଫସଲର ଚାହିଦା ବେଶୀ (ରତୁ ଅନୁଯାୟୀ) ସେସବୁ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଏହା ବ୍ୟତୀତ ପିଏଚ୍ ଏକ ମୁଖ୍ୟ ଦିଗନ୍ତ । ମାଟିର ପିଏଚ୍ ଅନୁସାରେ ଫସଲ ମଧ୍ୟ ଭିନ୍ନ ଭିନ୍ନ ଚାଷ କରାଯାଏ । ଏମିତିକି କିଛି ଫସଲର ଦେଶୀ କିସମ ମଧ୍ୟ ଚାଷ କରାଯାଇପାରେ । ତେବେ ଏସବୁକୁ ବିଭିନ୍ନ ଦିଗ(ରୁଫର ଡ଼ାଇମେନସନ୍ ,ମରୁଡ଼ି ସହନଶୀଳ ,ସଅଳ କିସମ)ପ୍ରତି ଧ୍ୟାନ ଦେଇ ଚାଷ କରାଯାଇଥାଏ । ଏହା ଆତ୍ମନିଯୁକ୍ତିକୁ ପ୍ରୋତ୍ସାହନ ଯୋଗାଇଥାଏ ।

ଖତସାର ପ୍ରୟୋଗ-
ବିଭିନ୍ନ ଫସଲ ମୃର୍ତ୍ତିାର ପତଳା ସ୍ତର ଦେଇ ଭଲ ଭାବେ ବଢ଼ିପାରିଥାଏ । ତେବେ ରୁଫଟପ୍ ଗାର୍ଡ଼େନିଙ୍ଗରେ ଖତ ସାରର ପ୍ରୟୋଗ ଠିକ ଭାବେ ଆଉ ସଠିକ ସମୟରେ ପ୍ରୟୋଗ କରିବା ଦରକାର । ଯେମିତିକି କୌଣସି ସମୟରେ ପୋଷକ ତତ୍ତ୍ୱର ଅଭାବ ପରିଲକ୍ଷିତ ନହୁଏ । କାରଣ ଗଛ ପାଇଁ ନାଇଟ୍ରୋଜେନ , ଫସଫରସ , ପଟାସର ଏକ ମୁଖ୍ୟ ଭୂମିକା ନେଇଥାଏ । ତେବେ ଖତସାର ପ୍ରୟୋଗରେ ଅନିୟମିତତା ଦେଖାଦେଲେ ଠିକ ଭାବେ ଖଣିଜଲବଣ ମିଳିପାରିନଥାଏ । ଯାହା ଫଳରେ ଗଛ ଠିକ ଭାବେ ବଢ଼ିପାରିନଥାଏ ।

ଏହା ଯୋଗୁଁ ଚେର ଖାଦ୍ୟ ପାଇପାରେ ନାହିଁ । ଫଳରେ ଗଛଟି କମ୍ ଦିନରେ ମରିଯାଏ । ତେବେ ରୋଗପୋକ ପରିଚାଳନା ଠିକ ଭାବେ କରାଗଲେ ଅମଳ ସହିତ ଗଛ ବି ସୁସ୍ଥ ରହିଥାଏ । ସୁତରାଂ ରୁଫଟପ୍ ଗାର୍ଡ଼େନିଙ୍ଗରେ ଜୈବିକ ଉପାୟରେ କୀଟ ପରିଚାଳନା କରାଗଲେ ଏହା ଆମକୁ ରାସାୟନିକ କୀଟନାଶକର କୁପ୍ରଭାବରୁ ରକ୍ଷା କରିପାରିବ । ତେବେ ଏଥିପାଇଁ ମୂୁଖ୍ୟତଃ ହାଣ୍ଡିଖତ ଓ ପଂଚଗବ୍ୟକୁ ବ୍ୟବହାର କରାଯାଏ । ଏହା ବ୍ୟତୀତ ନିମ୍ବ ପିଡ଼ିଆ , ନିମତେଲକୁ ମଧ୍ୟ ବ୍ୟବହାର କରାଯାଏ ।

ରୁଫ୍‌ଟପ୍ ଗାର୍ଡ଼େନିଙ୍‌ଗରେ ଜୈବିକ ଉପାୟରେ କୀଟ ଦମନ ପାଇଁ ଆମେ ଜୀବାମୃିତ ଓ ନୀମାସ୍ତ୍ର କୁ ମଧ୍ୟ ବ୍ୟବହାର କରିପାରିବା ।

ଜୀବାମୃତ – ପ୍ରସ୍ତୁତି ପ୍ରଣାଳୀ- ୧୦୦୦ ଲିଟର ପାଣି, ୫୦ କିଗ୍ରା ଗୋବର, ୫୦ ଲିଟର ଗୋମୂତ୍ର, ୧୦-୧୨ କିଗ୍ରା ବେସନ, ୧୦-୧୨ କିଗ୍ରା ଗୁଡ, ଆଉ ଗଛ ମୂଳରୁ କିଛି ବାଲି (ଦୁଇ ହାତ) କିମ୍ବା (ଅନ୍ୟ ଯେକୌଣସି ପୁରୁଣା ଗଛର ମୂଳର ବାଲିକୁ ମଧ୍ୟ ବ୍ୟବହାର କରାଯାଇପାରେ) ।

ଏସବୁକୁ ଗୋଟିଏ ପାତ୍ରରେ ମିଶ୍ରଣକରି ଗୋଳାନ୍ତୁ ଓ ସୂର୍ଯ୍ୟାଲୋକଠାରୁ ଦୂରରେ ଅର୍ଥାତ ଛାଇ ଜାଗାରେ ରଖନ୍ତୁ । ୪ଦିନ ପର୍ଯ୍ୟନ୍ତ ପ୍ରତ୍ୟହଃ ୧୦ ମିନିଟ୍ ଲେଖା ଏ ମିଶ୍ରଣକୁ ଭଲଭାବେ ଘାଣ୍ଟିବା ଆବଶ୍ୟକ । ୧୦-୧୨ ଦିନ ପରେ ଏହା ବ୍ୟବହାର ଉପଯୋଗୀ ହୋଇଯାଏ । ଏହାପରେ ଆମେ ବଗିଚା କି ଚାଷ କ୍ଷେତରେ ବ୍ୟବହାର କରିପାରିବା ।

– ଏହା ମାଟିର ଉର୍ବରତା ବଢାଇବା ସହ ମିତ୍ର ଜୀବାଣୁଙ୍କ ସଂଖ୍ୟା ବୃଦ୍ଧି କରେ ।
-ଯେହେତୁ ୪-୫ ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇପାରେ, ତେଣୁ ଏହାକୁ ଅତି ସହଜରେ ଜମିରେ ବ୍ୟବହାର କରାଯଇପାରିବ ।
– ଜୀବାମୃତର ବ୍ୟବହାର ମାଟିରେ ଜିଆର ସଂଖ୍ୟା ବୃଦ୍ଧି କରେ ଯାହା ମାଟିକୁ ହାଲୁକା କରିବା ସହ ଦଳଧାରଣା କ୍ଷମତା ବୃଦ୍ଧି କରେ ।
– ଏହାକୁ ମଧ୍ୟ ଆମେ ସ୍ପ୍ରେ ଭାବେ ବ୍ୟବହାର କରିପାରିବା ।

ନୀମାସ୍ତ୍ର- ଜୈବିକ କୃଷି କ୍ଷେତ୍ରରେ ନୀମାସ୍ତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା ରାସାୟନିକ କୀଟନାଶକ ପରିବର୍ତ୍ତେ ବ୍ୟବହାର କରାଯାଏ ।

ଆବଶ୍ୟକୀୟ ଉପାଦାନ –
ପାଣି-୧୦୦ ଲିଟର
ଗୋବର – ୫ କିଗ୍ରା
ଗୋମୂତ୍ର – ୫ ଲିଟର
ନିମ୍ବ ପତ୍ର – ୫ କିଗ୍ରା

ପ୍ରସ୍ତୁତି ପ୍ରଣାଳୀ – ୧୦୦ ଲିଟର ପାଣିରେ ୫ ଲିଟର ଗୋମୂତ୍ର ମିଶାଇଦିଅନ୍ତୁ । ଏହା ସହ ସେଥିରେ ୫କିଗ୍ରା ଗୋବରକୁ ବି ମିଶେଇଦିଅନ୍ତୁ । ପାଖରେ ଥିବା ୫କିଗ୍ରା ନିମ୍ବପତ୍ରକୁ ଗୁଣ୍ଡ କରନ୍ତୁ ଓ ଏହାକୁ ଉପରୋକ୍ତ ପାଣିରେ ମିଶାନ୍ତୁ । ଏହାକୁ ୨୪ ଘଣ୍ଟା ଯାଏଁ ରଖନ୍ତୁ । ଦିନକୁ ଦୁଇଥର ଲେଖାଏଁ ଘାଣ୍ଟନ୍ତୁ । ଶେଷରେ ଏହାକୁ ଛାଣି ବ୍ୟବହାର କରନ୍ତୁ ।

ରଖିବା ସ୍ଥାନ – ଏହି ଦ୍ରବଣକୁ ସବୁବେଳେ ସକାଳ ଓ ସନ୍ଧ୍ୟା ଦୁଇ ସମୟରେ ଘାଣ୍ଟିବା ଦରକାର । ଏହାକୁ ଏକ ଛାଇ ସ୍ଥାନରେ ରଖିବା ଆବଶ୍ୟକ । ମଶା , ମାଛି ନବସିବା ପାଇଁ ଏହାକୁ ଜାଲ ଦ୍ୱାରା ଘୋଡ଼େଇଦିଆଯାଏ ।

ପ୍ରୟୋଗ ସମୟ – ସକାଳ ୬ଟାରୁ ୮.୩୦ ଓ ସନ୍ଧ୍ୟା ୪ଟାରୁ ୬.୩୦

ଜଳସେଚନ- ଯେହେତୁ ଏହା ଆମ ଘରର ଛାତ ଉପରେ କରାଯାଇଥାଏ , ତେଣୁ ଆମେ ଏହି ରୁଫଟପ୍ ଗାର୍ଡ଼େନିଙ୍ଗର ଉପଯୁକ୍ତ ଯତ୍ନ ନେଇପାରିବା । ଏହା ବ୍ୟତୀତ ଆମେ କେତେବେଳେ ଗଛ ପାଣି ଆବଶ୍ୟକ କରୁଛି ତାହା ମଧ୍ୟ ଲକ୍ଷ୍ୟ କରିପାରିବା । ସୁତରାଂ ଜଳସେଚନ ପାଇଁ ଆମେ ବୁନ୍ଦା ଜଳସେଚନ ପ୍ରଣାଳୀ ଆପଣେଇପାରିବା । ଯାହା ଦ୍ୱାରା ପାଣି କମ ଖର୍ଚ୍ଚ ହେବା ସହ ଗଛର ଚେର ଠିକ ଭାବେ ପାଣି ପାଇପାରିଥାଏ ।

କିପରି ଯତ୍ନ ନେବେ-

-ବାଳୁଙ୍ଗା ତଥା ଗଛ ଭିତରେ ଅଦରକାରୀ ଗୁଳ୍ମ ଦେଖିଲେ ଏହାକୁ ଉପାଡ଼ିଦେବା ଉଚିତ୍ ।
-ଡ଼୍ରେନେଜ ସ୍ଥାନକୁ ପରିଷ୍କାର ପରିଚ୍ଛନ ରଖିବା ଆବଶ୍ୟକ ।
– ଜୈବିକ ଖତକୁ ବ୍ୟବହାର କରିବା ।
-ଠିକ୍ ସମୟରେ ପାଣି ଦେବା ଆବଶ୍ୟକ ।
-ରୋଗ ପୋକ ପରିଚାଳନା ସଠିକ ସମୟରେ କରାଯିବା ଦରକାର ।
-ସ୍ଥାନ ଚୟନ ଠୁ ଆରମ୍ଭ କରି ଅମଳ ଯାଏଁ ଏକ ଉପଯୁକ୍ତ ତାଲିକା ବା ଖସଡ଼ା ପ୍ରସ୍ତୁତ କରି ତଦାରଖ କରିବା ଆବଶ୍ୟକ ।

(ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ , ବାସୁଦେବପୁର, ଭଦ୍ରକ , ମୋ – ୯୪୩୮୪୬୭୦୭୯)

ଇମେଲ: dshuvam97@gmail.com

 

 

Leave A Reply

Your email address will not be published.