Latest Odisha News

BREAKING NEWS

ରାଉରକେଲା ମହାନଗର ନିଗମକୁ ମିଳିଲା ଜାତୀୟ ସ୍ତରର ପୁରସ୍କାର

ରାଉରକେଲା : ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ଉଦିତନଗର ସ୍ଥିତ ସିଟି ଲାଇବ୍ରେରୀ ତଥା ମହାନଗର ପାଠାଗାରରେ ଆରମ୍ଭ ହୋଇଛି- “ମୋ ବହି ମୋ ସାଥି – Read to Lead”

୨୪-୫, ମୋ ବହି ମୋ ସାଥି, ଆଗକୁ ବଢିବା ପାଇଁ ପଢିବା ଦରକାର। ପଢିଲେ ବଢିବା। ଏହିପରି କଛି ମୂଳମନ୍ତ୍ର ନେଇ ଆରମ୍ଭ ହୋଇଥିବା ଏଭଳି ଅଭିଯାନକୁ ଜାତୀୟ ସ୍ତରରେ ସ୍ୱିକୃତୀ ମିଳିପାରିଛି।

ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଥିବା ୫ମ ସ୍ମାର୍ଟ ସିଟିଜ୍ ଇଣ୍ଡିଆ ଆୱାର୍ଡ ସମାରୋହରେ ଏକାଡେମିକ୍ ପ୍ରୋଗ୍ରାମ୍ ବର୍ଗରେ ରାଉରକେଲା ମହାନଗର ନିଗମକୁ ଏହି ପୁରସ୍କାର ମିଳିଛି।

ରାଉରକେଲା ଅନ୍ୱେଷା ଛାତ୍ରାବାସରେ ରହୁଥିବା ପ୍ରାୟ ୫ଶହରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀଙ୍କ ପଠନ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ପାଠାଗାର ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାବେଳେ ଏଠାରେ ପିଲାମାନଙ୍କୁ ଇଂରାଜୀ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଯାନ୍ତ୍ରୀକ ଏବଂ ଗଣିତ ବିଷୟରେ ଅଧିକ ଜ୍ଞାନ ପ୍ରଦାନ କରାଯାଉଛି।। ଏହି ପାଠାଗାର ଦିନ ୧୦ଟାରୁ ଆରମ୍ଭ ହୋଇ ସଂଧ୍ୟା ୪ଟା ପର‌୍ୟ୍ୟନ୍ତ ଜନସାଧାରଣଙ୍କ ନିମନ୍ତେ ଖୋଲା ରହୁଥିବା ବେଳେ ସଂଧ୍ୟା ୫ଟାରୁ ସଂଧ୍ୟା ୭ଟା ପର‌୍ୟ୍ୟନ୍ତ ଏହାକୁ ଅନ୍ୱେଷା ହଷ୍ଟେଲର ଛାତ୍ରଛାତ୍ରୀ ମାନେ ବ୍ୟବହାର କରୁଛନ୍ତି।

ସୁଚନାଯୋଗ୍ୟ ଯେ, ଗତବର୍ଷ ଅଗଷ୍ଟ ୧୪ ତାରିଖ ଦିନ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଗତ ଫେବୃଆରୀ ମାସ ୨୫ ତାରିଖ ଦିନ ନୁଆଦିଲ୍ଲୀରେ ଆୟୋଜିତ ସମ୍ମାନଜନକ ସ୍କଚ୍ ଆୱାର୍ଡ ସମାରୋହରେ ମଧ୍ୟ ରାଉରକେଲା ମହାନଗର ନିଗମକୁ “ମୋ ବହି ମୋ ସାଥି – Read to Lead” ଅଭିଯାନ ନିମନ୍ତେ ପୁରସ୍କାର ମିଳିଥିଲା।

ତେବେ ଏହି ଅଭିଯାନକୁ ଆହୁରି ବ୍ୟାପକ ତଥା ପ୍ରଭାବୀ କରିବା ଲାଗି ଉଦ୍ୟମ କରାଯିବ ବୋଲି ରାଉରକେଲା ମହାନଗର ନିଗମର କମିଶନର ତଥା ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡା ସୂଚନା ଦେଇକହିଛନ୍ତି।

Leave A Reply

Your email address will not be published.