କବିତା : ମାଦଳା – ୨୦୨୧

ଏମନ୍ତେ ଠାକୁରେ ଆଡପ ମଣ୍ଡପେ ବିଜେକଲେ
ସେବକ ଜନଙ୍କ ସେବା ସଙ୍ଗତ ପାଇଲେ
ଛଅ ଦିନ ସାତ ରାତି ବିନା ଭକତରେ କାଟିଲେ
ବାହୁଡିବାକୁ ସଜ ହେଇ ସହଳ ପହଣ୍ଡି ହୋଇଲେ ।

ଗଜପ୍ତି ତାମଯାନରେ ଛେରାପହଁରାକୁ ଅଇଲେ
ତିନିରଥରେ ନୀତି ସାରି ବାହୁଡିଲେ
ଭକ୍ତ ଜନେ ଘରେ ବନ୍ଦୀ ହୋଇ ରହିଲେ
ପରଦାରେ ପ୍ରମେଶରଙ୍କ ଦରଶନ କଲେ
ମୁହଁ ଶୁଖାଇ ମୁଣ୍ଡିଆ ମାରି କରୋଣାକୁ ନିନ୍ଦିଲେ ।

ହେରା ପଞ୍ଚମୀ ଦକ୍ଷିଣମୋଡ ସଠିକେ ହୋଇଲା
ନବମୀ ଦରଶନ ନୀତି ଭିତରେ ବଢିଲା
ଏସନ ଯାତ ନୁଖୁରା ପ୍ରକାରେ ହୋଇଲା
ସାନ୍ଧ୍ୟ ଆଇନ ଲାଗି ପହରା ବଢିଲା ।

ତମ୍ବୁ ବିପଣୀ ନାଚ ତାମସା କିଛି ନୋହିଲା
ସରଧାବାଲି ଭକତଜନଙ୍କୁ କେତେ ଝୁରିଲା
ଅବଢା ବିକିରି ପାଇଁ ଟିକଟ ଭିଆଣ ହୋଇଲା।
ଓଳି ଅବଢାର ଦର ଆକାଶ ଛୁଇଁଲା ।

ବାହୁଡା ବେଳକୁ ଦାଣ୍ଡରେ ପାଣି ଢଳାହେଲା
ଆକାଶେ ମାହାପୁରୁଙ୍କ ତାତି ନକମିଲା
ସେବକେ ଖାଲି ପାଦରେ ରଥ ଟାଣିଲେ
ଦାରୋଗାଏ ପାଦରୁ ଜୋତା ନକାଢିଲେ।

ନିରିଘଣ୍ଟ ଆଗରୁ ରଥଟଣା ଆରମ୍ଭ ହେଲା
ରଥ ଉପରେ ଦିଚାରି ଜଣଙ୍କ ଛଡା କେହି ନରହିଲେ
ଭାର କମିବାରୁ ରଥ ଘିଡି ଘିଡି ଗଡିଲା
ସେବକ କୁଳର ମହତ ବଢିଲା ।

ରଥ ଉପରେ ବଡତଢାଉ ବେଶ ହୋଇଲା
ଚର୍ମ ଚକ୍ଷୁରେ ଏସନ ଦରଶନ ନୋହିଲା
ଭାବରେ ଭକତଙ୍କ ଆଖିରୁ ଲୁହ ଗଡିଲା
ବଞ୍ଚିଥିଲେ ବରଷେ ବୋଲି ଭକତ କହିଲା ।