Latest Odisha News

ଝାରସୁଗୁଡାରେ ବିଜେଡିର ବଡ଼ ବିଜୟ ନେଇ ଦେବୀଙ୍କ ଦୃଢୋକ୍ତି, ସମାଲୋଚନା କଲେ ସାଲୁଜା

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ସହ ସରଗରମ ହୋଇଛି ରାଜନୈତିକ ମାହୋଲ । ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ ବୋଲି ଗୁରୁବାର ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର। ଦେବୀ କହିଛନ୍ତି, ଲୋକେ ମନସ୍ଥ କରି ସାରିଛନ୍ତି ବିଜେଡିକୁ ଭୋଟ ଦେବା ପାଇଁ। ତେଣୁ ଦ୍ଵିତୀୟ ସ୍ଥାନରେ କିଏ ରହିବ, ସେନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ହେବ ବୋଲି ସେ କହିଛନ୍ତି। ବିଜେଡିରୁ କିଏ ପ୍ରାର୍ଥୀ କିଏ ହେବ ପ୍ରଶ୍ନରେ ଦେବୀ ମିଶ୍ର କହିଛନ୍ତି, ଟିକେଟ୍ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ । ସେପଟେ ସମାଲୋଚନା କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଝାରସୁଗୁଡ଼ା ପାଇଁ ୨୯ ତାରିଖ ହେଉଛି କଳାଦିନ । ଜାନୁଆରୀ ୨୯ରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା ଓ ମାର୍ଚ୍ଚ ୨୯ରେ ସମର୍ଥକୁ ହତ୍ୟା କରାଗଲା । BJD ଶାସନରେ ହତ୍ୟା, ଅପହରଣ, ଦୁଷ୍କର୍ମ ବଢ଼ି ଚାଲିଛି, ଓଡ଼ିଶାର ସ୍ଥିତି ୟୁପି ଠାରୁ ବି ଖରାପ ହୋଇଗଲାଣି । ଝାରସୁଗୁଡ଼ା ଉପନିର୍ବାଚନରେ ଲୋକେ ଭୋଟ୍‌ ଦେବାକୁ ଡରିବେ ବୋଲି ଶାସକ ଦଳକୁ କଟାକ୍ଷ କରି କହିଛନ୍ତି ସାଲୁଜା । ଏଥିସହ ଉଭୟ ହତ୍ୟା ଘଟଣାର ମୁଖ୍ୟ ହତ୍ୟାକାରୀଙ୍କୁ ସରକାର ସାମ୍ନାକୁ ଆଣନ୍ତୁ ବୋଲି ସେ ଦାବି କରିଛନ୍ତି ।

ଏସବୁ ଭିତରେ ବିଜେଡି କାହାକୁ ଝାରସୁଗୁଡ଼ା ଟିକେଟ ଦେବ, ସେ ଉପରେ ସମସ୍ତଙ୍କ ନଜର ରହିଛି । ଦିବଂଗତ ବିଜେଡି ନେତା ନବ ଦାସଙ୍କ ଝିଅ ଦୀପାଳି ଦାସ ଉପନିର୍ବାଚନରେ ବିଜେଡି ଟିକେଟରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବାବେଳ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଦମଦାର ପ୍ରଦର୍ଶନ ପାଇଁ ସଜବାଜ ହେଉଥିବା କୁହାଯାଉଛି।

Leave A Reply

Your email address will not be published.