Latest Odisha News

BREAKING NEWS

ମିଲର,ଡୁସେନଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଥମ ଟି୨୦ରେ ହାରିଲା ଭାରତ, ରେକର୍ଡରୁ ବି ବଂଚିତ

ନୂଆଦିଲ୍ଲୀ: ଡେଭିଡ ମିଲର ଏବଂ ରେସି ଭାନ ଡେର ଡୁସେନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଈଶାନ କିଶାନଙ୍କ ୭୬ ରନ ସହାୟତାରେ ୪ ୱିକେଟ ହରାଇ ୨୧୧ ରନ କରିଥିଲା । ଜବାବରେ ୨୧୨ ରନର ବିଜୟ ଲକ୍ଷ୍ୟକୁ ଭ୍ରମଣକାରର ଦଳ ୧୯.୧ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ମିଲର ୬୪ ଓ ଡୁସେନ ୭୫ ରନର ଅପରାଜିତ ଇନିଂସ ଖେଳିଥିଲେ । ଏଥିସହ ଭାରତ କ୍ରମାଗତ ୧୩ ବିଜୟ ହାସଲ ରେକଡରୁ ବଂଚିତ ହୋଇଛି ।

ରିଷଭ ପନ୍ତଙ୍କ ଅନଭିଜ୍ଞ ନେତୃତ୍ୱ ଏବଂ ଖରାପ ଫିଲ୍ଡିଂ ଭାରତ ପରାଜୟର କାରଣ ସାଜିଥିଲା । ୧୬ ଓଭରରେ ଡେସନଙ୍କ କ୍ୟାଚ ଛାଡିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅକ୍ଷର ପଟେଲ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.