ଫିଲ୍ମ ଲକ୍ଷ୍ମୀ ବମ୍ ଭ୍ୟୁିଜ୍;୨୪ ଘଣ୍ଟାରେ ୭୦ ମିଲିୟନ୍ ପାର୍
ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ ଟ୍ରେଲର ଆସିଛି ଏବଂ ଏହାକୁ ନେଇ ସବୁଆଡେ ବେଶ୍ ଚର୍ଚ୍ଚା ଲାଗି ରହିଛି। ଏହି ହରୋର୍ କମେଡି ଚଳଚ୍ଚିତ୍ରରେ ଅକ୍ଷୟ ଏଭଳି ଜଣେ ପୁରୁଷଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି, ଯାହାଙ୍କ ଶରୀରରେ ଜଣେ ମହିଳାଙ୍କ ଆତ୍ମା ରହିଛି।
ଏହି ମହିଳା ପ୍ରତିଶୋଧ ନେବାକୁ ଆସିଛନ୍ତି। ଏଥିରେ ପ୍ରଥମ ଥର ପାଇଁ ଅକ୍ଷୟଙ୍କୁ ଏକ କିନ୍ନରଙ୍କ ଅବତାରରେ ଦେଖିବାକୁ ମିଳିଛି ଏବଂ ପ୍ରଥମ ଥର ପାଇଁ ଏପରି ଏକ ଅନନ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି।
ଏଭଳି ପରିସ୍ଥିତିରେ ତାଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ପ୍ରଶଂସକଙ୍କ ପାଇଁ ଖୁସି ଖବର ହେଉଛି ଏହି ଚଳଚ୍ଚିତ୍ରର ଟ୍ରେଲରକୁ ୨୪ ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ୭୦ ମିଲିୟନ୍ ଭ୍ୟୁ ମିଳିଛି।
ଏହା ସହିତ ଏହା ଆଜି ପର୍ଯ୍ୟନ୍ତ ଭାରତର ସବୁଠାରୁ ଅଧିକ ଦେଖାଯାଇଥିବା ଟ୍ରେଲରରେ ପରିଣତ ହୋଇଛି। ଫକ୍ସ ଷ୍ଟାର ଷ୍ଟୁଡିଓ ଇଣ୍ଡିଆ ଟୁଇଟ୍ କରି ଏହି ଖବର ଦେଇଛି।
ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ କିଆରା ଆଡଭାନୀ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଘବ ଲରେନ୍ସ। ଏହା ହେଉଛି ତାଙ୍କର ଦକ୍ଷିଣ ଚଳଚ୍ଚିତ୍ର ମୁନି ୨: କାଞ୍ଚନା ର ଅଫିସିଆଲ୍ ରିମେକ୍। ଏହି ଫିଲ୍ମ ନଭେମ୍ବର ୯ ରେ ଡିସ୍ନି ପ୍ଲସ୍ ହଟ୍ଷ୍ଟାରରେ ମୁକ୍ତିଲାଭ କରୁଛି।