Latest Odisha News

BREAKING NEWS

Browsing Tag

Bjd

କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ ଭଳି: ବିଜେଡି

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରମନ୍ତ୍ରୀ ମାନେ ଆସିବେ, ବଡ ବଡ ପ୍ରକଳ୍ପ ଏବଂ ଶହ ଶହ କୋଟି ଟଙ୍କାର କଥା କହିବେ ହେଲେ ଟଙ୍କାଟିଏର ମଧ୍ୟ କାର୍ଯ୍ୟ ହେବନାହିଁ । ସେମାନଙ୍କ କଥା ଠିକ୍‍ ଫମ୍ପା ମାଠିଆର ଶବ୍ଦ ଭଳି । ସାଢେ ୪ କୋଟି ଓଡିଶାବାସୀ ବିଜେପି ନେତାଙ୍କ ଏଭଳି କଥା ସହ କିଭଳି ଅଭ୍ୟସ୍ତ…

ଅବଧି ସରିନି, ସରିଗଲା ବିଧାନସଭା

ଭୁବନେଶ୍ୱର:ଶେଷ ହୋଇଛି ବିଧାନସଭା ବଜେଟ ଅଧିବେଶନ।୬ ଦିନ ପୂର୍ବରୁ ଅର୍ଥାତ ୪ ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବଜେଟ ଅଧିବେଶନ। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ବାଚସ୍ପତି । ଏହି ଅଧିବେଶନରେ ଦୁଇଟି…

ଟିକେଟ୍ ପାଇବା ପରେ ନବୀନଙ୍କୁ ଧନ୍ୟବାଦ ଦେଲେ ଦୀପାଳି, କହିଲେ ‘ଆଶୀର୍ବାଦରୁ ବିପୁଳ ଭୋଟରେ ଜିତିବୁ’

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ବିଜେଡି ଟିକେଟ୍ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦୀପାଳି ଦାସ । କହିଛନ୍ତି , ମୋ ଉପରେ ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମୋର ଧନ୍ୟବାଦ । ଏଥିସହ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାମ ସବୁ ଲୋକଙ୍କ ପାଖରେ…

ଦୀପାଳିଙ୍କ ପ୍ରାର୍ଥୀତ୍ୱ ନେଇ ପ୍ରମିଳାଙ୍କ ଦମ୍ଭୋକ୍ତି, କହିଲେ; ୫୦ ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି

ଭୁବନେଶ୍ବର : ଝାରସୁଗୁଡା ଉପ ନିର୍ବାଚନ ପାଇଁ ଶାସକ ବିଜେଡି ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି । ଦିବଂଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଶାସକ ଦଳ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ଦୀପାଳିଙ୍କ ଉପରେ…

ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବର୍ଷା ! କହିଲେ ମୋତେ ବ୍ୟକ୍ତିଗତ ଆକ୍ଷେପ ବେଳେ କେଉଁଠି ଥିଲେ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝାରସୁଗୁଡାରେ ନାବାଳକକୁ ଅପହରଣ ଓ ହତ୍ୟା ପ୍ରସଙ୍ଗ ସମ୍ବଳିତ ଟ୍ବିଟ ଉପରେ ବିଜେଡି ତାର ପାଲଟା ଜବାବ ଜାରି ରଖିଛି । ଗୁରୁବାର ସାସଂଦ ସସ୍ମିତ ପାତ୍ର ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଥିବାବେଳେ ଶୁକ୍ରବାର ବିଜେଡିର ନବ ନିର୍ବାଚିତ ପଦମପୁର…

ବିନା ରାଜୁ ଦାସରେ କଣ ବିଜେଡି ହାରିବ?

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ଶେଷ ଉପନିର୍ବାଚନ ହୋଇପାରେ ବୋଲି କୁହାଯାଉଛି। ତେଣୁ ଏହା ପ୍ରମୁଖ ଦଳ ଗୁଡିକ ପାଇଁ ସେମିଫାଇନାଲ ମ୍ୟାଚ ବୋଲି ଆଲୋଚନା ହେଉଛି। ସାଧାରଣ ଭାବେ ରାଜ୍ୟରେ ଶାସକ ଦଳ ବିଜେଡି ସବୁଠୁ ପ୍ରଭାବୀ ଦଳ ଭାବେ ଉଭା ହୋଇଛି।…

ଝାରସୁଗୁଡାରେ ବିଜେଡିର ବଡ଼ ବିଜୟ ନେଇ ଦେବୀଙ୍କ ଦୃଢୋକ୍ତି, ସମାଲୋଚନା କଲେ ସାଲୁଜା

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ସହ ସରଗରମ ହୋଇଛି ରାଜନୈତିକ ମାହୋଲ । ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ ବୋଲି ଗୁରୁବାର ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର। ଦେବୀ କହିଛନ୍ତି, ଲୋକେ ମନସ୍ଥ କରି ସାରିଛନ୍ତି ବିଜେଡିକୁ ଭୋଟ ଦେବା…

ଝାରସୁଗୁଡା ଉପନିର୍ବାଚନ, ନବଙ୍କ ଜାଗା କିଏ ନେବ ?

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ଆରମ୍ଭ ହୋଇଛି ରାଜନୈତିକ ଅଙ୍କକଷା। ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ହେବ। ମେ ୧୩ ତାରିଖରେ ଫଳାଫଳ ବାହାରିବ। ତାରିଖ ଘୋଷଣା ପରେ ରାଜ୍ୟର ତିନି ପ୍ରମୁଖ ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ…

ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍, ମେ’ ୧୦ରେ ଭୋଟ୍ ଓ ମେ’ ୧୩ରେ ଗଣତି

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗ ଆଜି ଉପନିର୍ବାଚନ ନେଇ ତାରିଖ ଘୋଷଣା ସହ ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଛି ଇଲେକସନ୍ ବିଗୁଲ । ଉପ-ନିର୍ବାଚନ ନେଇ ବୁଧବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ସିଇସିଙ୍କ ଘୋଷଣା ଅନୁସାରେ ଏପ୍ରିଲ ୧୩ ତାରିଖରେ…

ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ, ଶାସକ-ବିରୋଧୀଙ୍କ ମୁହାଁମୁହିଁ ଭିତରେ ସଜାଗ କଲେ ସୌମ୍ୟ

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର ଉଠିଥିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଶାସକ ଦଳକୁ ଟାର୍ଗେଟ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ମହାନଦୀ ଜଳ ବିବାଦ ନେଇ ଗୃହରେ ବହୁତ ଥର ଆଲୋଚନା ହୋଇଛି । ମହାନଦୀ ବିବାଦକୁ ନେଇ 2017ରେ ବାଚସ୍ପତି ପ୍ରଦୀପ ଅମାତଙ୍କ…