Latest Odisha News

BREAKING NEWS

Browsing Tag

Dhenkanal

ଢ଼େଙ୍କାନାଳ ସଦରରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ

ଢ଼େଙ୍କାନାଳ:  ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ରାଜେନ୍ଦ୍ର କୁମାର ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ମାତ୍ରାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି ବୋଲି ଅବକାରୀ ଅଧିକକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି ।…

ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ୫ ଜଣଙ୍କ ମୃତ୍ୟୁ

କାମାକ୍ଷାନଗର: ଛାତି ଥରା ଦୁର୍ଘଟଣା । ଚାଲିଗଲା ୫ ଜଣଙ୍କ ଜୀବନ । ପେଟ ପୋଷିବା ଆଶାରେ ସକାଳୁ ଅଟୋରେ ସମସ୍ତେ ଘରୁ ବାହାରି ଥିଲେ । ଭୋରର ଝାପସା ଆଲୁଅରେ ଅଟୋ ଆଗକୁ ମାଡ଼ି ଚାଲିଥିଲା । ହେଲେ କିଏ ଜାଣିଥିଲା ଏମିତି ହେବ ବୋଲି । ସାମ୍ନାରୁ ଆସୁଥିବା ଏକ କୋଇଲା ବୋଝେଇ କାଳରୂପୀ ଟ୍ରକ୍ ଅଟୋକୁ…

ଲାଞ୍ଚ ନେଇ ଧରା ପଡ଼ିଲେ ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ମୁଖ୍ୟ କିରାଣି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ମୁଖ୍ୟ କିରାଣି ଉତ୍ତମ କୁମାର ରାଉତ । ଜଣେ ପୂର୍ବତନ ଏଲ୍ଏଲବି ଛାତ୍ରଙ୍କ ସାର୍ଟିଫିକେଟ୍ ଦେବା ପାଇଁ ଲାଞ୍ଚ ନେବା ବେଳେ ମୁଖ୍ୟ କିରାଣି ଉତ୍ତମ ରାଉତ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଛାତ୍ର ଜଣଙ୍କୁ ସାର୍ଟିଫିକେଟ୍…

ଫାଇଲ୍ ଧରି ବୁଲୁଛନ୍ତି ଅଙ୍ଗନୱାଡ଼ି ଦିଦି, ବିଲ୍ ହେଉନଥିବା ଅଭିଯୋଗ

କାମାକ୍ଷାନଗର: ଡେପୁଟେସନରେ ପଠାଇଲେ… କାମ ବି କରାଇଲେ… ହେଲେ ବିଲ୍ ବେଳକୁ କେହି ଧରା ଛୁଆଁ ଦେଉନାହାନ୍ତି । ସିଡିପିଓଙ୍କୁ ଅଭିଯୋଗ ସତ୍ତ୍ୱେ ବିଲ୍ ହେଉନି । ଏମିତି ଅଭିଯୋଗ ଆଣିଛନ୍ତି ଢେଙ୍କନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ଅଙ୍ଗନୱାଡି ସେକ୍ଟରରେ ଥିବା ୧୯ ଜଣ ଅଙ୍ଗନୱାଡି କର୍ମୀ ।…

ଦାଉ ସାଧୁଛି ଲଗାଣ ବର୍ଷା; ହାତୀ ପଲ ଭାଙ୍ଗିଲେ ଘର

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ବାସୀଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ । ଲଗାଣ ବର୍ଷା ସାଙ୍ଗକୁ ହାତୀ ମାନଙ୍କର ତାଣ୍ଡବ। କଚ୍ଚା ଘରେ ରହୁଥିବା ଲୋକଙ୍କ ଉପରେ ତ ଦାଉ ସାଧିଛି ଏଇ ଋତୁ । ଅବିରତ ବର୍ଷାରେ ଜଙ୍ଗଲ ଭିତରୁ ହାତୀ ପଲ ଗାଁ ମୁହାଁ ହେଉଛନ୍ତି । ଲଗାଣ…

କୂଅରେ ପଡ଼ି ଖାଦ୍ୟ ଅନ୍ୱେଷଣରେ ଆସିଥିବା ହରିଣର ମୃତ୍ୟୁ

କାମାକ୍ଷାନଗର: ଖୋଲା କୂଅରୁ ମିଳିଲା ହରିଣର ମୃତଦେହ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଖୁଣ୍ଟବାଟି ଗାଁର ଏକ ଖୋଲା କୂଅରୁ ହରିଣର ମୃତଦେହ ମିଳିଛି । ହରିଣଟି ଖୁଣ୍ଟବାଟି ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଖୋଲା…

ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ହାଣିବା ପରେ କଟାମୁଣ୍ଡ ଧରି ୧୨ କିମି ଚାଲିଲା ସ୍ୱାମୀ

ଢେଙ୍କାନାଳ: ଗୋଟିଏ ହାତରେ କଟାମୁଣ୍ଡ, ଆଉ ଗୋଟିଏ ହାତରେ କଟୁରୀ । ସ୍ତ୍ରୀକୁ ନିଜ ହାତରେ ମାରିବା ପରେ ରାସ୍ତାରେ ଚାଲି ଚାଲି ଯାଉଛି ସ୍ୱାମୀ । ଏ ଦୃଶ୍ୟ ଏତେ ବିଭତ୍ସ ଯେ, ଆପଣଙ୍କୁ ଦେଖାଇବା ସମ୍ଭବ ନୁହେଁ । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ପିଇଓ, ୫ଟି ସ୍ଥାନରେ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ପିଇଓ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦୀଘା ଓ ମଠକରଗୋଳା ପଞ୍ଚାୟତ ପିଇଓ ସନ୍ତୋଷ ସାହୁଙ୍କ ଘରେ ରେଡ୍ ହୋଇଛି । ୫ଟି ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚଳାଇଛନ୍ତି । ଢେଙ୍କାନାଳ ଜିଲ୍ଲାର ୫ଟି…

ଜାଣନ୍ତୁ ଢେଙ୍କାନାଳରେ କେଉଁ ଅଂଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷିତ !

ଢେଙ୍କାନାଳ: ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେତେକ ଅଂଚଳରେ କରୋନାରେ ଅଙ୍କୁଶ ଲାଗିଥିବା ସୂଚନା ରହିଛି । କିନ୍ତୁ ଢେଙ୍କାନାଳ ପରଜଙ୍ଗ ବ୍ଲକରେ ସଂକ୍ରମିତଙ୍କ ବୃଦ୍ଧି ପାଉଥିବା ସଂଖ୍ୟା ସ୍ଥାନୀୟ ପ୍ରଶାସନକୁ ଚିନ୍ତାରେ ପକାଇଛି । ଜୟପୁରାକାଟେଣୀ…

ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ !

କାମାକ୍ଷାନଗର: କାହାର କରୋନା ଚିନ୍ତା ତ କାହାର ଅକ୍ସିଜେନ୍‌, ତ ପୁଣି କେହି ଲକଡାଉନ୍‌ରେ ଖାଇବାକୁ ଗଣ୍ଡେ ଯୋଗାଡ କରିବାକୁ ହନ୍ତସନ୍ତ ହେଉଛି । ହେଲେ ଢେଙ୍କାନାଳର ରେଙ୍ଗାଳୀ କେନାଲରେ ମାଛଧରାକୁ ନେଇ ଲୋକେ ହାତାହାତି ହେବାକୁ ପଛାଇନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ରେଙ୍ଗାଲୀର…