Latest Odisha News
Browsing Tag

Elephant

[ଦେଖନ୍ତୁ ଭିଡିଓ] ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀପଲ

ଅନୁଗୁଳ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ହାତୀପଲ । ମଣିଷ ଜଙ୍ଗଲ ନଷ୍ଟ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀ । ଗାଁକୁ ହାତୀପଲ ପଶି ଆସିବା ଫଳରେ ଆତଙ୍କିତ ହୋଇ ପଡ଼ିଛନ୍ତି ମହୀଧରପୁର ଗ୍ରାମବାସୀ । ହାତୀପଲରେ ଗୋଟିଏ ଦନ୍ତା ସମେତ ମୋଟ ୬ଟି ହାତୀ ଅଛନ୍ତି ।…

କେନ୍ଦ୍ର ମାଗିଲାଣି ରିପୋର୍ଟ, କି ଉତ୍ତର ଦେବ ଜଙ୍ଗଲ ବିଭାଗ ?

କଟକ: ଆଠଗଡ ବନଖଣ୍ଡରେ ଥିବା ଏକ ଦନ୍ତାହାତୀ ଗୁଳିବିଦ୍ଧ ହୋଇ ଚିକିତ୍ସାଧୀନ ହେଉଥିବା ବେଳେ ମୃତ୍ୟୁ ଘଟିଛି। ଏହାପରେ ପରେ କେନ୍ଦ୍ର ସରକାର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଏକ ଚିଠି ହସ୍ତଗତ ହୋଇଛି। ଏହି ଚିଠି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ମୁଖ୍ୟ ଅଧିକାରୀଙ୍କୁ ଆସିଛି। ଯେଉଁଥିରେ…

ବଡ଼ମ୍ବା ବନାଞ୍ଚଳରୁ ଆଉ ଏକ ହାତୀ କଙ୍କାଳ ଉଦ୍ଧାର

କଟକ: ୨ ସପ୍ତାହ ବ୍ୟବଧ୍ୟାନରେ ବଡ଼ମ୍ବା ବନାଞ୍ଚଳରୁ ୩ଟି ହାତୀ କଙ୍କାଳ ମିଳିଲାଣି । ୧୦ ଦିନ ତଳେ ବଡ଼ମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ୨ଟି ଦନ୍ତାହାତୀର କଙ୍କାଳ ମିଳିଥିଲା । ଆଉ ମଙ୍ଗଳବାର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖରୋଡ଼ ଗାଁ ନିକଟରୁ ଆଉ ଏକ ହାତୀର କଙ୍କାଳ…

ଶୋଇଛି ବନ ବିଭାଗ, ଜଙ୍ଗଲ ପାଲଟିଛି ଶିକାରୀଙ୍କ ଚରାଭୂଇଁ !

ଭୁବନେଶ୍ୱର: ଗୁଳି ଖାଇବା ପରେ ଏବେ ସୁସ୍ଥ ହେଉଛି କଟକ ଆଠଗଡର ଏକ ଦନ୍ତା ହାତୀ । ନରସିଂହପୁର ବାନାଞ୍ଚଳ ଅଧୀନ ଜୟପୁର ଜଙ୍ଗଲରେ ୮ ରୁ ୧୦ ବର୍ଷର ଏକ ଦନ୍ତା ହାତୀ ଗୁଳି ଖାଇବା ପରେ ଜଙ୍ଗଲରେ ପ୍ରାୟ ୧୫ ଦିନ ବୁଲିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ ଏବେ ନନ୍ଦନକାନନ ଏବଂ…

ଚନ୍ଦ୍ରଗିରି ଜଙ୍ଗଲରେ ମାଟି ତଳୁ ବାହାରିଲା ହାତୀ ମୃତଦେହ

ଭୁବନେଶ୍ୱର: ଜଙ୍ଗଲରେ ହାତୀ ମାରି ପୋତି ଦେଲେ ଦୁବୃର୍ତ । ମାଟି ତଳୁ ମିଳିଲା ହାତୀର ଗଳିତ ମୃତ ଦେହ । କଟକ ଗୋପପୁର ସେକ୍ସନ ଚନ୍ଦ୍ରଗିରି ଜଙ୍ଗଲରେ ବନ ବିଭାଗ ଏସଟିଏଫ ମାଟି ଖୋଳି ହାତୀର ମୃତଦେହ କାଢ଼ିଛି । ଦୁଇଟି ହାତୀଙ୍କୁ ହତ୍ୟା କରି ପୋତି ଦିଅଯାଇଥିବା ସନ୍ଦେହ କରି ତଦନ୍ତ କରୁଥିଲା…

ବାରଙ୍ଗରେ ହାତୀ ଆତଙ୍କ, ହାତୀପଲଙ୍କୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ

କଟକ: ବଢ଼ୁଛି ହାତୀପଲଙ୍କ ଉପଦ୍ରବ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । କଟକ ବାରଙ୍ଗ ଅଞ୍ଚଳ ଚନ୍ଦକା ଡ଼ମପଡ଼ା ରେଞ୍ଜ ଅଧୀନ ରତାଗଡ଼ ପାହାଡ଼ରେ ହାତୀପଲ ପଶିଛନ୍ତି । ହାତୀପଲ ଚାଷ ଜମି ସହ ଫସଲ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ରତାଗତ ପାହାଡ଼ ନିକଟ ଚାଷଜମିକୁ ହାତୀପଲ…

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଝିଅ

ସୁନ୍ଦରଗଡ଼: ମହିଳାଙ୍କୁ କଚାଡ଼ି ମାରିଲା ହାତୀ । ଏହିପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ରେଞ୍ଜ ସାନଦଲକି ଗାଁରେ । ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ଝିଅ । ସୂଚନା ଅନୁସାରେ, ଗାଁରେ ଏକ ଦନ୍ତା ହାତୀ…

[ଭିଡିଓ] ହାତୀ ଉପଦ୍ରବ ରୋକିବ ”ଲାଇଟର୍ ଗନ୍”

ଅନୁଗୁଳ : ହାତୀ ଘଉଡାଉଛି ଲାଇଟର ଗନ୍ । ଅନୁଗୁଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଜଙ୍ଗଲଛାଡି ଜନବସିତି ମୁହାଁ ହେଉଛନ୍ତି ହାତୀ ପଲ୍ଲ।ହାତୀକୁ ଘଉଡାଇବା ପାଇଁ ନାକେଦମ ହେଉଛି ବନ ବିଭାଗ। ଏଭଳି ପରିସ୍ଥିତିରେ ବନ୍ତଳା କଲେଇପଡ଼ା ଗାଁର ରସାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି…

ଗାଁରେ ଥମୁନି ହାତୀ ଆତଙ୍କ

ଯାଜପୁର: ହାତୀ ଉପଦ୍ରବ ଦିନ କୁ ଦିନ ବୃଦ୍ଧି ପାଉଛି। ଦାନଗଦି ବ୍ଲକ ଅନ୍ତର୍ଗତ ସାଳିଜଙ୍ଗା, ଗୋବର୍ଦ୍ଧନପୁର ପଂଚାୟତ ଜାତୀୟ ରାଜପଥ ପାର୍ଶ୍ଵରେ ହାତୀ  ଆତଙ୍କ । ଟମକା ମହାଗିରି ଜଙ୍ଗଲରୁ ହାତୀପଲ ଆସି ଥପଦା , ଦୁର୍ଗାପୁର,କମଳା ବାହାଳି , ଓ ଶଗଡ଼ ଗୁଳା ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ।…

ମହାନଦୀରେ ଭାସିଯାଉଥିବା ହାତୀ କଟକ ମୁଣ୍ଡୁଳିରେ ଅଟକିଲା, ଏବେ ପୁଣି ନଦୀମୁହାଁ

କଟକ: ମହାନଦୀର ପ୍ରଖର ସୁଅ ଆଗରେ ହାର ମାନିଥିଲା ହାତୀ । ଶେଷରେ ଭାସଭାସି ମୁଣ୍ଡୁଳିରେ ଅଟକିଥିଲା । ଆଜି ସକାଳୁ ଏହି ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଫସି ରହିଥିବା ହାତୀଙ୍କୁ ଉଦ୍ଧାର କରିବା ଲାଗି ବନ ବିଭାଗ ଓ ଅଗ୍ନିଶମ ବିଭାଗ ଚେଷ୍ଟା କରିଥିଲେ ହେଁ ହାତୀଟି…