କବିତା : ଜୀବନ ଫୁଲ
ରଞ୍ଜିତା ହୋତା
କାନନେ ଫୁଟେ କୁସୁମ କଳି,
ବିବିଧ ବାସ,ରଙ୍ଗେ ଝଳି,
ମଉଳି ପୁଣି ଝରଇ ମାଟି ଦେହେ ।
ଜୀବନ ବନେ ଯେ ଫୁଲ ଫୁଟେ,
ବୃନ୍ତ ତା'ର କେବେ କି ତୁଟେ ?
ଦୀପ୍ତହୋଇ ଅନ୍ତରେ ସେ ଶୋହେ।
ହୃଦଫଳକେ 'ପ୍ରଣୟ ଜବା',
ମୁଗ୍ଧ କରେ ଲୋହିତ ଆଭା,
କିମିଆଁ କରେ କୋଟି ମରମ ତଳ।…