Latest Odisha News

BREAKING NEWS

ଅଶୋଭନୀୟ ଆଚରଣ ନେଇ ମେସି ୨ଟି ମ୍ୟାଚରୁ ବାସନ୍ଦ

ମାଡ୍ରିଡ: ସ୍ପାନିଶ ସୁପର କପ୍ ଫୁଟବଲରେ ଅଶୋଭନୀୟ ବ୍ୟବହାର ନେଇ ଲିଓନେଲ ମେସିଙ୍କୁ ୨ଟି ମ୍ୟାଚରୁ ବାସନ୍ଦ କରାଯାଇଛି । ବାର୍ସିଲୋନାର ଏହି ଷ୍ଟାର ଖେଳାଳି ଆଟଲେଟିକ ବିଲବାଓ ବିପକ୍ଷ ମ୍ୟାଚରେ ବିପକ୍ଷ ଦଳର ଆସିଆ ଭିଲାଲିବ୍ରେଙ୍କୁ ଡାହାଣ ହାତରେ ଜାଣିଶୁଣି ଆଘାତ ଦେଇଥିଲେ । ଏଥିଯୋଗୁ ମେସିଙ୍କୁ ରେଡକାର୍ଡ ଦିଆଯାଇଥିଲା ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଫେଡେରେଶନ ତାଙ୍କୁ ୧୨ ମ୍ୟାଚରୁ ବାସନ୍ଦ କରିଥିଲା । ମାତ୍ର ଘଟଣାର ଭିଡିଓ ଫୁଟେଜ ଭଲ ଭାବେ ଅନୁଧ୍ୟାନ କରିବା ପରେ ଏବେ ଏହାକୁ ୨ଟି ମ୍ୟାଚ କରିଦେଇଛି । ମେସି ଆଗାମୀ ୨ଟି ମ୍ୟାଚ କର୍ଣ୍ଣେଲା ଏବଂ ଏଲଚେ ବିପକ୍ଷରେ ଖେଳି ପାରିବେନି ।

Leave A Reply

Your email address will not be published.