Latest Odisha News

ଡାଇବେଟିସ ପାଇଁ ଚିନ୍ତାରେ ଥିଲେ ସେବନ କରନ୍ତୁ ଏହି ଫଳ, ପାଇବେ ଆଶ୍ବସ୍ଥି

ଆଜିକାଲିର ଦୈନ୍ୟନ୍ଦିନ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ ପ୍ରାୟ ଅଧିକାଂଶ ଲୋକଙ୍କୁ ଡାଇବେଟିସ ଭଳି ରୋଗ ବହୁତ ଶୀଘ୍ର ହୋଇଯାଉଛି । ଡ଼ାଇବେଟିସ୍ କୌଣସି ବୟସର ଲୋକମାନଙ୍କୁ ମଧ୍ୟ ହୋଇପାରେ। ଧୀରେ ଧୀରେ ଏହା ଏକ ଗଭୀର ରୋଗରେ ପରିଣତ ହୋଇଗଲାଣି।ଡ଼ାଇବେଟିସକୁ ନିୟନ୍ତ୍ରଣ କରିବାପାଇଁ ଘରୋଇ ଉପାୟ ମଧ ରହିଛି, ଯାହାକୁ ଅବଲମ୍ବନ କଲେ ଆପଣ, ଏହି ଡାଇବେଟିସକୁ ନିୟନ୍ତ୍ରଣ କରିପାରିବେ।

କିଛି ଲୋକ ଭାବନ୍ତି ଯେ ଫଳର ସେବନ ଦ୍ବାରା ଡ଼ାଇବେଟିସ୍ ବଢିଥାଏ। ପ୍ରକୃତରେ କିନ୍ତୁ ଏହିଭଳି ହୋଇନଥାଏ। କିଛି ଫଳ ଏମିତି ଅଛି ଯାହାର ସେବନ କରିବା ଫଳରେ ଡ଼ାଇବେଟିସକୁ ନିୟନ୍ତ୍ରଣ କରାଯାଇପାରିବ।

ଆସନ୍ତୁ ଜାଣିବା କଣ ରହିଛି ସେଇ ସବୁ ଫଳ, ଯାହା ଆପଣଙ୍କୁ ରଖିବ ଡାଇବେଟିସ ଠାରୁ ଦୂରରେ ।

ପିଜୁଳି
ପୁରା ଦେଶରେ ପିଜୁଳି ଅଧିକ ମାତ୍ରାରେ ମିଳିଥାଏ। ପିଜୁଳି ଖାଇଲେ ଶରୀର ସୁସ୍ଥ ରହିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଏହାକୁ ଖାଇବା ଦ୍ବାରା ଶରୀରକୁ ଫାଇଦା ମିଳିଥାଏ।

ତରଭୁଜ
ତରଭୁଜରେ ଲୋ ଗ୍ଲାଇସେମିକ୍ ଇଂଡ଼େକ୍ସ ରହିଥାଏ ,ଯାହା ଡ଼ାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ଖାଇବା ଦ୍ବାରା ଆପଣଙ୍କ କିଡ଼ନି ଭଲ ଭାବରେ କାଯ୍ୟକାରୀ କରିଥାଏ। ଏହା କିଡ଼ନିକୁ ବୁଷ୍ଟ କରିବା ସହିତ ଶିରାପ୍ରସିରାକୁ ଠିକ ଭାବରେ ସଞ୍ଚାଳନ କରାଇବାରେ ସାହାଯ୍ୟ କରିଥାଏ।

ଅମୃତଭଣ୍ଡା
ଅମୃତଭଣ୍ଡା ସାଧାରଣତଃ ମିଠା ହୋଇଥାଏ। ଏହାକୁ ଖାଇବା ଦ୍ବାରା ଡ଼ାଇବେଟିସର ରୋଗୀଙ୍କୁ ବହୁତ କ୍ଷତି ପହଁଚିଥାଏ। କିନ୍ତୁ ଆପଣ ଜାଣନ୍ତିକି ଅମୃତଭଣ୍ଡାରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡ଼େଣ୍ଟ ଏବଂ ଲୋ ଗ୍ଲାଇସେମିକ୍ ଇନଡ଼େକ୍ସ ରହିଥାଏ ଯାହା ଶରୀରରେ ସୁଗାର ମାତ୍ରାକୁ ନିୟନ୍ତ୍ରିତ କରିବାରେ ବହୁତ ସାହାଯ୍ୟ କରିଥାଏ।

ଡ଼ାଇବେଟିସ୍ ହେବାର ବହୁତ କାରଣ ରହିଛି କିନ୍ତୁ ପାନକ୍ରିୟାଜ୍ ଖରାପ ହେବା ହେଉଛି ଏହାର ସବୁଠାରୁ ବଡ଼ କାରଣ । ଶରୀରରେ ପାନକ୍ରିୟାଜ ଗ୍ରନ୍ଥି ଅଚଳ ହୋଇଯିବା କିମ୍ବା ଠିକ୍ ଭାବେ କାମ ନକରିବା ଦ୍ବାରା ଡ଼ାଇବେଟିସ୍ ରୋଗ ହୋଇଥାଏ।

Leave A Reply

Your email address will not be published.