Latest Odisha News

BREAKING NEWS

ଡକ୍ୱୱର୍ଥ ଲୁଇସ ନିୟମ ତିଆରି କରିଥିବା ଗଣିତଜ୍ଞ ଟୋନି ଲୁଇସଙ୍କ ଦେହାନ୍ତ

ନୂଆଦିଲ୍ଲୀ: କ୍ରିକେଟ ଜଗତକୁ ଡକ୍ୱୱର୍ଥ ଲୁଇସ ନିୟମ ନେଇଥିବା ଗଣିତଜ୍ଞ ଟୋନି ଲୁଇସଙ୍କ ୭୮ ବର୍ଷରେ ପରଲୋକ ହୋଇଯାଇଛି । ଫ୍ରାଙ୍କ ଡକ୍ୱୱର୍ଥ ଓ ଲୁଇସ ମିଳିତ ଭାବେ ୧୯୯୨ରେ ଏହି ଫର୍ମୁଲା ତିଆରି କରିଥିଲେ । ଆଇସିସି ୧୯୯୯ ବିଶ୍ୱକପରେ ଏହି ନିୟମକୁ ବିଧିବଦ୍ଧ ଭାବେ ଆପଣାଇଥିଲା ।

ଟୋନି ଏବଂ ଫ୍ରାଙ୍କଙ୍କ ଯୋଗଦାନକୁ କ୍ରିକେଟ ଦୁନିଆ କେବେ ହେଲେ ଭୁଲିପାରିବ ନାହିଁ ବୋଲି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି । ଏହି ଫର୍ମୁଲା ନେଇ ଅବଶ୍ୟ କେତେକ ଯାଗାରେ ସେମାନଙ୍କୁ ସମାଲୋଚନା ହେବାକୁ ପଡିଥିଲା । ଶେଷରେ ୨୦୧୪ରେ ଆଉ ଜଣେ ଗଣିତଜ୍ଞ ଷ୍ଟିଭେନ୍ ଷ୍ଟର୍ନ ଏହାକୁ ରିଭାଇଜ କରିଥିଲେ । ସେବେଠାରୁ ଏହାର ନାମ ଡକ୍ୱୱର୍ଥ-ଲୁଇସ-ଷ୍ଟର୍ନ ଭାବେ ଏହି ଫର୍ମୁଲା ପରିଚିତ ।

Leave A Reply

Your email address will not be published.