Latest Odisha News

ଯୁବବର୍ଗ କାହିଁକି ହୃଦଘାତରେ ପୀଡିତ ! ଜାଣନ୍ତୁ ହୃଦଘାତ-କୋଭିଡ ଟିକା ମଧ୍ୟରେ ଥିବା କନେକ୍ସନ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋଭିଡ୍ ସଂକ୍ରମଣ ବ୍ୟାପିବା ପରଠାରୁ ବହୁ ଲୋକେ ପ୍ରାଣ ହରାଇଛନ୍ତି। ଦିନକୁ ଦିନ ହୃତଘାତ ଭଳି ରୋଗ ମଧ୍ୟ ବୃଦ୍ଧି ପାଇଛି । 40 ବର୍ଷରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ହାର୍ଟଆଟାକ ହେଉଥିବାର ପରିଲକ୍ଷିତ ହେଉଛି। ହୃତଘାତ ପଛରେ ଅନେକ କାରଣ ରହିଛି । ତେବେ ଯୁବବର୍ଗ ମଧ୍ୟରେ ହୃତଘାତର ପ୍ରମୁଖ କାରଣ ମଧ୍ୟରେ ରହିଛି ଆମମାନଙ୍କର ଜୀବନଶୈଳୀ, କର୍ମକ୍ଷେତ୍ରରେ ଅଧିକ ଚିନ୍ତା, ତା ସହ ଧୁମ୍ରପାନ, ଅତ୍ୟଧିକ ବ୍ୟାୟାମ ।

ଏକ ଅନୁସନ୍ଧାନରୁ ଜଣାଯାଏ ଯେ କରୋନା ମହାମାରୀ ପରେ ହୃଦଘାତରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏକ ଆରଟିଆଇରୁ ଏହା ଜଣାପଡିଛି ଯେ 2021 ମସିହାରେ ମୁମ୍ବାଇରେ ହୃଦଘାତ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 6 ଗୁଣରୁ ଅଧିକ ବୃଦ୍ଧି ପାଇଛି। ଏହା ବ୍ୟତୀତ ଦିଲ୍ଲୀ ଭଳି ସହରରେ ମଧ୍ୟ ପୂର୍ବ ଅପେକ୍ଷା ବର୍ତ୍ତମାନ ଡାକ୍ତରଖାନାରେ ହୃଦ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ନୂଆଦିଲ୍ଲୀ,AIIMSର ସ୍ନାୟୁବିଜ୍ଞାନ ବିଭାଗ ଡକ୍ଟର ପଦ୍ମ ଶ୍ରୀବାସ୍ତବ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କୁ କୋଭିଡ ପରେ ହାର୍ଟଆଟାକ ଆସିବାର ବହୁତ ସମ୍ଭାବନା ରହିଛି। ଜୟଦେବ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିୟୋଭାସ୍କୁଲାର୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ ର ଡାକ୍ତରମାନେ ଏକ ଅନୁସନ୍ଧାନ କରିଛନ୍ତି, ଯେଉଁଥିରେ ଜଣାପଡିଛି ଯେ କରୋନାରୁ ସୁସ୍ଥ ହେଉଥିବା 26 ଜଣ ରୋଗୀଙ୍କର ଆଠ ସପ୍ତାହ ପରେ ହୃଦଘାତ ହୋଇଛି।

ସେହିପରି ବିଏମସି ରିପୋର୍ଟରେ ଦର୍ଶାଯାଇଛି ଯେ 2019 ରେ ମୁମ୍ବାଇରେ ମୋଟ 5 ହଜାର 849 ଲୋକ ହୃଦଘାତରେ ମୃତ୍ୟୁ ବରଣ କରିଥିବା ବେଳେ କରୋନା ମହାମାରୀ ସମୟରେ 2020 ମସିହାରେ 5 ହଜାର 633 ଲୋକ ହୃଦଘାତରେ ପ୍ରାଣ ହରାଇଥିଲେ।

ସାମ୍ପ୍ରତିକ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ପୋଷ୍ଟ କୋଭିଡ ହୃଦଘାତ ମାମଲା ବଢିଛି। କିନ୍ତୁ ଏହା କାହିଁକି ଘଟୁଛି? ଏହି ପରିପ୍ରେକ୍ଷୀରେ ଡକ୍ଟର ଚିନ୍ମୟ ଗୁପ୍ତା କହିଛନ୍ତି ଯେ କୋଭିଡ ସଂକ୍ରମିତ ଲୋକଙ୍କଠାରେ ହୃଦ୍ ରୋଗ ଯଥେଷ୍ଟ ବୃଦ୍ଧି ପାଇଛି। ଏହାର ଏକ ମୁଖ୍ୟ କାରଣ ହେଉଛି କୋଭିଡ କାରଣରୁ ହୃଦୟ ଏବଂ ଫୁସଫୁସର ଧମନୀରେ ରକ୍ତ ଜମାଟ ବାନ୍ଧିବା ଓ ରକ୍ତ ମୋଟା ହେବା। ରକ୍ତ ଜମାଟ ବାନ୍ଧିବା କାରଣରୁ ହୃତପିଣ୍ଡକୁ ରକ୍ତ ଯୋଗାଣ ସଠିକ୍ ଭାବରେ ହୋଇପାରୁନାହିଁ। ଯେଉଁ କାରଣରୁ ହୃଦୟ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସକ୍ଷମ ହେଉ ନାହିଁ।

କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀର ଦୁର୍ବଳ ଥାଏ। ଯେଉଁ କାରଣରୁ ହୃତପିଣ୍ଡରେ ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ। ଶରୀରରେ ବ୍ଲଡ ଦ୍ଵାରା ଅକ୍ସିଜେନ ସବୁ ଅଙ୍ଗରେ ପହଞ୍ଚି ଥାଏ, କିନ୍ତୁ କେତେକ ଥର କୋଲେଷ୍ଟ୍ରୋଲ ରୂପରେ ଫ୍ୟାଟ ହାର୍ଟ ଧମନୀରେ ଏମିତି ପ୍ରକାର ଜମା ହୋଇଥାଏ ଯେ ବ୍ଲଡ ସରକୁଲେସନ ବନ୍ଦ ହେବାକୁ ଲାଗେ । ଏହା କାରଣରୁ ହାର୍ଟ ଅତ୍ୟଧିକ ପମ୍ପ ହୋଇଥାଏ ବା ହାର୍ଟ ଫେଲ ହୋଇଯାଏ, କିଛି ସେକେଣ୍ଡରେ ଯଦି ପରିସ୍ଥିତି ସାମାନ୍ୟ ନହୁଏ ତାହେଲେ ଲୋକର ମୃତ୍ୟୁ ହୋଇଯାଏ ।

ଜାଣନ୍ତୁ ହୃଦଘାତ-କୋଭିଡ ଟିକା ମଧ୍ୟରେ ଥିବା କନେକ୍ସନ…

ବଢୁଥିବା ହୃଦଘାତର ଘଟଣାକୁ ଦୃଷ୍ଟିରେ ରଖି ଟିକା ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି। ଟିକା ଯୋଗୁଁ ମାୟୋକାର୍ଡାଇଟିସ୍ ରୋଗ ମଧ୍ୟ ସିଙ୍ଗାପୁରରେ ହୋଇଛି। ଯେଉଁଠାରେ 16 ବର୍ଷର ବାଳକ ଟିକା ନେବା ପରେ ହୃଦଘାତର ଶିକାର ହୋଇଥିଲା। ଯଦିଓ ଏପର୍ଯ୍ୟନ୍ତ ସେପରି କୌଣସି ଅନୁସନ୍ଧାନ ଆସିନାହିଁ, ଯେଉଁଥିରେ ହୃଦୟରୁ ଏହି ଟିକା ପ୍ରଭାବ ପଡିଥିବାର ଦେଖିବାକୁ ମିଳିଛି। କିନ୍ତୁ ଟିକା ଉପକାରିତା ବିଷୟରେ ନିଶ୍ଚିତ ଭାବରେ ଏକ ଅଧ୍ୟୟନ କରାଯାଇଛି।

ଆମେରିକୀୟ ହାର୍ଟ ଆସୋସିଏସନର ଜର୍ନାଲ୍ ସର୍କୁଲେସନରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ଏହି ଟିକା ନେଇଥିବା କରୋନା ସଂକ୍ରମିତ ଲୋକଙ୍କର ହୃଦଘାତ ହେବାର ଆଶଙ୍କା କମ୍ ଥିଲେ। ସେପଟେ ଟିକା ନପାଇଥିବା ବ୍ୟକ୍ତିଙ୍କର ହୃଦଘାତ, ନିଶ୍ୱାସ ପ୍ରଶ୍ୱାସରେ ବାଧା ଉପୁଜିବା ଭଳି ସମସ୍ୟାର ଆଶଙ୍କା ଅଧିକ ରହିଥିଲା। 43 ନିୟୁତ ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା।

Leave A Reply

Your email address will not be published.