Latest Odisha News

BREAKING NEWS

ଶିବମଙ୍କ ସ୍ଥାନରେ ହାଇଦ୍ରାବାଦ ଟିମରେ ସାମିଲ ହେଲେ ଅମ୍ବ୍ରିଶ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ସନରାଇଜର୍ସ ହାଇଦ୍ରାବାଦ ଆଘାତପ୍ରାପ୍ତ ଶିବମ ମାବୀଙ୍କ ସ୍ଥାନରେ ଅଲରାଉଣ୍ଡର ଆରଏସ ଅମ୍ବ୍ରୀଶଙ୍କୁ ସାମିଲ କରିଛି । ସେ ୩୦ ଲକ୍ଷ ପ୍ରାଇସରେ ଟିମ ସହିତ ଜଡିତ ହେବେ । ଚଳିତ ବର୍ଷ ଜିମ୍ବାୱେ ଓ ନାମ୍ବିଆରେ ଅନୁଷ୍ଠିତ ଆଇସିସି ୧୯ ବର୍ଷରୁ କମ ବିଶ୍ୱକପରେ ଅମ୍ବ୍ରୀଶ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ସେ ଟୁର୍ଣ୍ଣାମେଂଟରେ ୧୧ ୱିକେଟ ଅକ୍ତିଆର କର ଯୁଗ୍ମ ଭାବେ ଶୀର୍ଷରେ ରହିଥିଲେ । ଦଳକୁ ଚାମ୍ପିୟନ କରାଇବାରେ ତାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା ।

ଏହା ପୂର୍ବରୁ ହାଇଦ୍ରାବାଦ ପେସ ବିଭାଗକୁ ମଜଭୁତ କରିବା ପାଇଁ ଗେରାଲ୍ଡ କୋଏଟଜୀ ଓ ଦିଲଶାନ ମଦୁଶଙ୍କାଙ୍କୁ ଦଳରେ ସାମିଲ କରିଥିଲା । ଡେଭିଡ ପେନଙ୍କ ସ୍ଥାନରେ କୋଏଟଜୀ ଓ ବ୍ରାଣ୍ଡନ କୋର୍ସଙ୍କ ବଦଳରେ ଦିଲଶାନଙ୍କୁ ସୁଯୋଗ ମିଳିଛି । ହାଇଦ୍ରାବାଦ ଏବେ ପ୍ଲେ ଅଫ ପ୍ରବେଶ ପାଇଁ ଜୋରସୋରରେ ଉଦ୍ୟମ ଜାରୀ ରଖିଛି ।

Leave A Reply

Your email address will not be published.