ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଦ୍ୟପାନ କରି ବିଧାନସଭା ଆସିଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ଆଲକୋହଲ୍ ଟେଷ୍ଟ ହେଉ ବୋଲି ଦାବି କରିଛନ୍ତି। ଯାହାକୁ ନେଇ ସ୍ୱତନ୍ତ୍ର ଶ୍ରମିକ ଦିବସ ଅଧିବେଶନରେ ପଞ୍ଜାବ ବିଧାନସଭାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଜଣେ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀ ମଦ୍ୟପାନ କରି ବିଧାନସଭାରେ ପହଞ୍ଚିଛନ୍ତି ବୋଲି ଅଭିଯୋଗ କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ଶ୍ରମିକ ଦିବସ ପାଳନ ପାଇଁ, ପଞ୍ଜାବ ସରକାର ଶ୍ରମିକମାନଙ୍କ ପାଇଁ ସମର୍ପିତ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରିଥିଲେ। ଅଧିବେଶନ ସମୟରେ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସରକାରୀ ଏବଂ ବେସରକାରୀ ସଂଗଠନ ସମେତ ପଞ୍ଜାବରେ ସର୍ବନିମ୍ନ ମଜୁରୀରେ ୧୫ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଶ୍ରମିକ ଦିବସରେ ସେମାନଙ୍କ ପାଇଁ ଏକ ଉପହାର। ୨୦୧୩ ମସିହାରୁ ଦୁଇଟି ସରକାର ବିତିଗଲାଣି, କିନ୍ତୁ ମଜୁରୀ ବୃଦ୍ଧି କରାଯାଇନାହାଁନ୍ତି। AAP ସରକାର ମଧ୍ୟ ପଞ୍ଜାବ ବିଧାନସଭାରେ ଆସ୍ଥା ଭୋଟ ଉପସ୍ଥାପନ କରିଥିଲେ।
ଏହି ସ୍ୱତନ୍ତ୍ର ଅଧିବେଶନ ସମୟରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବିରୋଧୀ ଦଳ, କଂଗ୍ରେସ ଏବଂ ଅକାଳୀ ଦଳ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ମଦ୍ୟପାନ କରି ଗୃହକୁ ଆସିବାର ଅଭିଯୋଗ କରିଥିଲେ। କଂଗ୍ରେସ ଏହି ପ୍ରସଙ୍ଗରେ ହଙ୍ଗାମା କରିଥିଲା ଏବଂ ଗୃହରୁ ଚାଲିଯାଇଥିଲା। ବିଧାନସଭା ବାହାରେ, ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ସମସ୍ତ ବିଧାୟକଙ୍କ ମଦ୍ୟପାନ ପରୀକ୍ଷା କରିବାକୁ ଦାବି କରି ଏହି ପ୍ରସଙ୍ଗକୁ ତୀବ୍ର କରିଥିଲେ। ସେ କହିଥିଲେ ଯେ ରାଜ୍ୟ ମୁଖ୍ୟଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆସିଥିବାରୁ ସତ୍ୟାସତ୍ୟ ଜାଣିବା ପାଇଁ ପ୍ରତ୍ୟେକ ବିଧାୟକଙ୍କ ପରୀକ୍ଷା କରାଯିବା ଉଚିତ। ଏହାଦ୍ୱାରା ଜଣାପଡିବ, କିଏ କିଏ ମଦ ପିଇ ପବିତ୍ର ଗୃହକୁ ଆସିଛନ୍ତି।
ଆଗ ମୁଖ୍ୟମନ୍ତ୍ରୀଙ୍କ ବ୍ରିଦ୍ ଆନାଲାଇଜର୍ ଟେଷ୍ଟ କରାଯିବା ପାଇଁ ବିରୋଧୀ ସଦସ୍ୟମାନେ ଅଡି ବସିଥିଲେ। ତେବେ ବାଚସ୍ପତି ଏହି ଦାବିକୁ ଅଗ୍ରାହ୍ୟ କରିଥିଲେ। ବାଚସ୍ପତି କହିଛନ୍ତି ଯେ କୌଣସି ସଦସ୍ୟଙ୍କ ବିରୁଦ୍ଧରେ ଏପରି ଅଭିଯୋଗ ଗ୍ରହଣ କରାଯିବା ଉଚିତ୍ ନୁହେଁ। ଏପରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କ ନାମ ନିଆଯିବ। ଏହି ସମୟରେ କଂଗ୍ରେସ ବିଧାୟକମାନେ ସ୍ଲୋଗାନ ଦେଇ ଗୃହରୁ ଚାଲିଗଲେ।
ବିଧାନସଭା ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଥିଲେ ଯେ କଂଗ୍ରେସ ସର୍ବଦା ଶ୍ରମିକମାନଙ୍କ ସହିତ ମତଭେଦ ରଖିଆସିଛି। ସେମାନେ ଗୋଟିଏ ନା ଗୋଟିଏ ବାହାନା କରି ଚାଲିଯାଆନ୍ତି। ଶ୍ରମିକମାନଙ୍କ ବିଷୟରେ ବହୁତ କିଛି ଲେଖାଯାଇଛି। ଗୃହରେ ଅନେକ ଆଲୋଚନା ହୋଇଛି, କିନ୍ତୁ ଏଥିରୁ କିଛି ଫଳ ବାହାରି ନାହିଁ। ଯଦି ଶ୍ରମିକଙ୍କ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦିଆଯାଏ, ତେବେ ପରିବର୍ତ୍ତନ ଆସିପାରିବ।
ଆପ ସରକାର ରାଜ୍ୟର ଶ୍ରମିକ ବର୍ଗଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ମେ ୧ ରେ ଶ୍ରମିକ ଦିବସ ଅବସରରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି। ବିରୋଧୀ ପଚାରିଥିଲେ ଯେ ସରକାର ତାଙ୍କର କାର୍ଯ୍ୟକାଳର ଶେଷ ପର୍ଯ୍ୟାୟରେ ଏବଂ ତାହା ମଧ୍ୟ ଅଚଳ ଥିବା ବେଳେ ଶ୍ରମିକମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଅଧିବେଶନ କ’ଣ ଉଦ୍ଦେଶ୍ୟ ରଖୁଛି। ଶାସକ ଦଳ ଆପର ୭ ଜଣ ରାଜ୍ୟସଭା ସାଂସଦ ଆମ ଆଦମୀ ପାର୍ଟି (ଆପ) ଛାଡି ବିଜେପିରେ ଯୋଗଦେବାର କିଛି ଦିନ ପରେ ଅଧିବେଶନ ଡକାଇବା ପାଇଁ ପଦକ୍ଷେପ ନିଆଯାଇଛି।