Latest Odisha News

ଟିମ ଇଣ୍ଡିଆର ଦଳଗତ ପ୍ରଦର୍ଶନ: ଶ୍ରୀଲଙ୍କା ସମ୍ମୁଖରେ ୩୫୮ ରନର ଲକ୍ଷ୍ୟ

ୱାଙ୍ଖେଡ:ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଦଳଗତ ବ୍ୟାଟିଂ ପ୍ରଦର୍ଶନ ସହାୟତାରେ ଭାରତ ୩୫୮ ରନର ବିଶାଳ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ବିନିମୟରେ ୩୫୭ ରନ ସଂଗ୍ରହ କରିଛି । ଅଧିନାୟକ ରୋହିତ ଶର୍ମା ୪ ରନ କରି ଆଉଟ ହେବା ପରେ ବିରାଟ କୋହଲି ଓ ଶୁଭମନ ଗିଲ ଇନିଂସ ସମ୍ଭାଳିଥିଲେ । ଉଭୟ ଦ୍ୱିତୀୟ ୱିକେଟରେ ୧୮୯ ରନ ଯୋଗ କରିଥିଲେ । ଗିଲ ୯୨ ଓ କୋହଲି ୮୮ ରନ କରି ପ୍ୟାଲିଭିୟନ ଫେରି ଯାଇଥିଲେ । ଏହା ପରେ ଶ୍ରେୟାଶ ଆୟାର ୮୨ ରନ କରିଥିଲେ । କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡର ସମକକ୍ଷ ହେବା ସୁଯୋଗ ପୁନର୍ବାର ହାତଛଡା କରିଛନ୍ତି ।

ଏକଦା ଭାରତ ୪୦୦ରୁ ଊର୍ଦ୍ଧ୍ୱ ରନ କରିବ ବୋଲି ଆଶା କରାଯାଉଥିଲେ ମଧ୍ୟ କେଏଲ ରାହୁଲ(୨୧) ଓ ସୂର୍ଯ୍ୟକୁମାର ଯାଦବ(୧୨) ଶସ୍ତାରେ ଆଉଟ ହେବା ଯୋଗୁ ଏହା ସମ୍ଭବପର ହୋଇ ନ ଥିଲା । ଶେଷ ଭାଗରେ ରବୀନ୍ଦ୍ର ଜାଡେଜା ୨୪ ବଲରୁ ୩୫ ରନ ସଂଗ୍ରହ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୂଶଙ୍କା ୫ଟି ୱିକେଟ ଅକ୍ତିଆର କରିଥିଲେ । ଦୁଷ୍ମନ୍ତ ଚମୀରା ଗୋଟିଏ ୱିକେଟ ନେଇଥିଲେ । ଟସ ଜିତି ଶ୍ରୀଲଙ୍କା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ସେମିଫାଇନାଲ ଦୌଡରେ ତିଷ୍ଠି ରହିବା ପାଇଁ ଶ୍ରୀଲଙ୍କା ଏହି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ କରୁଛି ।

Leave A Reply

Your email address will not be published.