Latest Odisha News

BREAKING NEWS

କୋଭିଡ ପଜିଟିଭ ଚିହ୍ନଟ ହେଲେ କ୍ୟାପିଟାଲ ଥାନାର ୮ ପୋଲିସ କର୍ମଚାରୀ

ଭୁବନେଶ୍ୱର: କ୍ୟାପିଟାଲ୍‌ ଥାନାରୁ ଚିହ୍ନଟ ହୋଇଛନ୍ତି ଆଉ ୮ ଜଣ ପୁଲିସ କର୍ମଚାରୀ । ଏହାପରେ ସୁରକ୍ଷା ଦୃଷ୍ଟିରୁ ଥାନାକୁ ଏକ ପ୍ରକାର ସିଲ କରିଦିଆଯାଇଛି । ୪ ଦିନ ତଳେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ଥାନାର ସମସ୍ତ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରା ଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୬ ଜଣ ଥାନା କର୍ମଚାରୀ ପଜିଟିଭ ଆସିଥିଲେ। ଶନିବାର ଆଉ ୮ ଜଣଙ୍କ ନମୁନା ପଜିଟିଭ୍‌ ଥିବା ବିଏମ୍‌ସି ପକ୍ଷରୁ ସ୍ପଷ୍ଟ ହୋଇଛି ।

ଆଜି ଆଉ କିଛି କର୍ମଚାରୀଙ୍କ କରୋନା ରିପୋର୍ଟ ଆସିବା ବାକି ରହିଛି । ଥାନାକୁ ଏକ ପ୍ରକାରର ସିଲ କରାଯାଇଛି । ଆଉ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ଥାନାକୁ ସମ୍ପୂର୍ଣ୍ଣ ସିଲ୍‌ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.