Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ପ୍ରଳୟ ରଚୁଛି ବାତ୍ୟା ‘ଅମ୍ଫାନ’

କୋଲକାତା: ପଶ୍ଚିମବଙ୍ଗରେ ପ୍ରଳୟ କରୁଛି ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ । ପଶ୍ଚିମବଙ୍ଗର ଦୀଘା, ବାଂଲାଦେଶ ହତିୟା ମଧ୍ୟରେ ସୁନ୍ଦରବନ ଦେଇ ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାର ପ୍ରଭାବରେ କୋଲକାତାରେ ପ୍ରବଳ ବର୍ଷା ପବନ ଜାରି ରହିଛି ।

ଉତ୍ତର ୨୪ ପ୍ରଗ୍ରଣା, ଦକ୍ଷିଣ ୨୪ ପ୍ରଗ୍ରଣା, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ହୁବୁଳି ଓ ହାଓ୍ଵଡ଼ା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ପବନ ଆରମ୍ଭ ହୋଇଯାଇଛି। ପବନର ବେଗ ଏବେ ଘଣ୍ଟାପ୍ରତି ୧୫୫ ରୁ ୧୬୫ କିମ ରହିଛି । ଫଳରେ ବିରାଟ ଗଛ ସହ ଇଲେକ୍ଟ୍ରି ଖୁଣ୍ଟି ଓ ରାସ୍ତା କଡ଼ରେ ହୋର୍ଡିଂ ସବୁ ଉପୁଡ଼ି ରାସ୍ତା ଉପରେ ପଡ଼ିଛି।

ଟେ ବାତ୍ୟା ଜନିତ ପରିସ୍ଥିତିର ମୁକାବିଲା ପାଇଁ ପଶ୍ଚିମବଙ୍ଗରେ ମୁତୟନ ଥିବା ଏନ୍‌ଡିଆରଏଫ୍‌ର ୩୦ରୁ ଅଧିକ ଟିମ୍ କାର‌୍ୟ୍ୟରେ ନିୟୋଜିତ ହୋଇଛନ୍ତି । ଗଛ ସବୁକୁ କାଟି ରାସ୍ତା ସଫା କରିବା କାମରେ ଲାଗି ପଡ଼ିଛନ୍ତି।

Leave A Reply

Your email address will not be published.