Latest Odisha News

BREAKING NEWS

ଆଜି ସାରା ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ, ରୋଗୀ ହନ୍ତସନ୍ତ

ଭୁବନେଶ୍ୱର: ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ (ଏଆଇଓସିଡ଼ି)ର ଡ଼ାକରାରେ ଦେଶବ୍ୟାପୀ ଶୁକ୍ରବାର ଦିନ ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ସେହିପରି ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ମଧ୍ୟ ସାରା ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି । ଏହି ବନ୍ଦ ଫଳରେ ହଜାର ହଜାର ରୋଗୀ ଔଷଧ କିଣିନପାରି ହନ୍ତସନ୍ତ ହେଉଥିବାର ଲକ୍ଷ୍ୟ କରାଯାଉଛି ।

ଏହି ବନ୍ଦ ଯୋଗୁଁ ରାଜ୍ୟର ପ୍ରାୟ ୪ ହଜାର ଔଷଧ ହୋଲସେଲ୍ ପ୍ରତିଷ୍ଠାନ ସହିତ ୨୨ ହଜାରରୁ ଅଧିକ ମେଡ଼ିସିନ ଟିଟେଲ୍ ସପ ବନ୍ଦ ରହିଛି ।

ଏହି ଘରୋଇ ଔଷଧ ଦୋକାନ ଗୁଡ଼ିକ ବନ୍ଦ ରହିବା ଫଳରେ ସରକାରୀ ଔଷଧ ଦୋକାନ ଏବଂ ଡ଼ାକ୍ତରଖାନାରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଥିବା ଲକ୍ଷ କରାଯାଇଛି ।

“ଆମେ ପରିବର୍ତ୍ତିତ ଔଷଧ ଆକ୍ଟକୁ ଘୋର ବିରୋଧ କରିବା ସହିତ ଅନଲାଇନରେ ଔଷଧ ବିକ୍ରିବଟାକୁ ବିରୋଧ କରୁଛୁ । ଆମର ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚାଲୁରହିବ,”ବୋଲି କହିଛନ୍ତି ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ।

“ଇ-ଫାର୍ମାସୀ ଦ୍ୱାରା ଔଷଧ ବିକ୍ରି ହେଲେ ବେଆଇନ ଔଷଧର ବିକ୍ରି ଅଧିକ ହେବ । ଏହାଦ୍ୱାରା ଔଷଧ ବିକ୍ରି କରୁଥିବା ଲକ୍ଷ ଲକ୍ଷ ଔଷଧ ବ୍ୟବସାୟୀଙ୍କ ପରିବାର କ୍ଷତିଗ୍ରସ୍ତ ହେବେ,”ବୋଲି କହିଛନ୍ତି ଶ୍ରୀଯୁକ୍ତୁ ପ୍ରଶାନ୍ତ ମହାପାତ୍ର ।

Leave A Reply

Your email address will not be published.