Latest Odisha News

BREAKING NEWS

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର: ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଭୁବନେଶ୍ୱର ଅଞ୍ଚଳରେ ପାସ୍ ପ୍ରତିଶତ ହେଉଛି ୯୧.୪୬%।

ଚଳିତ ବର୍ଷ ୧୧,୯୨,୯୬୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବଳେ  ସେମାନଙ୍କ ମଧ୍ୟରୁ ୧୦,୫୯,୦୮୦ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି । ସିବିଏସଇର ଅଫିସିଆଲ୍ ୱେବସାଇଟରେ ଛାତ୍ରଛାତ୍ରୀମାନେ ‘cbseresults.nic.in’ ରେଜଲ୍ଟ ଦେଖପାରିବେ ।

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ଛାତ୍ରଙ୍କ ପାସ୍ ହାର ୮୬.୧୯ ପ୍ରତିଶତ ଥିବା ବେଳେ  ଛାତ୍ରୀଙ୍କ ପାସ୍ ହାର ୯୨.୧୫ ପ୍ରତିଶତ ରହିଛି ।

ସେହିପରି ଟ୍ରାନ୍ସଜେଣ୍ଡର (ତୃତୀୟ ଲିଙ୍ଗ)ଙ୍କ ପାସ୍ ହାର ୬୬.୬୭ ପ୍ରତିଶତ ରହିଛି । ତେବେ ଚଳିତ ବର୍ଷ ମୋଟ୍ ପାସ୍ ହାର ୮୮.୭୮ ପ୍ରତିଶତ ରହିଥିବା ସୂଚନା ମିଳିଛି । ଗତ ବର୍ଷ ଏହି ପାସ୍ ହାର ୮୩.୪୦% ରହିଥିଲା । ଯାହା ଚଳିତ ଥର ୫.୩୮% ଅଧିକ ରହିଛି ।

 

 

 

Leave A Reply

Your email address will not be published.