Latest Odisha News

କୋଭିଡ-୧୯; ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରି ବନ୍ଧା ହେଲେ ଓକିଲ !

ଅନୁଗୋଳ: ପେଶାରେ ଓକିଲ, ହେଲେ କାରନାମା ଅପରାଧୀଙ୍କଠାରୁ ହୀନ । କରୋନାଭାଇରସ୍ ମହାମାରୀ ଭଳି ସମ୍ବେଦନଶୀଳ ସ୍ଥିତିରେ ଧାର୍ମିକ କ୍ଷେତ୍ରକୁ ନେଇ ଗୁଜବ ସୃଷ୍ଟି କରି ତାଳଚେରର ଜଣେ ଓକିଲ ପୋଲିସ ହାତରେ ଗିରଫ ହୋଇଛି ।

ଲକ୍‌-ଡାଉନ୍ ପାଇଁ ଘରଠୁ ମନ୍ଦିର ସବୁ ବନ୍ଦ । ଏପରି ସ୍ଥିତିରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସହର ବନ୍ଦ ରହିଛି । ତାଳଚେର ଉପ-ଜିଲ୍ଲାପାଳ କରୋନା ମାହାମାରୀ ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ ମା’ ହିଙ୍ଗୁଳାଙ୍କ ଯାତ୍ରାରେ ସାମିଲ ନ ହେବାକୁ । ପ୍ରଶାସନର ନିବେଦନକୁ ରକ୍ଷା କରି ଲୋକେ ଘରେ ରହି ମା’ଙ୍କ ଆଶିର୍ମାଦ ଭିକ୍ଷା କରିଥିଲେ । କିଛି ପୂଜକ ଓ ଟ୍ରଷ୍ଟର ସଦସ୍ୟମାନେ ହିଁ କେବଳ ମା’ଙ୍କ ଯାତ୍ରାରେ ସାମିଲ ଥିଲେ ।

ହେଲେ ମା’ ହିଙ୍ଗୁଳାଙ୍କ ଯାତ୍ରାରେ ବହୁ ଭକ୍ତଙ୍କ ସମାଗମ ହୋଇଛି ବୋଲି ହାକିମପଡାର ଅବିନାଶ ସାମନ୍ତରାୟ ଫେସବୁକରେ ମିଥ୍ୟା ଗୁଜବ ସୃଷ୍ଟି କରିଥିଲେ । ଫେସବୁକ ପୋଷ୍ଟ ବିଷୟରେ ଜାଣିବା ପରେ ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ।

ଛାନ୍‌ଭିନ୍‌ରୁ ଜଣାପଡିଥିଲା ଅନ୍ୟ କେହି ନୁହେଁ ବରଂ ଅବିନାଶ ସାମନ୍ତରାୟ ନାମକ ଜଣେ ଓକିଲ ହିଁ ଏଭଳି ଗୁଜବ ସୃଷ୍ଟି କରିଥିଲା । ଫେସବୁକରେ ପୋଷ୍ଟ ହୋଇଥିବା ଫଟୋଟି ବିଗତ ବର୍ଷର ଜଣାପଡିବା ପରେ ଅଭିଯୁକ୍ତ ଅବିନାଶ ସାମନ୍ତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଲିୟରୀ ପୋଲିସ ।

Leave A Reply

Your email address will not be published.