Latest Odisha News

BREAKING NEWS

ବୋର୍ଡ କାର୍ଯ୍ୟାଳୟରୁ ରାଜ୍ୟର ବିଭିନ୍ନ ଜୋନକୁ ପଠାଗଲା ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକ

କଟକ: କଟକ-ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜୋନକୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକ ପଠା ଯାଇଛି । ଏକ ସ୍ୱତନ୍ତ୍ର ଗାଡି ଯୋଗେ ବିଭିନ୍ନ ଜୋନକୁ ସ୍ବତନ୍ତ୍ର ଗାଡିରେ ବହି ପଠା ଯାଇଥିବା ସୂଚନା।

ଓଡିଶାରେ ଲକଡାଉନ୍ ହଟିବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ଏହି ପାଠ୍ୟ ପୁସ୍ତକ ବିକ୍ରୟ ଉପରେ ନିଷ୍ପତ୍ତି ନେବ।

ବୋର୍ଡ ସଭାପତି ରାମାଶିଷ ହାଜରା ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି।

ସଭାପତି କହିଛନ୍ତି ଯେ, ସୋମବାର ଠାରୁ ଜୟପୁର ବ୍ୟତୀତ ସମସ୍ତ ଜୋନାଲ ଅଫିସରେ ପାଠ୍ୟ ପୁସ୍ତକ ପଠାଯିବା ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ନିକଟରେ ବିଏସଇ ଅଧିକାରୀଙ୍କୁ ଭେଟି ପାଠ୍ୟପୁସ୍ତକଗୁଡ଼ିକର ଠିକ ସମୟରେ ବଣ୍ଟନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଲକ ଡାଉନ ପରେ ଜୋନରୁ ଡିଲର ବହି ନେବେ। ପରେ ଛାତ୍ରଛାତ୍ରୀ ପୁସ୍ତକ ପାଇବେ।

Leave A Reply

Your email address will not be published.