Latest Odisha News

BREAKING NEWS

ଜଗତସିଂହପୁର ନଦୀପଠାରୁ ମିଳିଲା ୪ ମଣିଷ ଖପୁରୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାଇକାନଦୀ କୂଳରୁ ଜବତ ହୋଇଛି ୪ ଟି ମଣିଷ ଖପୁରୀ ।

ମିଳିଥିବା ସୂଚନା ଅନୁସାରେ, ପାଇକାନଦୀ କୂଳରୁ ଶୁକ୍ରବାର ଦିନ ୪ ଟି ମଣିଷ ଖପୁରୀ ଜବତ କରିଛି ପୋଲିସ। କିଏ ଓ କାହିଁକି ଏହି ଖପୁରୀ ଏଠାରେ ରଖିଛି ସେନେଇ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ କୌଣସି ତାନ୍ତ୍ରିକ ପୂଜା କିମ୍ବା ନରବଳୀର ସନ୍ଦେହ କରାଯାଉଛି ।

ଏହି ଘଟଣାରର କ୍ରିଷ୍ଣାନନ୍ଦପୁର ପୋଲିସ ଜଣଙ୍କୁ ଅଟକ ରଖିଥିବା ସହ ଏହାର ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.