Latest Odisha News

BREAKING NEWS

ଓଡିଶାର ୫ ଉପକୂଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଅନେକାଂଶରେ ପ୍ରବଳ ବର୍ଷା ଜାରିଥିବା ବେଳେ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ୫ଟି ଜିଲ୍ଲାକୁ ହଳଦିଆ ୱାର୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଭାଗର ସୂଚନାନୁଯାୟୀ, ଓଡିଶାର ପଡୋଶୀ ଜିଲ୍ଳାରେ ସାଇକ୍ଲୋନିକ୍ ସର୍କୁଲେସନ୍ ହେଉଥିବା ଯୋଗୁଁ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

ଏଥିସହିତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ ଏବଂ କନ୍ଧମାଳର କିଛି ସ୍ଥାନରେ ବର୍ଷା ହେବା ସହ ପବନର ବେଗ ଘଣ୍ଟାପ୍ରତି ୩୦-୪୦କିମି. ରହିବ ।

ପ୍ରବଳ ବର୍ଷା ପରେ ଆଇଏମଡି ପକ୍ଷରୁ ଉତ୍ତର ଓଡିଶାର ନୟାଗଡ, ଖୋର୍ଦ୍ଧା, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ଅନୁଗୁଳ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିିଂ ସହ ଘନ କୁହୁଡି ନେଇ ସତର୍କ ସୂଚନା ଦେଇଛି ।

Leave A Reply

Your email address will not be published.